
IDA Dairy Industry Conference 2023
ଦୁଗ୍ଧ(Milk) ହେଉଛି ଏକ ମୁଖ୍ୟ ଖାଦ୍ୟ ଯାହାକି ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ-ବୃଦ୍ଧା ପର୍ଯ୍ୟନ୍ତ ଏହାକୁ ନିଜର ଦୈନନ୍ଦିନ ଜୀବନରେ ଖାଇଥାନ୍ତି । ଗତ ୭ ଦଶନ୍ଧି ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ ବହୁତ ଭଲ ଭାବରେ ବୃଦ୍ଧି ପାଇଛି ।ବିଶ୍ୱ ଦୁଗ୍ଧ ଶକ୍ତି ଭାବରେ ଉଦୀୟମାନ ହେଉଥିବା ଦେଶମାନଙ୍କ ମଧ୍ୟରୁ ଭାରତ ଆଜି ନିଜର ନାଁକୁ ଉଚ୍ଚତାରେ ପହଞ୍ଚାଇଛି । ୧୯୯୭ରେ ଭାରତ ବିଶ୍ୱର ସବୁଠାରୁ ବିଶ୍ୱ ଶକ୍ତି କେନ୍ଦ୍ର ହେଲା ।
ଇଣ୍ଡଷ୍ଟ୍ରିର ଉଚ୍ଚ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଗୁଜୁରାଟ ରାଜ୍ୟ ଅଧ୍ୟାୟର ସହଯୋଗରେ ଭାରତୀୟ ଦୁଗ୍ଧ ସଂଘ (IDA) ଗୁଜୁରାଟର ଗାନ୍ଧିନଗରରେ ଚଳିତ ବର୍ଷ ମାର୍ଚ୍ଚ ୧୬,୧୭,୧୮ ତାରିଖ ୩ ଦିନ ପାଇଁ ୪୯ତମ ଦୁଗ୍ଧ ଶିଳ୍ପ ସମ୍ମିଳନୀର ଆୟୋଜନ କରିଛି ।କୋରୋନା ସମୟରେ ଭର୍ଚୁଆଲ ମୋଡରେ ଏହି ସମ୍ମୀଳନି ପ୍ରତିବର୍ଷ ଚାଲି ଆସୁଥିବା ବେଳେ ଚଳିତ ବର୍ଷ ଲୋକଙ୍କ ସମାଗମ ସହ ଆରମ୍ଭ ହୋଇଛି ଦୁଗ୍ଧ ଶିଳ୍ପ ସମ୍ମିଳନୀ-୨୦୨୩ । ଏହା "ଇଣ୍ଡିଆ ଡେରି ଟୁ ୱାର୍ଡ: ସୁଯୋଗ ଏବଂ ଆହ୍ୱାନ" ଥିମ୍ ଉପରେ ପର୍ଯ୍ୟବେସିତ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦୁଗ୍ଧ ଶିଳ୍ପପତି, ବିଶେଷଜ୍ଞ, କୃଷକ, ଦୁଗ୍ଧ ଉତ୍ପାଦକ ଏବଂ ପ୍ରଦର୍ଶକମାନେ ବିଭିନ୍ନ ବିଷୟବସ୍ତୁ ଏବଂ ବୈଷୟିକ ଜ୍ଞାନକୌଶଳ ଉପରେ ଆଲୋଚନା ପାଇଁ ଏହି ଅଧିବେଶନରେ ଯୋଗଦେବେ ।
ଭାରତରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି, ରପ୍ତାନି ବୃଦ୍ଧି, ଦୁଗ୍ଧ ଜାତୀୟ ସାମଗ୍ରୀର ବିକାଶ କରିବା ଏହି ସମ୍ମିଳନୀର ମୂଳ ଲକ୍ଷ ।ଏହି ସମ୍ମିଳନୀରେ ବିଶେଷଜ୍ଞମାନଙ୍କ ଦ୍ୱାରା ଦୁଗ୍ଧ ଧାରା, ଚାଷ ଉଦ୍ଭାବନ, କ୍ଷେତ୍ର ସ୍ଥିରତା, ଜଳବାୟୁ ପରିବର୍ତ୍ତନ, ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ଉପରେ ଆଲୋଚନା ପାଇଁ ସମସ୍ତଙ୍କୁ ସୁଯୋଗ ପ୍ରଦାନ କରାଯିବ।
ଆକଳନ ଅନୁଯାୟୀ ଭାରତରେ ଦୁଗ୍ଧଜାତ ଦ୍ରବ୍ୟର ଚାହିଦା ବୃଦ୍ଧି ହେତୁ ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ ପ୍ରାୟ ୬୨୮ MMT କୁ ବୃଦ୍ଧି ପାଇବା ନେଇ ଲକ୍ଷ ରଖାଯାଇଛି
ଇଭେଣ୍ଟ ନାମ: IDA ଦୁଗ୍ଧ ଶିଳ୍ପ ସମ୍ମିଳନୀ 2023
ୱେବସାଇଟ୍: https://krishijagran.com/
ତାରିଖ: ମାର୍ଚ୍ଚ 16-18, 2023
Share your comments