1. କୃଷି ଖବର

ୟୁ ଟର୍ଣ୍ଣ ନେଲା ମୌସୁମୀ, ବଦଳିଲା ପାଗ..

Priyambada Rana
Priyambada Rana
Today's Weather Report

Today's Weather Report

ପ୍ରବଳ ଖରା ଏବଂ ତାତି ପରେ ଏବେ ଦେଶରେ ମୌସୂମୀ ପୁଣି ଥରେ ୟୁ ଟର୍ଣ୍ଣ ନେଇଛି । ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଗତ ସପ୍ତାହ ପର୍ଯ୍ୟନ୍ତ ଦେଶରେ ତାତିକୁ ନେଇ ଲୋକେ ଚିନ୍ତିତ ଥିବା ବେଳେ ବର୍ଷା ପରେ ବଦଳିଯାଇଛି ପାଣିପାଗ । ଏହାବ୍ୟତୀତ ଆଗାମୀ ଦିନମାନଙ୍କ ପାଇଁ ମଧ୍ୟ ପୂର୍ବାନୁମାନ କରି ଦେଇଛି ଭାରତୀୟ ପାଣିପାଗ ବିଭାଗ(IMD) । ତେବେ ମାର୍ଚ୍ଚରେ ଅଚାନକ ଏମିତି ପରିବର୍ତ୍ତନ ଉପରେ ମୌସୂମୀ ବିଭାଗ ସୂଚନା ଦେଇଛି ।

ଭାରତର ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ ଅଚାନକ ବର୍ଷା ଯୋଗୁଁ ପଶ୍ଚିମା ଝଡ ଲାଗି ରହିଛି । ଏହା ଆକ୍ଟିଭ ହେବା ପରେ କିଛି ରାଜ୍ୟରେ ବର୍ଷା ସହିତ କୁଆପଥର ମାଡ ହୋଇଛି । ତେଣୁ ପାଣିପାଗରେ ପୁଣି ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଝମାଝମ ବର୍ଷା ପରେ ତାପମାତ୍ରା ହ୍ରାସ ପାଇଛି, ତେଣୁ ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ମୌସୂମୀ ଏଭଳି ଲାଗି ରହିବ ବୋଲି ସମ୍ଭାବନା ଜାରି ରହିଛି । ଆସନ୍ତା ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଭାରତର ରାଜ୍ୟଗୁଡିକରେ କଳାବାଦଲ ଦେଖାଯିବା ସହ ସମୟ ସମୟରେ ବର୍ଷା ହେବା ନେଇ ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ପରିବର୍ତ୍ତିତ ପାଣିପାଗ ବିଭାଗ ଏବଂ ଥଣ୍ଡା ଯୋଗୁଁ ଲୋକମାନେ ସ୍ୱେଟର ଆଦି ବିଭିନ୍ନ ପ୍ରକାର ଶୀତବସ୍ତ୍ର ପିନ୍ଧୁଥିବା ନଜର ଆସିଛନ୍ତି ।

ସୂଚନା ଅନୁସାରେ, ରାଜଧାନୀ ଦିଲ୍ଲୀରେ ୩୦-୪୦ କି.ମି/ଘଣ୍ଟା ପବନ ବହିବ ଏବଂ କୁଆପଥର ସହ ହାଲକା ବର୍ଷା ହୋଇପାରେ । ଏହା ବ୍ୟତୀତ ସର୍ବାଧିକ ତାପମାତ୍ରା ୨୬ଡିଗ୍ରୀ ଏବଂ ୧୬ ଡିଗ୍ରୀରେ ପହଞ୍ଚିପାରେ ସର୍ବନିମ୍ନ ତାପମାତ୍ରା । ରାଜଧାନୀ ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ଚଣ୍ଡୀଗଡ, ଉତ୍ତରପ୍ରଦେଶ, ବିହାର ଏବଂ ରାଜସ୍ଥାନରେ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ପଶ୍ଚିମବଙ୍ଗ ଏବଂ ଉତ୍ତ-ପଶ୍ଚିମର କିଛି ରାଜ୍ୟରେ ମଧ୍ୟ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

 

ରାଜ୍ୟର ୩ ସହରରେ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ୮ ସହରରେ ହୋଇଛି ପ୍ରବଳ ବର୍ଷା। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ପଶ୍ଚିମା ଝଡ଼ର ପ୍ରଭାବ ରାଜ୍ୟରେ ରହିବ । ଆସନ୍ତା ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ହେବ । ଏହା ପରେ ବର୍ଷାର ପରିମାଣ କମିବା ସହ ତାପମାତ୍ରା ବୃଦ୍ଧି ପାଇବ ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ସେପଟେ ରାଜ୍ୟର ୩ ସହରରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ୮ ସହରରେ ହୋଇଛି ପ୍ରବଳ ବର୍ଷା। କୋରାପୁଟ ଜୟପୁର ସହରରେ ସର୍ବାଧିକ ୧୪୮.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ମାଲକାନଗିରିର ମାଥିଲିରେ ୧୨୯, ଭଦ୍ରକ ତିହିଡ଼ିରେ ୧୧୨, ବାସୁଦେବପୁରରେ ୯୦ ଏବଂ ବାଲେଶ୍ବରରେ ୯୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ରାଜ୍ୟରେ ପଶ୍ଚିମା ଝଡ଼: ଜାରି ହେଲା ସତର୍କ ସୂଚନା

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News