News

ଏହି ଜୁସ ପିଅନ୍ତୁ ଏବଂ ରୋଗଠୁ ଦୁରେଇ ରୁହନ୍ତୁ

ସପ୍ତାହକୁ 2ରୁ 3ଥର ଋତୁ କାଳୀନ ଫଳର ମିକସ ଜୁସ (mixed fruit juice) ନିଶ୍ଚିତ ଭାବରେ ପିଇବାକୁ ଚେଷ୍ଟା କରନ୍ତୁ ଏହା ଆପଣଙ୍କ ଶରୀରରେ ଇମ୍ୟୁନିଟି ବୁଷ୍ଟର ଭାବରେ କାର୍ଯ୍ୟ କରିଥାଏ |

22 May, 2022 3:49 PM IST By: Rajashree

ଆଜି କାଲି ପିଲାଙ୍କଠୁ ନେଇ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କୁ ରୋଗର ଚିନ୍ତା | ଦିନକୁ ଦିନ ସଂକ୍ରମଣ ରୋଗ ମଧ୍ୟ ବଢ଼ିବାରେ ଲାଗିଛି | ତେବେ ଏହି ସବୁରୁ ନିଜ ଶରୀରକୁ ଦୂରେ ରଖିବାକୁ ହେଲେ ଏକମାତ୍ର ଗୋଟେ ହିଁ ଉପାୟ ଆଉ ତାହା ହେଉଛି ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା | ତେଣୁ ଆଜି ଆସନ୍ତୁ ଜାଣିବା କେଉଁ କେଉଁ ଜୁସ (immunity booster juice)ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ନିରୋଗ ରହିବା |

- ପ୍ରଥମେତଃ ସପ୍ତାହକୁ 2ରୁ 3ଥର ଋତୁ କାଳୀନ ଫଳର ମିକସ ଜୁସ (mixed fruit juice) ନିଶ୍ଚିତ ଭାବରେ ପିଇବାକୁ ଚେଷ୍ଟା କରନ୍ତୁ ଏହା ଆପଣଙ୍କ ଶରୀରରେ ଇମ୍ୟୁନିଟି ବୁଷ୍ଟର ଭାବରେ କାର୍ଯ୍ୟ କରିଥାଏ |

- ପ୍ରତିଦିନ ଗୋଟେ ଲେଖା କମଳା ଖାଇବାକୁ ଚେଷ୍ଟା କରନ୍ତୁ | କମଳାରେ ଭିଟାମିନ୍‌ ସି ରହିଥାଏ | ପ୍ରତିଦିନ ଏହାର ଜୁସ୍‌ (Orange Juice)ପିଇଲେ କି ଗୋଟେ ଗୋଟେ କମଳା ଖାଇଲେ ଏହା ଶରୀରକୁ ପ୍ରଚୁର ମାତ୍ରା ଭିଟାମିନ୍‌ ସି ଯୋଗାଇଥାଏ | ଭିଟାମିନ୍‌ ସି ଶରୀରରେ ଇମ୍ୟୁନିଟି ପାୱାର (immunity booster)ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ |ଏଥିପାଇଁ ପ୍ରତିଦିନ ସକାଳ ଜଳଖିଆରେ ଅରେଞ୍ଜ ଜୁସ୍‌ ପିଇବା ଅଭ୍ୟାସ କରନ୍ତୁ |

- ଗାଜର-ବିଟରୁଟ୍ ରସ ପିଇବା ଦ୍ୱାରା ଶରୀରରେ ରକ୍ତ ଅଭାବ ସଂପୂର୍ଣ୍ଣ ହୋଇଯାଏ । ଏହି ରସ ରକ୍ତରେ ଉଚ୍ଚ ସ୍ତରର ହେମୋଗ୍ଲୋବିନ ବଜାୟ ରଖିବାରେ ସକ୍ଷମ ରହିଥାଏ ।ବିଟ୍-ଗାଜର ରସ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବହୁତ ସହାୟକ ହୋଇଥାଏ । ଏହାକୁ ପିଇବା ଦ୍ୱାରା ରୋଗ ହେବାର ଆଶଙ୍କା ବହୁତ କମିଯାଏ । ରସ ଶକ୍ତି ସ୍ତର ବୃଦ୍ଧିରେ ମଧ୍ୟ ବହୁତ ସାହାଯ୍ୟ କରେ ।

- କଦଳୀ, ବ୍ରୋକୋଲି ଓ ପାଳଙ୍ଗ ଏହି ତିନୋଟିରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ରହିଛି। ଆହୁରି ମଧ୍ୟ ଏଥିରେ ଭିଟାମିନ୍‌ ଏ, କ୍ୟାଲସିୟମ୍‌, କପର, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ରହିଛି। ଆପଣ ଚାହିଁଲେ କଦଳୀ, ବ୍ରୋକୋଲି ଓ ପାଳଙ୍ଗ ଅଲଗା ଅଲଗା କରି କିମ୍ୱା ଏକାଠି ଜୁସ୍ କରି ପିଇପାରିବେ। ଏହି ଜୁସ୍‌ ସଂକ୍ରାମକ ରୋଗଠାରୁ ଆପଣଙ୍କୁ ରକ୍ଷା କରିବା ସହିତ ଶରୀରରେ ଇମ୍ୟୁନିଟି ପାୱାର (immunity booster)ବଢ଼ାଇଥାଏ।

କଲରାର ଜୁସ କରି ପିଇଲେ ମିଳିବ ଏତେ ପ୍ରକାର ଲାଭ ଯେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ..

ଅମୃତ ଭଣ୍ଡା ପତ୍ର ଜୁସ୍ ଅନେକ ରୋଗ ପାଇଁ ଲାଭଦାୟକ, ଆପଣ ଜାଣନ୍ତୁ !!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)