News

କୋଭିଡକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ

ଆମ ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିଛି | କିନ୍ତୁ ଅଧିକ ବଢ଼ୁନି | ୩/୪ ଦିନ ହେଲା ୩୦୦ ପାଖାପାଖି ରହୁଛି ଦୈନିକ ସଂକ୍ରମଣ | କିନ୍ତୁ ଚିନ୍ତା କଲା ଭଳି କିଛି ନାହିଁ |

05 July, 2022 5:54 PM IST By: Rajashree

ଆଜି କୋଭିଡ ନେଇ ସତର୍କ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ | ପରିଚାଳନା ନେଇ କୋଭିଡ (covid situation) ନେଇ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର | ସେ କହିଛନ୍ତି, ଚଳିତ ମାସ ଶେଷ ଯାଏଁ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ |

ସେ ଯାଏଁ ସତର୍କ ରହିବାକୁ ପଡ଼ିବ। ଯେହେତୁ ନିକଟରେ ବଡ଼ ଧରଣର କଂଗ୍ରିଗେସନ ହୋଇଥିଲା, କୋଭିଡ (covid)କିଛି ମାତ୍ରାରେ ବଢ଼ିପାରେ | ତେଣୁ ମାସ ଶେଷ ଯାଏଁ ସମସ୍ତେ ସତର୍କ ରହିବା ଉଚିତ | ଆମ ରାଜ୍ୟରେ ସଂକ୍ରମଣ ବଢ଼ିଛି | କିନ୍ତୁ ଅଧିକ ବଢ଼ୁନି | ୩/୪ ଦିନ ହେଲା ୩୦୦ ପାଖାପାଖି ରହୁଛି ଦୈନିକ ସଂକ୍ରମଣ | କିନ୍ତୁ ଚିନ୍ତା କଲା ଭଳି କିଛି ନାହିଁ |

ସଂଖ୍ୟା ବଢ଼ୁଥିଲେ ମଧ୍ୟ ହସ୍ପିଟାଲାଇଜେସନ ରେଟ ବହୁତ କମ୍ ଅଛି | ଲକ୍ଷଣଯୁକ୍ତ ରୋଗୀଙ୍କ ସଂଖ୍ୟା ବହୁତ କମ୍ |

ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କ ସୂଚନାଅନୁଯାୟୀ , କୋଭିଡ (covid)ମୁକାବିଲା ନେଇ ପୂର୍ବରୁ ଯେଉଁ ସବୁ ବ୍ୟବସ୍ଥା ହୋଇଥିଲା, ସବୁ ଷ୍ଟାଣ୍ଡବାଏ ମୋଡରେ ରହିଛି | ଭେଣ୍ଟିଲେଟର ଅଛି, ବେଡ ବି ମହଜୁଦ ଅଛି | ଯଦି ୫୦ ପ୍ରତିଶତ ଭିତ୍ତିଭୂମି ପୂରଣ ହୋଇଯିବ, ପୁଣି ଭିତ୍ତିଭୂମି ବଢ଼ାଯିବ |

ତେବେ ସାରା ଦେଶରେ କୋଭିଡ (covid)ସଂକ୍ରମଣ କମୁଛି | ମହାରାଷ୍ଟ୍ରରେ ସଂକ୍ରମଣ ବହୁତ କମିଲାଣି, ଦିଲ୍ଲୀରେ ବି କୋଭିଡ (covid) ସଂକ୍ରମଣ ଖସିବାରେ ଲାଗିଲାଣି | ଯେଉଁ ସବୁ ରାଜ୍ୟରେ ବଢ଼ୁଥିଲା, ଏବେ ସେଠି ଖସୁଛି, ବା ସ୍ଥିତି ସ୍ଥିର ଅଛି  | ତେଣୁ କୋଭିଡକୁ ନେଇ ଭୟଭୀତ ହେବାର କିଛି ନାହିଁ |

ଦିଲ୍ଲୀରେ ଡେଙ୍ଗୁ ଆତଙ୍କ, 143 ମାମଲା ଚିହ୍ନଟ

ବଢୁଛି କୋରୋନା, ଚିଠି ଲେଖି ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)