1. କୃଷି ଖବର

ଏହି ଯୋଜନାରେ ବଜେଟ ବୃଦ୍ଧି କଲେ ସରକାର, ଓଡିଶାର ଅନେକ ମହିଳା ଉପକୃତ

ମିଶନ ଶକ୍ତି ଅଧିନରେ ଥିବା ‘ସାମର୍ଥ୍ୟ’ ଉପଯୋଜନା ନିମିତ୍ତ କେନ୍ଦ୍ରୀୟ ବଜେଟ ଅନୁଦାନ ୧୨,୩୧୮ କୋଟି ଟଙ୍କା ମଞ୍ଜୁର ହୋଇଛି ।

Shuvanshu Kar
Shuvanshu Kar
Increasing budget allocation for Sakhi-One Stop Center and Swadhar Greh Scheme

Increasing budget allocation for Sakhi-One Stop Center and Swadhar Greh Scheme

୨ଠ୨୧-୨ଠ୨୨ରୁ ୨ଠ୨୫-୨୬ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ କମିଶନର ଅନୁମୋଦନ କ୍ରମେ ସମାଜରେ ମହିଳାମାନଙ୍କ ନିରାପତ୍ତା ଏବଂ ସଶକ୍ତିକରଣ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଛନ୍ତି । ‘ସମ୍ବଳ’(Sambal) ଓ ‘ସାମର୍ଥ୍ୟ’(Samarthya) ନାମରେ ଦୁଇଟି ଉପଯୋଜନା ରହିଛି । ‘ସମ୍ବଳ’ର ଏକ କାର୍ଯ୍ୟକ୍ରମ ଭାବରେ ‘ୱାନ ଷ୍ଟପ ସେଣ୍ଟର’(One Stop Center)କାର୍ଯ୍ୟ କରୁଛି ।

‘ସାମର୍ଥ୍ୟ’ ଅଧିନରେ ‘ସ୍ୱଧାର ଗୃହ’ କାର୍ଯ୍ୟ କରୁଛି । ଏସବୁ ‘ମିଶନ ଶକ୍ତି’ ଅନ୍ତର୍ଗତ କାର୍ଯ୍ୟକ୍ରମ । ପଞ୍ଚଦଶ ଅର୍ଥ କମିଶନ ଅବଧିରେ ମିଶନ ଶକ୍ତି ଅଧିନରେ ଥିବା ‘ସମ୍ବଳ’ କାର୍ଯ୍ୟକ୍ରମ ପାଇଁ ୨୯୪୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପୂର୍ବରୁ ଚତୁର୍ଦ୍ଦଶ ଅର୍ଥ କମିଶନରେ ଏହି ପରିମାଣ ୧ଠଠ୨ କୋଟି ଟଙ୍କା ଥିଲା ।

ସେହିପରି ମିଶନ ଶକ୍ତି ଅଧିନରେ ଥିବା ‘ସାମର୍ଥ୍ୟ’ ଉପଯୋଜନା ନିମିତ୍ତ କେନ୍ଦ୍ରୀୟ ବଜେଟ ଅନୁଦାନ ୧୨,୩୧୮ କୋଟି ଟଙ୍କା ମଞ୍ଜୁର ହୋଇଛି । ଚତୁର୍ଦ୍ଦଶ ଅର୍ଥ କମିଶନ ଅବଧିରେ ଏହି ପରିମାଣ ୬୬୩୪ କୋଟି ଟଙ୍କା ଥିଲା- ବିଭିନ୍ନ ରାଜ୍ୟ ମଧ୍ୟରୁ ଓଡ଼ିଶାରେ ୨ଠ୨୧-୨୨ ଅବଧି ମଧ୍ୟରେ ୱାନ ଷ୍ଟପ ସେଣ୍ଟରଗୁଡ଼ିକରେ ୫୩୬୬ ଜଣ ମହିଳା ଉପକୃତ ହୋଇଛନ୍ତି ।

୨ଠ୧୫ରୁ ୨ଠ୨୧ ଆର୍ଥିକ ବର୍ଷ ମଧ୍ୟରେ ଏହି ସଂଖ୍ୟା ୯୩୩୭ ଥିଲା । ଠିକ୍ ସେହିପରି ସ୍ୱଧାର ଗୃହ ଯୋଜନାରେ ୨ଠ୨ଠ-୨୧ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୬୬୭ ମହିଳା ଉପକୃତ ହୋଇଛନ୍ତି । ୨ଠ୧୮-୧୯ ଏବଂ ୨ଠ୧୯-୨ଠ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୨୩୪ଠ ଲେଖାଏଁ ଥିଲା ।

ଏହି ଯୋଜନାରେ ଜିଲ୍ଲା ଏବଂ ରାଜ୍ୟସ୍ତରରେ ମହିଳା ସଶକ୍ତିକରଣ ହବ୍ ପ୍ରତିଷ୍ଠା ତଥା ମହିଳାମାନଙ୍କ ଉନ୍ନତି ନିମିତ୍ତ ଖର୍ଚ୍ଚ କରାଯିବ । ଏଥିରେ ମହିଳାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି, ଧନ୍ଦାମୂଳକ ତାଲିମ, ଆର୍ଥିକ ଅନ୍ତର୍ଭୁକ୍ତି ତାଲିମ, ବିଭିନ୍ନ ସଂସା ସହ ସମ୍ପର୍କ ସ୍ଥାପନ, ମହିଳା କର୍ମଚାରୀଙ୍କ ନିରାପତ୍ତା ଏବଂ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି, ଡିଜିଟାଲ ସାକ୍ଷରତା ଆଦି ଦିଗରେ ମଧ୍ୟ ଅର୍ଥ ବ୍ୟୟ ହେବ ।

ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ଉପଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ହିତାଧିକାରୀ, ଯୋଜନା କାର୍ଯ୍ୟକାରୀ କରୁଥିବା କର୍ତ୍ତୃପକ୍ଷ, ନାଗରିକ ସମାଜ ଓ ସମ୍ପୃକ୍ତ ଅନୁଷ୍ଠାନମାନଙ୍କୁ ନେଇ ଗତ ଅପ୍ରେଲ ମାସରେ ଭୁବନେଶ୍ୱର ସମେତ ଚଣ୍ଡୀଗଡ଼, ବେଙ୍ଗାଲୁରୁ, ଗୁଆହାଟୀ ଏବଂ ମୁମ୍ବାଇ ଠାରେ ସମ୍ମିଳନୀ, ଆଲୋଚନାଚକ୍ର ଆଦି ଆୟୋଜିତ ହୋଇଯାଇଛି ।

ମହିଳା ଚାଷୀ ଗଠନ କରିଛନ୍ତି FPO, ମିଳିୁଛି ପ୍ରଚୁର ଲାଭ

କୃଷି କ୍ଷେତ୍ରରେ ମହିଳାଙ୍କ କମାଲ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments