
India aims to launch 6G network by 2030, says PM Narendra Modi
ଖୁବଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି 6G ମୋବାଇଲ ସେବା । ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦଶନ୍ଧିର ଶେଷ ସୁଦ୍ଧା 6G ସେବା ଆରମ୍ଭ ହେବାକୁ ଯୋଜନା କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏ ଦିଗରେ ଟାକ୍ସଫୋର୍ସ ଗଠନ ହେବା ସହ କାର୍ଯ୍ୟ ଆରମ୍ଭ ହେବ ।
6G ସେବା ଦେଶର ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ ଦେବ । ଏହା ବିକାଶକୁ ଆଗକୁ ନେବା ସହିତ ଆଗାମୀ ପିଢ଼ୀ ପାଇଁ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ।
5G ଟେକ୍ନୋଲୋଜି ମଧ୍ୟ ଦେଶର ଶାସନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ । କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେବ । ଯାହା ଫଳରେ ଅନେକ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଟେଲିକମ ହେଉଛି ଆତ୍ମନିର୍ଭରଶୀଳତା ଏବଂ ସୁସ୍ଥ ପ୍ରତିଯୋଗିତା, ଯାହା ଅର୍ଥନୀତି ଉପରେ ଦୁଇଗୁଣ ପ୍ରଭାବ ସୃଷ୍ଟି କରିପାରିବ ବୋଲି ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ନିଜସ୍ୱ 5G ସେବା 5Gi ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି । ଏହା ଦେଶ ପାଇଁ ଗର୍ବର ବିଷୟ ।
ଦେଶର ସମସ୍ତ ଗାଁକୁ 5G ଟେକ୍ନୋଲୋଜି ଆଣିବାରେ ଏହା ଏକ ବଡ଼ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ମୋଦି କହିଛନ୍ତି ଯେ, ଟେଲିକମ୍ କ୍ଷେତ୍ରରେ ଆଧୁନିକ ଟେକ୍ନୋଲୋଜିକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଟେଷ୍ଟ ବେଡ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଦେଶର ନିଜସ୍ୱ 5G ମାନକ 5Gi ଆକାରରେ ପ୍ରସ୍ତୁତ କରାଯାଇଛି । ଏହା ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ଦେଶର ସମସ୍ତ ଗାଁକୁ 5G ଟେକ୍ନୋଲୋଜି ଆଣିବାରେ ଏହା ଏକ ବଡ଼ ଭୂମିକା ଗ୍ରହଣ କରିବ ।
କୃଷି ପାଇଁ ନୂଆ ପ୍ରଯୁକ୍ତି ବିଦ୍ୟା: ଆପଣ ଜାଣନ୍ତୁ
ଜବରଦସ୍ତ ଲୁକ, ଅତ୍ୟାଧୁନିକ ଟେକ୍ନୋଲୋଜୀ; ଜାଣନ୍ତୁ କାହିଁକି ଚାଷୀଙ୍କ ପାଇଁ ଖାସ Eicher Prima G3 ?
Share your comments