ଅର୍ଥନୈତିକ(economy) କ୍ଷେତ୍ରରେ ଭାରତକୁ ବଡ ସଫଳତା । ଭାରତୀୟ ଅର୍ଥନୀତି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି(fifth largest economy)ରେ ପରିଣତ ହୋଇଛି । ବ୍ରିଟେନକୁ ପଛରେ ପକାଇ ଏହି ସ୍ଥାନ ଦଖଲ କରିଛି ଭାରତ। ବ୍ରିଟେନରେ ଅର୍ଥନୀତି ଅନେକ ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ଭାରତକୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ଅନ୍ତର୍ଭୁକ୍ତ କରାଯାଇଛି ।
ଗତ 10 ବର୍ଷ ମଧ୍ୟରେ ଭାରତ ଏକ ବୃହତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି ଏବଂ ଏକ ଦଶନ୍ଧି ପୂର୍ବରୁ ଭାରତ ବିଶ୍ୱର ଏକାଦଶ ବୃହତ୍ତମ ଅର୍ଥନୀତି ଥିଲା । ବର୍ତ୍ତମାନ ଏହା ଷଷ୍ଠ ସ୍ଥାନକୁ ପଞ୍ଚମ ସ୍ଥାନକୁ ଉଠିଛି । ଭାରତର ଏହି ସଫଳତା ସହିତ ବ୍ରିଟେନ ଷଷ୍ଠ ସ୍ଥାନକୁ ଖସି ଆସିଛି ।
ଡଲାର ବିନିମୟ ମୂଲ୍ୟ ଅନୁଯାୟୀ ନୋମିନଲ କ୍ୟାଶ ଆଧାରରେ ମାର୍ଚ୍ଚ ତ୍ରୈମାସିକରେ ଭାରତୀୟ ଅର୍ଥନୀତିର ଆକାର 854.7 ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଏହି ଆଧାରରେ, ବ୍ରିଟେନର ଅର୍ଥନୀତି 816 ବିଲିୟନ ଡ଼ଲାରକୁ ଖସିଆସିଛି । ଆର୍ଥିକ ବର୍ଷ 2021ର ଶେଷ ତିନି ମାସରେ ଭାରତ ବ୍ରିଟେନକୁ ଅତିକ୍ରମ କରିଛି ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଅନୁଯାୟୀ, 2022-23 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମଧ୍ୟ ଭାରତର ଆର୍ଥିକ ସ୍ଥିତିରେ ଦୃତ ବୃଦ୍ଧି ଘଟିଛି । ଏହି ଆର୍ଥିକ ବର୍ଷରେ ମଧ୍ୟ ଭାରତୀୟ ଅର୍ଥନୀତି 7 ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
2022-23 ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର 13.5 ପ୍ରତିଶତ ହାରରେ ବୃଦ୍ଧି ପାଇଛି ଏବଂ ଏହାର ପ୍ରଭାବଶାଳୀ ଅଭିବୃଦ୍ଧି ହେଉଛି ଏକ ସଙ୍କେତ ଯେ ଦେଶର ଅର୍ଥନୀତି କୋରୋନା ସମୟର ସଙ୍କଟ ଅପେକ୍ଷା ଦ୍ରୁତ ଗତିରେ ଆଗକୁ ବଢୁଛି । ଏଥି ସହିତ ବ୍ରିଟେନରେ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ବିମୁଦ୍ରାକରଣର ଆଶଙ୍କା ଏହାକୁ ପଛକୁ ଠେଲି ଦେଉଛି।