1. କୃଷି ଖବର

ଏଗ୍ରିଟେକ କ୍ଷେତ୍ରରେ ଭାରତର ବଡ ସଫଳତା, ବିପୁଳ ପୁଞ୍ଜି ବିନିଯୋଗ ପାଇଁ ଉତ୍ସାହିତ ନିବେଶକ

ଭାରତରେ କୃଷି କ୍ଷେତ୍ରରେ ଟେକ୍ନୋଲୋଜୀର ବ୍ୟବହାର ଦକ୍ଷତା ଏବଂ ସାମଗ୍ରିକ ଉତ୍ପାଦନ ବୃଦ୍ଧି କରି ବିନିଯୋଗ ସୁଯୋଗ ସୃଷ୍ଟି କରୁଛି ।

Shuvanshu Kar
Shuvanshu Kar
India bets big on agritech, investors pump in money

India bets big on agritech, investors pump in money

ବର୍ତ୍ତମାନ ସବୁ କ୍ଷେତ୍ରରେ ଟେକ୍ନୋଲୋଜୀର ପ୍ରୟୋଗ ହେଉଛି । ଲୋକମାନେ ଟେକ୍ନୋଲୋଜୀ ବିନା କୌଣସି କ୍ଷେତ୍ର ବିଷୟରେ କଳ୍ପନା କରିପାରୁନାହାଁନ୍ତି । କୃଷି ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ । ଭାରତରେ କୃଷି କ୍ଷେତ୍ରରେ ଟେକ୍ନୋଲୋଜୀର ବ୍ୟବହାର ଦକ୍ଷତା ଏବଂ ସାମଗ୍ରିକ ଉତ୍ପାଦନ ବୃଦ୍ଧି କରି ବିନିଯୋଗ ସୁଯୋଗ ସୃଷ୍ଟି କରୁଛି ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ନିକଟରେ କହିଛନ୍ତି ଯେ ଦେଶର ଅନେକ କ୍ଷୁଦ୍ର ଚାଷୀଙ୍କ ଉନ୍ନତି ପାଇଁ ପ୍ରଶାସନ ନିରନ୍ତର କାର୍ଯ୍ୟ କରୁଛି । ସରକାର 10,000 ନୂତନ କୃଷକ ଉତ୍ପାଦକ ସଂଗଠନ (FPO) ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିପାଇଁ 6,865 କୋଟି ଟଙ୍କା ଖର୍ଚ୍ଚ ହେଉଛି। ଦେଶର 86 ପ୍ରତିଶତ କ୍ଷୁଦ୍ର ଚାଷୀ, ସେମାନଙ୍କୁ ଏଥିରୁ ଅନେକ ଲାଭ ମିଳୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଣ୍ଡିଆ ବ୍ରାଣ୍ଡ ଇକ୍ୱିଟି ଫାଉଣ୍ଡେସନ ଅନୁଯାୟୀ, 2017 ରୁ 2020 ପର୍ଯ୍ୟନ୍ତ ଭାରତ ଏଗ୍ରିଟେକ ପାଣ୍ଠି ଲାଗି ପ୍ରାୟ 1 ବିଲିୟନ ଡଲାର ପାଇଛି। ନିବେଶକଙ୍କ ଆଗ୍ରହ ସହିତ, ଏଗ୍ରିଟେକ୍ ପାଣ୍ଠି ଏବଂ ଏଗ୍ରିଟେକ୍ ଷ୍ଟାର୍ଟଅପ୍ ସଂଖ୍ୟାରେ ଭାରତ ତୃତୀୟ ସ୍ଥାନରେ ରହିଛି । 2025 ସୁଦ୍ଧା, ଭାରତୀୟ ଏଗ୍ରିଟେକ୍ କମ୍ପାନୀଗୁଡିକ 30ରୁ 35 ବିଲିୟନ ଡଲାର ମୂଲ୍ୟର ପୁଞ୍ଜି ନିବେଶର କରିବାର ସମ୍ଭାବନା ରହିଛି ।

FICCI-PwC ରିପୋର୍ଟ ଅନୁଯାୟୀ, ଆଗାମୀ ଦଶ ବର୍ଷ ମଧ୍ୟରେ ଭାରତୀୟ ଏଗ୍ରିଟେକ୍ ଇକୋସିଷ୍ଟମ୍ 10 ବିଲିୟନ ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ ଲାଗି ସାମର୍ଥ୍ୟ ରଖିଛି । ମହାମାରୀ ସତ୍ତ୍ବେ 2020 ରେ ନିବେଶକମାନେ ଏଗ୍ରିଟେକ୍ ମୈଦାନରେ 500 ମିଲିୟନ ଡଲାରରୁ ଅଧିକ ନିବେଶ କରିଛନ୍ତି । ଏହା 2019 ତୁଳନାରେ ଯଥେଷ୍ଟ ଅଧିକ ।

ପୁଞ୍ଜି ବିନିଯୋଗ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ବୃଦ୍ଧି ଏବଂ ଭାରତରେ ଏଗ୍ରିଟେକର ବୃହତ ବଜାର ସମ୍ଭାବନାକୁ ଦୃଷ୍ଟିରେ ରଖି ଶିଳ୍ପ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଆସନ୍ତା ଦଶ ବର୍ଷ ମଧ୍ୟରେ 10 ବିଲିୟନ ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ ହେବ । କୃଷି ତଥା ସହଯୋଗୀ କ୍ଷେତ୍ରରେ ସଂସ୍କାର ଆଣିବା ଏବଂ କୃଷି ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ କରିବା ପାଇଁ ସରକାର ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରୁଛନ୍ତି। ନିକଟରେ ଆରମ୍ଭ ହୋଇଥିବା କୃଷି ସଂସ୍କାର ଏହି ଦିଗରେ ଏକ ପଦକ୍ଷେପ ଏବଂ ଜଟିଳ କୃଷି ଯୋଗାଣ ଶୃଙ୍ଖଳାକୁ ବିଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି ।

କିସାନ ଡ୍ରୋନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଡ୍ରୋନ୍ କିଣିବା ଲାଗି ଉତ୍ତର-ପୂର୍ବ ରାଜ୍ୟର ମହିଳା ଏବଂ କୃଷକମାନଙ୍କୁ 5 ଲକ୍ଷ ଟଙ୍କା ସବସିଡି ପ୍ରଦାନ କରୁଛନ୍ତି। କୃଷକମାନଙ୍କୁ ସହାୟତା କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଅନ୍ତର୍ଗତ ଚଳିତ ବର୍ଷ ଭାରତର ବିଭିନ୍ନ ସହରରେ 100 କିସାନ ଡ୍ରୋନ୍ ଲଞ୍ଚ କରି ଚାଷ ଜମିରେ କୀଟନାଶକ ସ୍ପ୍ରେ କରାଯାଇଛି ।

ଫସଲ ଆକଳନ, ଜମି ରେକର୍ଡର ଡିଜିଟାଇଜେସନ୍ ଏବଂ କୀଟନାଶକ ସ୍ପ୍ରେ କରିବା ପାଇଁ ସରକାର କିସାନ ଡ୍ରୋନର ବ୍ୟବହାରକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି ଯାହା ପାଇଁ ବଜେଟରେ ମଧ୍ୟ ବ୍ୟବସ୍ଥା କରାଯାଇଛି।

'କୃଷିରେ ଭାରତକୁ ବିଶ୍ବଗୁରୁ କରିବ Agriculture Startups'

 

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments