1. କୃଷି ଖବର

Sri Lanka Economic Crisis: ଶ୍ରୀଲଙ୍କାକୁ 44,000 ଟନ ୟୁରିଆ ପଠାଇଲା ଭାରତ

ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ 44,000 ଟନରୁ ଅଧିକ ୟୁରିଆ ଯୋଗାଇ ଦେଇଛି ଭାରତ ।

Shuvanshu Kar
Shuvanshu Kar
India hands 44,000 MT of urea to crisis-hit Sri Lanka

India hands 44,000 MT of urea to crisis-hit Sri Lanka

ଶ୍ରୀଲଙ୍କାରେ ଚାଲିଥିବା ଆର୍ଥିକ ସଙ୍କଟ(Sri Lanka crisis ) ମଧ୍ୟରେ ସାମ୍ନାକୁ ଆସିଛି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବୟାନ । ଭାରତ ସରକାର ଶ୍ରୀଲଙ୍କା(Sri Lanka)କୁ ଅନେକ ସାହାଯ୍ୟ କରିଛି । ଆଗକୁ ମଧ୍ୟ ସାହାଯ୍ୟ କରିବାକୁ ଯଥାସମ୍ଭବ ଚେଷ୍ଟା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଶରଣାର୍ଥୀ ସମ୍ବନ୍ଧିତ କୌଣସି ଅସୁବିଧା ନାହିଁ। ଶରଣାର୍ଥୀମାନଙ୍କ ବିଷୟରେ ଚିନ୍ତା କରିବାର କିଛି ନାହିଁ ।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସର ଅଧିକାରୀଙ୍କ ସହ ଆମେ ମଧ୍ୟ ଯୋଗାଯୋଗରେ ଅଛୁ । ଆମେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ ଏବଂ ନାଗରିକମାନେ ଯେଉଁ କଥାକୁ ନେଇ ଚିନ୍ତା କରୁଛନ୍ତି ସେଥିପାଇଁ ଆମ ସରକାର ସର୍ବଦା ଛିଡା ହେବ ।

ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ 44,000 ଟନରୁ ଅଧିକ ୟୁରିଆ ଯୋଗାଇ ଦେଇଛି ଭାରତ । ଏଠାରେ ଥିବା ଭାରତୀୟ ହାଇକମିଶନ କହିଛନ୍ତି ଯେ ଶ୍ରୀଲଙ୍କାର କୃଷକ ଏବଂ ଖାଦ୍ୟ ନିରାପତ୍ତା ପାଇଁ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଚାଲିଥିବା ପ୍ରୟାସର ଏକ ଅଂଶ ଭାବରେ ଏହି ସହାୟତା ପ୍ରଦାନ କରାଯାଇଛି। ଶ୍ରୀଲଙ୍କାର ଭାରତୀୟ ହାଇକମିଶନର ଗୋପାଳ ବାଗଲେ କୃଷି ମନ୍ତ୍ରୀ ମହିନ୍ଦା ଅମରବୀରାଙ୍କୁ ଭେଟି 44,000 ଟନରୁ ଅଧିକ ୟୁରିଆ ଆସୁଥିବା ବିଷୟରେ ସୂଚନା ଦେଇଥିଲେ ।

ଶ୍ରୀଲଙ୍କରେ ଉଗ୍ର ରୂପ ନେଇଛି ଆର୍ଥିକ ସଂକଟ । ସମ୍ପୂର୍ଣ୍ଣ ଭୟଙ୍କର ପରିସ୍ଥିତି ଉପୁଜିଛି । କିଛି ଦିନ ପୂର୍ବରୁ ରାଷ୍ଟ୍ରପତିଭବନ ଉପରେ କବଜା କରିଥିଲେ ପ୍ରଦର୍ଶନକାରୀ । ଫଳରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ପଳାୟନ କରିଥିବା ସୂଚନା ମିଳିଥିଲା ।

ଆର୍ଥିକ ଅନଟନ ଦେଇ ଗତି କରୁଥିବା ଶ୍ରୀଲଙ୍କା ସମ୍ମୁଖରେ ପ୍ରତିଦିନ ନୂଆ ଛିଡା ହେଉଛି ସଙ୍କଟର ପାହାଡ । ବିଦେଶୀ ମୁଦ୍ରାର ଅଭାବ ହେତୁ ଶ୍ରୀଲଙ୍କା ନାଗରିକଙ୍କ ପାଇଁ ଜରୁରୀ ଜିନିଷ ଆମଦାନୀ କରିବାରେ ଅସମର୍ଥ । ଏହି କାରଣରୁ ଇନ୍ଧନ ସଙ୍କଟ ଆହୁରି ଗଭୀର ହୋଇଛି ଏବଂ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି ।

ରାଷ୍ଟ୍ରପତିଭବନ ଘେରିଲେ ପ୍ରଦର୍ଶନକାରୀ

ତେଲରେ ନିଆଁ, 500 ଛୁଇଁଲା ପେଟ୍ରୋଲ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments