1. କୃଷି ଖବର

ରାଷ୍ଟ୍ରପତିଭବନ ଘେରିଲେ ପ୍ରଦର୍ଶନକାରୀ

ରାଷ୍ଟ୍ରପତିଭବନ ଉପରେ କତବଜା କରିଛନ୍ତି ପ୍ରଦର୍ଶନକାରୀ । ଫଳରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ପଳାୟନ କରିଥିବା ସୂଚନା ମିଳିଛି ।

Shuvanshu Kar
Shuvanshu Kar
Sri Lanka President Gotabaya Rajapaksa flees as protesters storm residence

Sri Lanka President Gotabaya Rajapaksa flees as protesters storm residence

ଶ୍ରୀଲଙ୍କରେ ଉଗ୍ର ରୂପ ନେଇଛି ଆର୍ଥିକ ସଂକଟ(Sri Lanka crisis) । ସମ୍ପୂର୍ଣ୍ଣ ଭୟଙ୍କର ପରିସ୍ଥିତି ଉପୁଜିଛି । ରାଷ୍ଟ୍ରପତିଭବନ(Sri Lanka president house) ଉପରେ କବଜା କରିଛନ୍ତି ପ୍ରଦର୍ଶନକାରୀ । ଫଳରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ପଳାୟନ କରିଥିବା ସୂଚନା ମିଳିଛି ।

ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ(Sri Lanka President Gotabaya Rajapaksa)ଙ୍କ ପଳାୟନ ନେଇ ପ୍ରତିରକ୍ଷ ସୂତ୍ରରୁ ଦାବି କରାଯାଇଛି । ଏହା ପୂର୍ବରୁ ମେ 11ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ସପରିବାର ପଳାୟନ କରିଥିଲେ । ଉଗ୍ର ରୂପ ନେଇଥିବା ପ୍ରଦର୍ଶନକାରୀ ଶ୍ରୀଲଙ୍କା ରାଜଧାନୀ କଲୋମ୍ବୋରେ ରାଜପକ୍ଷେଙ୍କ ସରକାରୀ ବାସଭବନ ଘେରାଉ କରିନେଇଥିଲେ ।

ସୂଚନା ଅନୁଯାୟୀ, କଲୋମ୍ବୋ ସ୍ଥିତ ରାଷ୍ଟ୍ରପତିଭବନକୁ ପ୍ରଦର୍ଶନକାରୀ ଘେରି ନେଇଛନ୍ତି । କେବଳ ସେତିକି ନୁହେଁ, ପ୍ରଦର୍ଶନକାରୀ ରାଜପକ୍ଷେଙଅକ ବାସଭବନରେ ଭଙ୍ଗାରୁଜା କରିଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ଶ୍ରୀଲଙ୍କାରେ ବିପର୍ଯ୍ୟସ୍ତ ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଆଜି ସରକାର ବିରୋଧୀ ରାଲି ଜାରି ରହିଛି ।

ଶୁକ୍ରବାର ଶ୍ରୀଲଙ୍କାରେ ଅନିଶ୍ଚିତକାଳ ପାଇଁ କର୍ଫ୍ୟୁ ଲଗାଇଦିଆଯାଇଛି । ସେନାକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି । ରଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତିରେ କର୍ଫ୍ୟୁ ଲଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ଶ୍ରୀଲଙ୍କା ପୋଲିସ ମୁଖ୍ୟ ଚନ୍ଦନା ବିକ୍ରମ ରତ୍ନେ । ହଜାର ହଜାର ପ୍ରଦର୍ଶନକାରୀ ରାଷ୍ଟ୍ରପତିଙ୍କ କ୍ଷମତାରୁ ବେଦଲ କରିବା ପାଇଁ କଲମ୍ବୋରେ ପ୍ରବେଶ କରିଛନ୍ତି । ଏହା ପରେ କର୍ଫ୍ୟୁ କଡାକଡି କରାଯାଇଥଇବା ଚନ୍ଦନା ବିକ୍ରମ ରତ୍ନେ ସୂଚନା ଦେଇଛନ୍ତି ।

ଶୁକ୍ରବାର ପୋଲିସ କର୍ଫ୍ୟୁ ଲଗାଇବା ପୂର୍ବରୁ କଲୋମ୍ବୋରେ ଛାତ୍ର ପ୍ରଦର୍ଶନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ଛଆଡିଥିଲା । ଏହାସହିତ ପାଣିମାଡ ମଧ୍ୟ ହୋଇଥିଲା । ସରକାର ବିରୋଧୀ ପ୍ରଦର୍ଶନରେ ରାଜନୈତିକ ଦଳ, ଶିକ୍ଷକ, ଚାଷୀ, ଡାକ୍ତର, ମତ୍ସ୍ୟଜୀବୀ ଓ ସାମିଜିକ କର୍ମୀ ସାମିଲ ରହିଛନ୍ତି ।

ମେ 10ରେ କ୍ଷମତାସୀନ ଦଳର ସାଂସଦ ଅମରକିର୍ତ୍ତୀ ଅଥୁକୋରାଲାଙ୍କ ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ ତାଙ୍କ ଗାଡିକୁ ନିଣ୍ଟୁବୁଓ୍ବାରେ ସରକାର ବିରୋଧୀ ପ୍ରଦର୍ଶନକାରୀ ଘେରି ନେଇଥିଲେ । ଏହି ସମୟରେ ଗାଡି ଭିତରୁ ଗୁଳି ଚଳାଇବାର ଶବ୍ଦ ଶୁଣିବାକୁ ମିଳିଥିଲା । ଭିଡକୁ ଡରି ସାଂସଦ ନିଜକୁ ଗୁଳି କରିଥିବା କୁହାଯାଉଛି ।

ପଡୋଶୀ ଶ୍ରୀଲଙ୍କାରେ ସରକାରୀ ବିରୋଧୀ ସ୍ବର ଥମିବାକୁ ନାଁ ନେଉନାହିଁ । ଖାଦ୍ୟ ସୁରକ୍ଷାକୁ ନେଇ କ୍ରମାଗତ ଜନ ଆକ୍ରୋଶର ଶିକାର ହେଉଛନ୍ତି ଶ୍ରୀଲଙ୍କା ସରକାର(Sri Lanka Govt)। ଶ୍ରୀଲଙ୍କାରେ ଅସ୍ଥିରତା ଲାଗିରହିଥିବାବେଳେ ବର୍ତ୍ତମାନ ଜରୁରୀକାଳିନ ଜାରି ରହିଛି । ଏହାରି ମଧ୍ୟରେ ଏକ ସଭାରେ ଯୋଗ ଦେବାକୁଯାଇଥିବା ଶ୍ରୀଲଙ୍କା କୃଷିମନ୍ତ୍ରୀ(Lanka agriculture minister)ଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁପଡିଥଇଲା । ପରିସ୍ଥିତି ଏମିତି ହୋଇଥିଲା ଯେ ଶେଷରେ କୃଷିମନ୍ତ୍ରୀ ସଭା ଛାଡି ପଳାଇ ଆସିବାକୁ ବାଧ୍ୟ ହୋଇଥିଲେ ।

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ କାରଣରୁ କୃଷି କ୍ଷେତ୍ର ଉପରେ ଗମ୍ଭୀର ପ୍ରଭାବ ପକାଇଛି । ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କ ଦ୍ବାରା ଏପ୍ରିଲ 2021ରେ ରାସାୟନିକ ସାର ପ୍ରୟୋଗ ଉପରେ ଲଗାଯାଇଥିବା ପ୍ରତିବନ୍ଧକ କାରଣରୁ ଦେଶରେ ଧାନ ଉତ୍ପାଦନ ପ୍ରଭାବିତ ହୋଇଛି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ କହିଛନ୍ତି, ଚଳିତ ବର୍ଷ ସେପ୍ଚେମ୍ବରସୁଦ୍ଧା ଦେଶରେ 2.2 କୋଟି ଜନସଂଖ୍ୟା ମଧ୍ୟରୁ ପାଖାପାଖି 40ରୁ 50 ଲକ୍ଷ ଲୋକ ଅନାହାର କାରଣରୁ ସିଧାସଳଖ ପ୍ରଭାବିତ ହେବେ ।

ଚାଷୀଙ୍କ ଜୋରଦାର ବିରୋଧ, ଦୌଡି ପଳାଇ ଆସିଲେ କୃଷିମନ୍ତ୍ରୀ

ତେଲରେ ନିଆଁ, 500 ଛୁଇଁଲା ପେଟ୍ରୋଲ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments