1. କୃଷି ଖବର

ଚାଷୀଙ୍କ ଜୋରଦାର ବିରୋଧ, ଦୌଡି ପଳାଇ ଆସିଲେ କୃଷିମନ୍ତ୍ରୀ

ଏକ ସଭାରେ ଯୋଗ ଦେବାକୁଯାଇଥିବା ଶ୍ରୀଲଙ୍କା କୃଷିମନ୍ତ୍ରୀଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁପଡିଥଇଲା । ପରିସ୍ଥିତି ଏମିତି ହୋଇଥିଲା ଯେ ଶେଷରେ କୃଷିମନ୍ତ୍ରୀ ସଭା ଛାଡି ପଳାଇ ଆସିବାକୁ ବାଧ୍ୟ ହୋଇଥିଲେ ।

Shuvanshu Kar
Shuvanshu Kar
Sri Lanka's agriculture minister forced to flee premises after being jeered by farmers

Sri Lanka's agriculture minister forced to flee premises after being jeered by farmers

ପଡୋଶୀ ଶ୍ରୀଲଙ୍କାରେ ସରକାରୀ ବିରୋଧୀ ସ୍ବର ଥମିବାକୁ ନାଁ ନେଉନାହିଁ । ଖାଦ୍ୟ ସୁରକ୍ଷାକୁ ନେଇ କ୍ରମାଗତ ଜନ ଆକ୍ରୋଶର ଶିକାର ହେଉଛନ୍ତି ଶ୍ରୀଲଙ୍କା ସରକାର(Sri Lanka Govt)। ଶ୍ରୀଲଙ୍କାରେ ଅସ୍ଥିରତା ଲାଗିରହିଥିବାବେଳେ ବର୍ତ୍ତମାନ ଜରୁରୀକାଳିନ ଜାରି ରହିଛି । ଏହାରି ମଧ୍ୟରେ ଏକ ସଭାରେ ଯୋଗ ଦେବାକୁଯାଇଥିବା ଶ୍ରୀଲଙ୍କା କୃଷିମନ୍ତ୍ରୀ(Lanka agriculture minister)ଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁପଡିଥଇଲା । ପରିସ୍ଥିତି ଏମିତି ହୋଇଥିଲା ଯେ ଶେଷରେ କୃଷିମନ୍ତ୍ରୀ ସଭା ଛାଡି ପଳାଇ ଆସିବାକୁ ବାଧ୍ୟ ହୋଇଥିଲେ ।

ଦେଶର ଦକ୍ଷିଣ ପ୍ରାନ୍ତର ହଂବନଟୋଟା ଜିଲ୍ଲାର ତିସାମହାରାମରେ ଶନିବାର କୃଷି ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ପହଁଞ୍ଚିଥିଲେ ଶ୍ରୀଲଙ୍କା କୃଷିମନ୍ତ୍ରୀ ମହିନ୍ଦ୍ରା ଅମରବୀରା । ତେବେ କୃଷିମନ୍ତ୍ରୀଙ୍କ ଏହି ଗସ୍ତକୁ ଚାଷୀମାନେ ପ୍ରବଳ ବିରୋଧ କରିଥିଲେ । ତାଙ୍କ ଉପରେ ବର୍ଷିଥିଲେ । ପରିସ୍ଥିତି ଏମିତି ହେଲା, ଶେଷରେ କୃଷିମନ୍ତ୍ରୀ ଅମରବୀରାଙ୍କୁ ସଭାସ୍ଥଳ ଛାଡି ପଳାଇ ଆସିବାକୁପଡିଲା ।

Food Crisis:ଖାଦ୍ୟ ସଙ୍କଟ! ଚାଉଳ-ଚିକେନ୍-ଚିନି ରପ୍ତାନୀ ଉପରେ କଟକଣା

ପାର୍ବଣ ପୂର୍ବରୁ ବଢିପାରେ DryFruits ଦାମ

ସୂଚନା ଅନୁଯାୟୀ, ଅମରବୀରା କୃଷି ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଶନିବାର ତିସାମହାରାମ ଗସ୍ତ କରିଥିଲେ । ହେଲେ କୃଷିମନ୍ତ୍ରୀଙ୍କ ଏହି ଗସ୍ତକୁ ସ୍ଥାନୀୟ ଲୋକେ ଓ ଚାଷୀ ବିରୋଧ କରିଥିଲେ । ମନ୍ତ୍ରୀ ଏ ସମ୍ବନ୍ଧରେ ପଚରାଉଚୁରା କରିବାକୁ ପ୍ରୟାସ କରିବା ସମୟରେ ହଙ୍ଗାମା ଆରମ୍ଭ ହୋଇଥିଲା । ପରେ ମନ୍ତ୍ରୀଙ୍କୁ ସଭାସ୍ଥଳ ଛାଡି ଡୌଡିବାକୁପଡିଲା ।

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ କାରଣରୁ କୃଷି କ୍ଷେତ୍ର ଉପରେ ଗମ୍ଭୀର ପ୍ରଭାବ ପକାଇଛି । ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କ ଦ୍ବାରା ଏପ୍ରିଲ 2021ରେ ରାସାୟନିକ ସାର ପ୍ରୟୋଗ ଉପରେ ଲଗାଯାଇଥିବା ପ୍ରତିବନ୍ଧକ କାରଣରୁ ଦେଶରେ ଧାନ ଉତ୍ପାଦନ ପ୍ରଭାବିତ ହୋଇଛି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ କହିଛନ୍ତି, ଚଳିତ ବର୍ଷ ସେପ୍ଚେମ୍ବରସୁଦ୍ଧା ଦେଶରେ 2.2 କୋଟି ଜନସଂଖ୍ୟା ମଧ୍ୟରୁ ପାଖାପାଖି 40ରୁ 50 ଲକ୍ଷ ଲୋକ ଅନାହାର କାରଣରୁ ସିଧାସଳଖ ପ୍ରଭାବିତ ହେବେ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments