
India lost 329 tigers in the last three years
ଗତ ତିନି ବର୍ଷ ମଧ୍ୟରେ ଭାରତ 329ଟି ବାଘ(tiger) ହରାଇଛି । ଅବୈଧ ଶିକାର(poaching) ହେଉଛି ବାଘ ମୃତ୍ୟୁର ଗୋଟିଏ କାରଣ । ଏହା ସହିତ ପ୍ରାକୃତିକ ଏବଂ ଅପ୍ରାକୃତିକ କାରଣ(natural and unnatural causes)ରୁ ମଧ୍ୟ ବାଘମାନଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ସୋମବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ହାତୀ ବିଷୟରେ କହିବାକୁ ଗଲେ ଶିକାର, ବିଦ୍ୟୁତ୍ ସଂଯୋଗ, ବିଷକ୍ରିୟା ଏବଂ ଟ୍ରେନ୍ ଦୁର୍ଘଟଣାରେ ତିନି ବର୍ଷ ମଧ୍ୟରେ 307 ହାତୀଙ୍କର ମୃତ୍ୟୁ ଘଟିଛି।
କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେଙ୍କ ଦ୍ୱାରା ଲୋକସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ 2019ରେ 96, 2020ରେ 106 ଏବଂ 2021ରେ 127 ବାଘଙ୍କର ମୃତ୍ୟୁ ଘଟିଛି । ମନ୍ତ୍ରୀ କହିଛନ୍ତି ଯେ ପ୍ରାକୃତିକ କାରଣରୁ 68ଟି ବାଘ, 5ଟି ଅସ୍ୱାଭାବିକ କାରଣରୁ ଏବଂ 29ଟି ଶିକାର ଯୋଗୁଁ ମୃତ୍ୟୁ ଘଟିଛି । ଏଥି ସହିତ 30 ଟି ବାଘଙ୍କ ମୃତ୍ୟୁ ପାଇଁ seizure ଦାୟୀ ବୋଲି ବିବେଚନା କରାଯାଇଛି। ସେ କହିଛନ୍ତି ଯେ ସମୁଦାୟ 197 ବାଘ ମୃତ୍ୟୁ ଘଟଣାର ଅନୁସନ୍ଧାନ କରାଯାଉଛି ।
ଲୋକସଭାରେ ଦିଆଯାଇଥିବା ତଥ୍ୟ ଦର୍ଶାଉଛି ଯେ ଗତ କିଛି ବର୍ଷ ମଧ୍ୟରେ ଅବୈଧ ଶିକାର ମାମଲା ହ୍ରାସ ପାଇଛି । 2019 ମସିହାରେ, ବାଘମାନଙ୍କର ଶିକାର ମାମଲା 17 ଥିଲା, ଯାହା 2019 ରେ 4କୁ ଖସି ଆସିଛି । ଅନ୍ୟପକ୍ଷେ ଗତ ତିନିବର୍ଷ ମଧ୍ୟରେ ବାଘ ଆକ୍ରମଣରେ 125 ଜଣ ମଣିଷଙ୍କ ମୃତ୍ୟୁ ହୋଇଛି । ଏଥିରେ ମହାରାଷ୍ଟ୍ରରେ 61 ଜଣ ଏବଂ ଉତ୍ତରପ୍ରଦେଶରେ 25 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଛନ୍ତି ଯେ ଗତ ତିନିବର୍ଷ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ଯୋଗୁଁ 222 ହାତୀଙ୍କର ମୃତ୍ୟୁ ଘଟିଛି । ଓଡ଼ିଶାରେ 41, ତାମିଲନାଡୁରେ 34 ଏବଂ ଆସାମରେ 33 ହାତୀ ବିଦ୍ୟୁତ ସଂଯୋଗ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି । ଏଥିସହ ଟ୍ରେନ୍ ଦୁର୍ଘଟଣାରେ 45 ହାତୀଙ୍କ ମୃତ୍ୟୁ ଘଟିଛି । ଲୋକସଭାରେ ଦିଆଯାଇଥିବା ତଥ୍ୟରୁ ଜଣାପଡିଛି ଯେ ଅବୈଧ ଶିକାର କାରଣରୁ 29 ଜଣ ହାତୀଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ମେଘାଳୟରେ 12 ଏବଂ ଓଡିଶାରେ 7 ହାତୀ ସାମିଲ ରହିଛନ୍ତି ।
Share your comments