1. କୃଷି ଖବର

ହ୍ୱାଟ୍ସଆପ୍‌ ବ୍ୟାଙ୍କିଙ୍ଗ ସେବା ଆରମ୍ଭ କଲା ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କ

ସାରା ଦେଶର ଗ୍ରାହକମାନଙ୍କୁ ସେମାନଙ୍କର ମୋବାଇଲ ଫୋନରେ ମାତ୍ର ଅଳ୍ପ କେତୋଟି କ୍ଲିକ୍‌ରେ ମିଳିବ ବ୍ୟାଙ୍କିଙ୍ଗ ସେବାର ସୁବିଧା l ଏୟାରଟେଲ୍‌ ଆଇକ୍ୟୁ ମାଧ୍ୟମରେ ଯୋଗାଇ ଦିଆଯିବ ଏହି ମେସେଜିଂ ସୁବିଧା ସରକାରଙ୍କ ଡିଜିଟାଲ ଇଣ୍ଡିଆ ମିଶନର ଲକ୍ଷ୍ୟ ସାଧିତ ହେବ l

Tanushree Mahapatra
Tanushree Mahapatra
India Post Payments Bank launches WhatsApp Banking Services

India Post Payments Bank launches WhatsApp Banking Services

ସାରା ଦେଶର ଗ୍ରାହକମାନଙ୍କୁ ସେମାନଙ୍କର ମୋବାଇଲ ଫୋନରେ ମାତ୍ର ଅଳ୍ପ କେତୋଟି କ୍ଲିକ୍‌ରେ ମିଳିବ ବ୍ୟାଙ୍କିଙ୍ଗ ସେବାର ସୁବିଧା l ଏୟାରଟେଲ୍‌ ଆଇକ୍ୟୁ ମାଧ୍ୟମରେ ଯୋଗାଇ ଦିଆଯିବ ଏହି ମେସେଜିଂ ସୁବିଧା ସରକାରଙ୍କ ଡିଜିଟାଲ ଇଣ୍ଡିଆ ମିଶନର ଲକ୍ଷ୍ୟ ସାଧିତ ହେବ l ସାରା ଦେଶର ଗ୍ରାହକମାନଙ୍କୁ ହ୍ୱାଟ୍ସଆପ୍‌ ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ସହ ଯୋଡ଼ି ହେବାର ସୁବିଧା ମିଳିବ l

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କ (ଆଇପିପିବି) ( WhatsApp Banking Services ) ପକ୍ଷରୁ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଆରମ୍ଭ କରାଯାଇଛି ହ୍ୱାଟ୍ସଆପ୍‌ ବ୍ୟାଙ୍କିଙ୍ଗ ସେବା । ଆଇପିପିବି ଏବଂ ଏୟାରଟେଲର ମିଳିତ ସହଭାଗିତାରେ ଗ୍ରାହକମାନଙ୍କୁ ଏହି ସୁବିଧା ମିଳିପାରିବ । ଫଳରେ ଗ୍ରାହକମାନେ ନିଜର ମୋବାଇଲ ଫୋନରେ ବ୍ୟାଙ୍କିଙ୍ଗ ସେବା ପାଇବାରେ ସକ୍ଷମ ହୋଇପାରିବେ ।

ଆଇପିପିବି ପକ୍ଷରୁ ନୂଆ କରି ଆରମ୍ଭ କରାଯାଇଥିବା ହ୍ୱାଟ୍ସଆପ୍‌ ବ୍ୟାଙ୍କିଙ୍ଗ ଚାନେଲ ଜରିଆରେ ଆଇପିପିବି ଗ୍ରାହକମାନେ ସେମାନଙ୍କ ହ୍ୱାଟ୍ସଆପ୍‌ ଜରିଆରେ ବ୍ୟାଙ୍କ ସହ ବାଧାମୁକ୍ତ ଭାବେ ଯୋଡ଼ି ହୋଇପାରିବେ । ଏହାଦ୍ୱାରା ସେମାନଙ୍କୁ କମ ପରିଶ୍ରମରେ ସଂଖ୍ୟାଧିକ ବ୍ୟାଙ୍କ ସେବା ମିଳିପାରିବ । ଘର ପାଖରେ ସେବା ନିମନ୍ତେ ଅନୁରୋଧ, ନିକଟସ୍ଥ ପୋଷ୍ଟ ଅଫିସକୁ ଠାବ କରିବା ଏବଂ ଆହୁରି ଅନେକ ବ୍ୟାଙ୍କିଙ୍ଗ ସେବା ଗ୍ରାହକମାନଙ୍କୁ ସୁବିଧାରେ ମିଳିବ ।

ନାଗରିକମାନଙ୍କୁ ସେମାନଙ୍କ ନିଜ ଭାଷାରେ ଡିଜିଟାଲ ସେବା ଯୋଗାଇ ଦେବା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ କରିବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ସଂକଳ୍ପ ଅନୁରୂପ ଆଇପିପିବି-ଏୟାରଟେଲ ହ୍ୱାଟ୍ସଆପ୍‌ ବ୍ୟାଙ୍କିଙ୍ଗ ସେବାକୁ ଏକାଧିକ ଭାଷାରେ କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ କରାଯାଇଛି । ଫଳରେ ସାଧାରଣ ଗ୍ରାହକ, ବିଶେଷ କରି ଦେଶର ଗ୍ରାମାଞ୍ଚଳରେ ରହୁଥିବା ନାଗରିକମାନଙ୍କୁ ସେମାନଙ୍କ ନିଜ ଭାଷାରେ ବୁଝି ହେବା ଭଳି ବ୍ୟାଙ୍କିଙ୍ଗ ସୁବିଧା ମିଳିପାରିବ । ସାଧାରଣତଃ ଏହି ନାଗରିକମାନେ ନିଜ ଭାଷାରେ ବ୍ୟାଙ୍କ କାରବାର କରିବାକୁ ପସନ୍ଦ କରିଥାନ୍ତି ।

ମୁଖ୍ୟତଃ ଛୋଟ ସହର ଏବଂ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ରହୁଥିବା ବ୍ୟାଙ୍କର ଅଧିକାଂଶ ଗ୍ରାହକମାନଙ୍କୁ ମାସିକ ୨୫୦ ନିୟୁତ ମେସେଜ୍‌ ପଠାଇବା ଲାଗି ଆଇପିପିବି ସହିତ ମିଶି ଏୟାରଟେଲ୍‌ କାର୍ଯ୍ୟ କରୁଛି । ଦେଶର ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବା ଯୋଗାଇ ଦେବା ଲାଗି ଆଇପିପିବି ନିରନ୍ତର ଭାବେ କାର୍ଯ୍ୟ କରି ଆସୁଛି । ଏହା ବ୍ୟତୀତ ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ମିଶନକୁ ତ୍ୱରାନ୍ୱିତ କରିବା ଲାଗି ଗ୍ରାହକମାନଙ୍କୁ ସେମାନଙ୍କ ଆଙ୍ଗୁଠି ଟିପରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବା ନିମନ୍ତେ ହ୍ୱାଟ୍ସଆପ୍‌ ମେସେଜିଂ ସେବା ବିଶେଷ ସହାୟକ ହୋଇପାରିବ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କର ସିଜିଏମ ଓ ସିଏସଏମଓ ଶ୍ରୀ ଗୁରଶରନ୍‌ ରାୟ ବଂଶଲ କହିଛନ୍ତି ଯେ, ‘‘ଭାରତରେ ଡିଜିଟାଲ ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ଆଗେଇ ନେବାରେ ଆମେ ଭାରତୀ ଏୟାରଟେଲ ସହିତ କାର୍ଯ୍ୟ କରିବା ଖୁସିର ବିଷୟ । ପ୍ରଯୁକ୍ତି ପରିଚାଳିତ ଆର୍ଥିକ ସେବାରେ ବ୍ୟାପକ ସମ୍ଭାବନା ରହିଛି ବୋଲି ଆମେ ବିଶ୍ୱାସ କରିଥାଉ । ଦେଶର କୋଣଅନୁକୋଣରେ ଶ୍ରେଷ୍ଠ ଆର୍ଥିକ ଉତ୍ପାଦ ପହଞ୍ଚାଇବାରେ ଏହା ବିଶେଷ ସହାୟକ ହୋଇପାରିବ ।’’

ଏୟାରଟେଲ ଆଇକ୍ୟୁର ବ୍ୟବସାୟିକ ମୁଖ୍ୟ ଶ୍ରୀ ଅଭିଷେକ ବିଶ୍ୱାଳ କହିଛନ୍ତି, ‘‘ଏୟାରଟେଲ୍‌ ଆଇକ୍ୟୁ ହେଉଛି ଏକ ମଜବୁତ, ସହଜ ଓ ସୁରକ୍ଷିତ ସଞ୍ଚାର ସୁଟ୍‌ । ବର୍ତ୍ତମାନର ଏସଏମଏସ ଓ ଭଏସ କମ୍ୟୁନିକେସନ ସୁବିଧା ସହିତ ହ୍ୱାଟ୍ସଆପ୍‌ ମେସେଜିଂ ଜରିଆରେ ଆମେ ଇଣ୍ଡିଆ ପୋଷ୍ଟ ମେମେଣ୍ଟସ୍‌ ବ୍ୟାଙ୍କ ଗ୍ରାହକମାନଙ୍କୁ ବ୍ୟାଙ୍କ ସହିତ ଦୁଇ ମାର୍ଗବିଶିଷ୍ଟ ସଞ୍ଚାର ସୁବିଧା ପ୍ରଦାନ କରୁଛୁ। ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ବ୍ୟାଙ୍କ ସେବାକୁ ଅଧିକ ସୁଲଭ କରିବା ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଆଇପିପିବି ସହିତ କାର୍ଯ୍ୟ କରି ଆମେ ଆନନ୍ଦିତ । ଆମେ ଗ୍ରାହକ କୈନ୍ଦ୍ରିକ ସୁବିଧା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଉଛୁ ଯାହା ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବ ।’’

ହ୍ୱାଟ୍ସଆପ୍‌ ସଲ୍ୟୁସନରେ ଏକ ଲାଇଭ ଇଣ୍ଟରଆକ୍ଟିଭ ଗ୍ରାହକ ସହାୟତା ଯୋଡ଼ିବା ଲାଗି ଆଇପିପିବି ଏବଂ ଏୟାରଟେଲ୍‌ ଆଇକ୍ୟୁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏହା ଗ୍ରାହକମାନଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇ ଦେବ ଏବଂ ସେମାନେ ନିଜ ପ୍ରଶ୍ନର ତୁରନ୍ତ ସମାଧାନ ପାଇପାରିବେ ।

ଗୋଟିଏ ମାସରେ ଡାଲି ମୂଲ୍ୟ 10 ପ୍ରତିଶତ ବୃଦ୍ଧି,ଚିନ୍ତାରେ ଖାଉଟି

ଚିନିର ମୂଲ୍ୟବୃଦ୍ଧି ଖାଦ୍ୟ ସୁରକ୍ଷା ପାଇଁ ନୂଆ ବିପଦ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments