1. କୃଷି ଖବର

Agricultural Exports: କୃଷି ଉଦ୍ୟୋଗ ରପ୍ତାନିରେ 30 % ବୃଦ୍ଧି

ଏପ୍ରିଲ୍-ଜୁଲାଇ 2022 ମଧ୍ୟରେ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ରପ୍ତାନି ଗତ ବର୍ଷ ସମାନ ଅବଧି ତୁଳନାରେ 9598 ମିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଗତ ବର୍ଷ ଏହା 7397 ମିଲିୟନ ଡ଼ଲାର୍ ଥିଲା ।

Shuvanshu Kar
Shuvanshu Kar
India’s agricultural and processed food products exports up by 30%

India’s agricultural and processed food products exports up by 30%

ଏପ୍ରିଲ୍-ଜୁଲାଇ 2022 ମଧ୍ୟରେ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ରପ୍ତାନି(exports) ଗତ ବର୍ଷ ସମାନ ଅବଧି ତୁଳନାରେ 9598 ମିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଗତ ବର୍ଷ ଏହା 7397 ମିଲିୟନ ଡ଼ଲାର୍ ଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ମଧ୍ୟରେ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥୟ(agricultural and processed food products)ର ରପ୍ତାନି ପୂର୍ବ ବର୍ଷର ତୁଳନାରେ 30 ପ୍ରତିଶତ ଅଭିବୃଦ୍ଧି ଘଟିଛି ।

2022-23 ଆର୍ଥିକ ବର୍ଷ ପାଇଁ 23.56 ବିଲିୟନ ଡ଼ଲାରର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ରପ୍ତାନି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିରୁ ଚଳିତ ଆର୍ଥିକ ପ୍ରଥମ ଚାରିମାସ ମଧ୍ୟରେ 9.59 ବିଲିୟନ ଡ଼ଲାର୍ ଲକ୍ଷ ହାସଲ ହୋଇସାରିଛି । ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡିକ ପ୍ରଥମ ଚାରିମାସ ମଧ୍ୟରେ ଚଳିତ ଆର୍ଥିକ ବର୍ଷ 2022-23 ପାଇଁ ସ୍ଥିର ହୋଇଥିବା ମୋଟ ରପ୍ତାନି ଲକ୍ଷ୍ୟର 40 ପ୍ରତିଶତ ହାସଲ କରିବାରେ ସହାୟକ ହୋଇଛି।

DGCI&S ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ତାଜା ଫଳ ଏବଂ ପନିପରିବା ରପ୍ତାନି 4% ଅଭିବୃଦ୍ଧି ହୋଇଥିବାବେଳେ ପ୍ରକ୍ରିୟାକୃତ ଫଳ ଏବଂ ପନିପରିବା ଗତ ବର୍ଷ ସମାନ ଅବଧିରେ 51%ର ଉଲ୍ଲେଖନୀୟ ଅଭିବୃଦ୍ଧି ପଞ୍ଜିକୃତ କରିଛନ୍ତି ।

ସେହିପରି ଶସ୍ୟ ଏବଂ ବିଭିନ୍ନ ପ୍ରକ୍ରିୟାକୃତ ସାମଗ୍ରୀ ପରି ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ଯଥାକ୍ରମେ 37.75 ପ୍ରତିଶତ ଏବଂ 35.26 ପ୍ରତିଶତ ଅଭିବୃଦ୍ଧି ହୋଇଛି ।

ତାଜା ଫଳ ଏବଂ ପନିପରିବା ଏପ୍ରିଲ୍-ଜୁଲାଇ, 2021 ରେ 498 ମିଲିୟନ ଡଲାରରେ ରପ୍ତାନି ହୋଇଥିଲା ଯାହା ଚଳିତ ଆର୍ଥିକ ସମାନ ଅବଧିରେ 517 ମିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ପ୍ରକ୍ରିୟାକୃତ ଫଳ ଏବଂ ପନିପରିବା ରପ୍ତାନି ଚଳିତ ଆର୍ଥିକ ପ୍ରଥମ ଚାରି ମାସରେ 665 ନିୟୁତ ଡଲାରକୁ ବୃଦ୍ଧି ପାଇଛି ।

2022-23 ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ବାସୁମତି ଚାଉଳ ରପ୍ତାନିରେ 29.13 ପ୍ରତିଶତ ଅଭିବୃଦ୍ଧି ହୋଇ ଏପ୍ରିଲ-ଜୁଲାଇ 2022ରେ 1567 ମିଲିୟନ ଡ଼ଲାରରେ ପହଞ୍ଚିଛି। ଅଣବାସୁମତି ଚାଉଳ ରପ୍ତାନିରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ 9.24 ପ୍ରତିଶତ ଅଭିବୃଦ୍ଧି ହୋଇଛି।

ଏପ୍ରିଲ୍-ଜୁଲାଇ 2021ରେ ଅନ୍ୟ ଶସ୍ୟର ରପ୍ତାନି 408 ମିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏପ୍ରିଲ୍-ଜୁଲାଇ 2021ରେ ଏହା 334 ମିଲିୟନ ଡ଼ଲାର୍ ଥିଲା । ଏପ୍ରିଲ-ଜୁଲାଇ 2021 ରେ ପଶୁ ସମ୍ପଦ ରପ୍ତାନି 1279 ମିଲିୟନ ଡ଼ଲାରରୁ ଏପ୍ରିଲ-ଜୁଲାଇ 2022 ମଧ୍ୟରେ 408 ମିଲିୟନ ଡ଼ଲାରକୁ ବୃଦ୍ଧି ପାଇ 1428 ମିଲିୟନ ଡ଼ଲାରରେ ପହଞ୍ଚିଛି ।

Agricultural Exports: କୃଷି ଉଦ୍ୟୋଗ ରପ୍ତାନିରେ 31 % ବୃଦ୍ଧି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments