
India’s agricultural and processed food products exports up by 31 percent
ସାରା ବିଶ୍ବରେ ଖାଦ୍ୟ ସଙ୍କଟର ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବାବେଳେ ଆମ ଦେଶ ଭାରତରେ ବୃଦ୍ଧି ପାଉଛି ରପ୍ତାନି(exports) । କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ(agricultural and processed food products) ଉଦ୍ୟୋଗ ଗୁଡିକର ରପ୍ତାନି ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ୩୧ ପ୍ରତିଶତ ବୃଦ୍ଧି ପାଇଛି ।
ଭାରତର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉଦ୍ୟୋଗ ଗୁଡିକର ରପ୍ତାନି ଗତ ବର୍ଷର ସମାନ ଅବଧି ତୁଳନାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (୨୦୨୨ -୨୩) ମଧ୍ୟରେ ୩୧ ପ୍ରତିଶତ ବୃଦ୍ଧି ପାଇ ୭୪୦୮ ମିଲିୟନ୍ ଆମେରିକୀୟ ଡଲାର ହୋଇ ଯାଇଛି । ସେହିପରି ଫଳ ଏବଂ ପନିପରିବା, ଶସ୍ୟ, ପଶୁଧନ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ଗୁଡିକର ରପ୍ତାନି କ୍ଷେତ୍ରରେ ଏହି ଆର୍ଥିକ ବର୍ଷରେ ଅଭିବୃଦ୍ଧି ଦେଖା ଦେଇଛି ।
ସେପଟେ ଡାଲି ସହିତ ପ୍ରକ୍ରିୟାକୃତ ଫଳ ଏବଂ ପନିପରିବାର ରପ୍ତାନି ଗତ ବର୍ଷର ଏହି ମାସ ତୁଳନାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ୫୯.୭୧ ପ୍ରତିଶତ ବୃଦ୍ଧି ପାଇ ୪୯୦ ମିଲିୟନ୍ ଡଲାରରେ ପହଞ୍ଚିଛି। ଚଳିତ ବର୍ଷ ୨୦୨୨ -୨୩ ର ପ୍ରଥମ ତିନି ମାସ ଗୁଡିକ ମଧ୍ୟରେ ବାସମତୀ ଚାଉଳର ରପ୍ତାନି କ୍ଷେତ୍ରରେ ୨୫.୫୪ ପ୍ରତିଶତ ବୃଦ୍ଧି ଦେଖା ଦେଇଛି ।
ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣ (ଏପିଇଡିଏ) ଦ୍ୱାରା ନିଆ ଯାଇଥିବା ପଦକ୍ଷେପ ଗୁଡିକ ଦେଶର ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ମୋଟ୍ ରପ୍ତାନି ଲକ୍ଷ୍ୟର ୩୧ ପ୍ରତିଶତ ହାସଲ କରିବାରେ ସହାୟତା ପ୍ରଦାନ କରିଛନ୍ତି ।
କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ଗୁଡିକର ବର୍ଗ ନିମନ୍ତେ ୨୦୨୨ - ୨୩ ବର୍ଷ ପାଇଁ, ଏପିଇଡିଏ ଦ୍ୱାରା ୨୩.୫୬ ବିଲିୟନ୍ ଆମେରିକୀୟ ଡଲାରର ରପ୍ତାନି ଲକ୍ଷ୍ୟ ନିର୍ଦ୍ଧାରିତ କରା ଯାଇଛି ।
ଡିଜିସିଆଇ ଏଣ୍ଡ୍ ଏସ୍ ର ସାମୟିକ ତଥ୍ୟ ଅନୁସାରେ, ତାଜା ଫଳ ଏବଂ ପନିପରିବା ଗୁଡିକ ଚାରି ପ୍ରତିଶତ ବୃଦ୍ଧିକୁ ପରିଲକ୍ଷିତ କରିଛି, ଯେତେବେଳେ କି ପ୍ରକ୍ରିୟାକୃତ ଫଳ ଏବଂ ପନିପରିବା କ୍ଷେତ୍ରରେ ଗତ ବର୍ଷ ଏହି ମାସ ତୁଳନାରେ ୫୯.୭୧ ପ୍ରତିଶତ (ଏପ୍ରିଲ୍ - ଜୁନ୍ ୨୦୨୨)ର ଉଲ୍ଲେଖନୀୟ ଅଭିବୃଦ୍ଧି ରେକର୍ଡ କରା ଯାଇଛି ।
ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ମାଂସ, ଦୁଗ୍ଧ ଜାତୀୟ ଉତ୍ପାଦ ଏବଂ ପୋଲ୍ଟ୍ରି ଉତ୍ପାଦ ଗୁଡିକର ରପ୍ତାନି କ୍ଷେତ୍ରରେ ୯.୫ ପ୍ରତିଶତର ଅଭିବୃଦ୍ଧି ଘଟିଛି ଏବଂ ଅନ୍ୟ ଖାଦ୍ୟଶସ୍ୟ ଗୁଡିକର ରପ୍ତାନି କ୍ଷେତ୍ରରେ ୨୯ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । କେବଳ ଦୁଗ୍ଧ ଜାତୀୟ ଉତ୍ପାଦ ଗୁଡିକରେ ୬୭.୧୫ ପ୍ରତିଶତର ଅଭିବୃଦ୍ଧି ଲକ୍ଷ୍ୟ କରା ଯାଇଛି, କାରଣ ଏହାର ରପ୍ତାନି ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ବୃଦ୍ଧି ପାଇ ୧୯୧ ମିଲିୟନ୍ ଆମେରିକୀୟ ଡଲାର ହୋଇ ଥିଲା, ଯାହା ଗତ ବର୍ଷ ଏହି ମାସ ଗୁଡ଼ିକରେ ୧୧୪ ମିଲିୟନ୍ ଆମେରିକୀୟ ଡଲାର ଥିଲା ।
ଚିନିର ଦ୍ବିତୀୟ ବୃହତ ରପ୍ତାନିକାରୀ ଦେଶ ହେଲା ଭାରତ
Share your comments