1. କୃଷି ଖବର

ଦିଲ୍ଲୀର କୃଷି ଜାଗରଣରେ ଉଦଘାଟିତ ହେବ ଭାରତର ପ୍ରଥମ FPO କଲ୍ ସେଣ୍ଟର

ଗତକାଲି କୃଷି ଜାଗରଣ ଅନୁକୁଲ୍ୟରେ ଭାରତ ପ୍ରଥମ FPO କଲ ସେଣ୍ଟର ଉତଘାଟିତ ହେବାକୁ ଯାଉଛି l ଯାହା କୃଷକଙ୍କୁ ସାହାଯ୍ୟ କରିବାରେ ଏକ ବଡ ପଦକ୍ଷେପ ହେବ l କୃଷି ଜାଗରଣ ସହ ମିଶି ଏଫସି ଇଣ୍ଡିଆ ଲିମିଟେଡ୍ 24 ଜାନୁୟାରୀ 2023 ରେ ଭାରତର ପ୍ରଥମ FPO କଲ୍ ସେଣ୍ଟର ଆରମ୍ଭ କରିବାକୁ ଯାଉଛନ୍ତି ।

Tanushree Mahapatra
Tanushree Mahapatra
india-s first fpo center to inaugurated in delhi on January 24 at Krishi jagran

india-s first fpo center to inaugurated in delhi on January 24 at Krishi jagran

ଗତକାଲି କୃଷି ଜାଗରଣ ଅନୁକୁଲ୍ୟରେ ଭାରତ ପ୍ରଥମ FPO କଲ ସେଣ୍ଟର ଉତଘାଟିତ ହେବାକୁ ଯାଉଛି  l ଯାହା କୃଷକଙ୍କୁ ସାହାଯ୍ୟ କରିବାରେ ଏକ ବଡ ପଦକ୍ଷେପ ହେବ l କୃଷି ଜାଗରଣ ସହ ମିଶି ଏଫସି ଇଣ୍ଡିଆ ଲିମିଟେଡ୍ 24 ଜାନୁୟାରୀ 2023 ରେ ଭାରତର ପ୍ରଥମ FPO କଲ୍ ସେଣ୍ଟର ଆରମ୍ଭ କରିବାକୁ ଯାଉଛନ୍ତି । ଯେହେତୁ ଏବେ ଦେଖିବାକୁ ମିଳୁଛି ଯେ ଅଧିକ କୃଷକ-ଉତ୍ପାଦକ ସଂଗଠନର ପରିଚୟ ହେତୁ ଭାରତୀୟ କୃଷି କ୍ଷେତ୍ର ଆଗକୁ ବଢୁଛି l

ତେବେ ଗତକାଲି କୃଷି ଜାଗରଣ ସଂସ୍ଥାର ମୁଖ୍ୟ ସମ୍ପାଦକ ଏମ୍ସି ଡୋମିନିକଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଡାକ୍ତର ବିଜୟ ଲକ୍ଷ୍ମୀ ଯିଏକି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ର ଯୁଗ୍ମ ସଚିବ ଏହି କାର୍ଯ୍ୟକ୍ରମକୁ ଉତଘାଟନ କରିବେ l ଏଥିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l

କୃଷି କ୍ଷେତ୍ରରେ ବିକାଶ ରାଷ୍ଟ୍ର ନିର୍ମାଣରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । କୃଷି କ୍ଷେତ୍ରରେ ବିଶ୍ବ ସ୍ତରରେ ଭାରତ ସବୁଠୁ ଆଗରେ ରହିଛି । ତଥାପି ଭାରତରେ 80 ପ୍ରତିଶତରୁ ଅଧିକ କ୍ଷୂଦ୍ର ଚାଷୀ ଅଛନ୍ତି । ଚାଷୀଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ, ଋୁଣ, ଉନ୍ନତ କୃଷି ଉପକରଣ ଏବଂ ବଜାର ଯାଏଁ ପହଞ୍ଚିବା ପାଇଁ ସୁବିଧା ପ୍ରଦାନର ଆବଶ୍ୟକତା ରହିଛି । ଏହା ଦ୍ବାରା ସେମାନଙ୍କୁ ଗୁଣାତ୍ମକ ଫସଲ ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରାଯାଇପାରିବ । ଏଣୁ କୃଷିକୁ ଆତ୍ମନିର୍ଭର କୃଷିରେ ପରିବର୍ତ୍ତନ କରିବା ପାଇଁ ଏଫପିଓ (FPO) ର ପ୍ରଚlର ଓ ଗଠନ ପ୍ରଥମ ପଦକ୍ଷେପ ।

କୃଷିର ବିକାଶ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ଏଫପିଓ । ଏଫପିଓର ଏକ କଷ୍ଟମ୍ ନିଯୁକ୍ତି କେନ୍ଦ୍ର ମଧ୍ୟ ଅଛି, ଯେଉଁଠାରେ କୃଷି ଯନ୍ତ୍ରପାତି ଚାଷୀଙ୍କ ପାଇଁ ଉପଲବ୍ଧ । ହାରାହାରି ଫସଲ ଉତ୍ପାଦନ 30-50% ବୃଦ୍ଧି ପାଇ ଫସଲ ଚାଷ କୌଶଳ ଏବଂ ଚାଷୀଙ୍କ ପାଇଁ ଉତ୍ତମ କୃଷି ଅଭ୍ୟାସରେ ଏହି ଏଫପିଓ ପ୍ରମାଣିତ ହୋଇଛି । କ୍ଲଷ୍ଟର ଆଧାରିତ ଏଭଳି ବ୍ୟବସାୟୀକ ସଂଗଠନର ଭୂମିକା କୃଷକ ଉତ୍ପାଦକ ସଂଗଠନକୁ ମଜବୁତ କରିବା ଦିଗରେ ସହାୟକ ହେବ ।

କୃଷିର ବିକାଶ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ଏଫପିଓ । କ୍ଲଷ୍ଟର ଆଧାରିତ ଏଭଳି ବ୍ୟବସାୟୀକ ସଂଗଠନର ଭୂମିକା କୃଷକ ଉତ୍ପାଦକ ସଂଗଠନକୁ ମଜବୁତ କରିବା ଦିଗରେ ସହାୟକ ହେବ । ଏହା ଦ୍ବାରା ଚାଷୀ ସେମାନଙ୍କୁ ଖୋଜି ପାଇପାରିବ । ଏଫପିଓ କେବଳ ଏକ କମ୍ପାନୀ ନୁହେଁ, ବରଂ ଏହା ଚାଷୀଙ୍କ ଲାଭ ପାଇଁ ଏକ ସାମୁହିକ ସଂସ୍ଥା ଅଟେ । ଏଣୁ କିଭଳି ଅଧିକରୁ ଅଧିକ ଚାଷୀ ଏଫପିଓରେ ସାମିଲ ହେବେ ଏ ଦିଗରେ କାର୍ଯ୍ୟ ହେବା ଜରୁରୀ ।

କ'ଣ ଏହି ମୁକ୍ତା ଯୋଜନା ? ଆସନ୍ତୁ ଜାଣିବା ସଂକ୍ଷେପରେ .........

କୃଷକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ ଆଣିଦେବ ‘କୃଷି ସଂୟଂତ୍ର’ , ଜାଣନ୍ତୁ ଏହା କ’ଣ....

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments