1. କୃଷି ଖବର

ଭାରତ ଅଧ୍ୟକ୍ଷତାରେ ଜି-୨୦

ପ୍ରଥମ ଦିନ ADM, ତିନି ଦିନିଆ କାର୍ଯ୍ୟକ୍ରମ, 13-15 ଫେବୃଆରୀ 2023 ମଧ୍ୟରେ ଇନ୍ଦୋରରେ ଅନୁଷ୍ଠିତ ହେବ । G20 ସଦସ୍ୟ ଦେଶ, ଅତିଥି ଦେଶ ତଥା ଆନ୍ତର୍ଜାତୀୟ ସଂଗଠନର ପ୍ରାୟ ଶହେ ପ୍ରତିନିଧୀ ଏହି ବୈଠକରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

Sudesna Nayak
Sudesna Nayak
India’s G20 Presidency: Indore to Host 1st Agriculture Deputies Meeting of Agriculture Working Group

India’s G20 Presidency: Indore to Host 1st Agriculture Deputies Meeting of Agriculture Working Group

ବିଶ୍ବ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ରୁଷ-ୟୁକ୍ରେନ ଯୁଦ୍ଧରେ ୟୁରୋପ ମହାଦେଶ ଥରୁଛି। ଭୀଷଣ କ୍ଷୟକ୍ଷତି ସ‌ତ୍ତ୍ବେ ରୁଷ୍‌ ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଥିବା ବେଳେ ଏ କ୍ଷେତ୍ରରେ ଜାତିସଂଘର ଅସହାୟତା ଏହାର ଦୁର୍ବଳତାକୁ ପ୍ରତିପାଦିତ କରୁଛି। ଅନ୍ୟପକ୍ଷରେ ତାଇୱାନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଯୁଦ୍ଧ ଯୋଗୁ ବିଶ୍ବରେ ଖାଦ୍ୟ, ଇନ୍ଧନ ଏବଂ ସାର ଯୋଗାଣ କ୍ଷେତ୍ରରେ ସମସ୍ୟା ବଢ଼ିଛି । ଏଭଳି ସ୍ଥିତିରେ ବିଶ୍ବରେ ଅର୍ଥନୈତିକ ମାନ୍ଦାବସ୍ଥା, ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟା, ଆତଙ୍କବାଦ ଆଦି ବିଶ୍ବ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଭଳି ସମୟରେ ଜି-୨୦ (G20) ଭଳି ଗୁରୁତ୍ବପୂର୍ଣ୍ଣ ସଂଗଠନର ଅଧ୍ୟକ୍ଷତା ଦାୟିତ୍ବ ଭାରତ ଗ୍ରହଣ କରିଛି।

ପ୍ରଥମ ଦିନ ADM, ତିନି ଦିନିଆ କାର୍ଯ୍ୟକ୍ରମ, 13-15 ଫେବୃଆରୀ 2023 ମଧ୍ୟରେ ଇନ୍ଦୋରରେ ଅନୁଷ୍ଠିତ ହେବ । G20 ସଦସ୍ୟ ଦେଶ, ଅତିଥି ଦେଶ ତଥା ଆନ୍ତର୍ଜାତୀୟ ସଂଗଠନର ପ୍ରାୟ ଶହେ ପ୍ରତିନିଧୀ ଏହି ବୈଠକରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

Chief Minister of Madhya Pradesh, Shri Shivraj Singh Chouhan ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ତିନି ଦିନିଆ ବୌଠକର ପ୍ରଥମ ଦିନରେ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ । ମିଲେଟସ୍ ଏବଂ ଏହାର ମୂଲ୍ୟଯୁକ୍ତ ଖାଦ୍ୟ ପଦାର୍ଥ ଏହି ପ୍ରଦର୍ଶନୀରେ ଏକ ପ୍ରମୁଖ ଆକର୍ଷଣ ହେବ ।

ଦ୍ୱିତୀୟ ଦିନରେ Union Civil Aviation Minister Shri Jyotiraditya Scindia ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆଙ୍କ ଉପସ୍ଥିତି ରହିବେ । ଯାହା ପରେ ଅଂଶଗ୍ରହଣକାରୀ ସଦସ୍ୟ ତଥା ଆନ୍ତର୍ଜାତୀୟ ସଂଗଠନ ମଧ୍ୟରେ ସାଧାରଣ ଆଲୋଚନା ହେବ ।

ପ୍ରକାଶ ଥାଉ ଯେ, ତୃତୀୟ ଦିନ ସମସ୍ତ ସମ୍ପୃକ୍ତ ସଦସ୍ୟ ଏବଂ ଆନ୍ତର୍ଜାତୀୟ ସଂଗଠନର ଆଲୋଚନା ଏବଂ ଅଂଶଗ୍ରହଣ ବିଷୟରେ ଏହା ଏକ ବୌଷୟିକ ଅଧିବେଶନ ହେବ ।

G20 ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବ ଭାରତ, ସମଗ୍ର ଦେଶରେ ହେବ 200 ବୈଠକ

Dairy Sector: ବିଶ୍ବରେ ଅଗ୍ରଣୀ ଭାରତ, ବାର୍ଷିକ 9.5 ଲକ୍ଷ କୋଟି ଟଙ୍କା ମୂଲ୍ୟର ହେଉଛି ଦୁଗ୍ଧ ଉତ୍ପାଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments