News

କୋଲକାତାରେ ଚାଲିଛି AgriGate 2022

କୋଲକାତାରେ ଚାଲିଛି ଭାରତର ସର୍ବବୃହତ ଏଗ୍ରିଟେକ କନକ୍ଲେଭ AgriGate 2022 ।ଭାରତରେ ଟେକ୍ ଇଣ୍ଡଷ୍ଟ୍ରିର ପ୍ରମୁଖ ବାଣିଜ୍ୟ ସଂସ୍ଥା NASSCOM ପକ୍ଷରୁ AgriGate 2022ର ଆୟୋଜନ ହେଉଛି । କୃଷି ଜାଗରଣ ଏହି କାର୍ଯ୍ୟକ୍ରମର ସମ୍ମାନଜନକ ମିଡିଆ ପାର୍ଟନର ରହିଛି ।

27 September, 2022 4:31 PM IST By: Shuvanshu Kar

କୋଲକାତାରେ ଚାଲିଛି ଭାରତର ସର୍ବବୃହତ ଏଗ୍ରିଟେକ କନକ୍ଲେଭ AgriGate 2022 । ବିଶ୍ବ ବାଙ୍ଗଲା କନଭେନସନ ସେଣ୍ଟରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଭାରତରେ ଟେକ୍ ଇଣ୍ଡଷ୍ଟ୍ରିର ପ୍ରମୁଖ ବାଣିଜ୍ୟ ସଂସ୍ଥା NASSCOM ପକ୍ଷରୁ AgriGate 2022ର ଆୟୋଜନ ହେଉଛି । କୃଷି ଜାଗରଣ ଏହି କାର୍ଯ୍ୟକ୍ରମର ସମ୍ମାନଜନକ ମିଡିଆ ପାର୍ଟନର ରହିଛି ।

ଭାରତ ଏହାର କୃଷି କ୍ଷେତ୍ରର ଏକ ବୃହତ ଡିଜିଟାଲ୍ ରୂପାନ୍ତର ଆଗେଇ ଚାଲିଛି । 2020-21ରେ, କୃଷି ଏବଂ ଆନୁଷଙ୍ଗିକ ଶିଳ୍ପଗୁଡିକ ଭାରତର 3 ଟ୍ରିଲିୟନ ଡଲାରର ଜିଡିପିର 20% ଯୋଗଦାନ ଦେଇଛନ୍ତି। AgTech ଫାର୍ମ ଏବଂ ଷ୍ଟାର୍ଟ-ଅପ୍ ଏହି ସୁଯୋଗରେ ପୁଞ୍ଜି ବିନିଯୋଗ ପାଇଁ ଡିଜିଟାଲ୍ ସକ୍ଷମ କୃଷକମାନଙ୍କ ସହିତ ସହଯୋଗ କରୁଛନ୍ତି ।

ସରକାର, ଅନୁସନ୍ଧାନକାରୀ ଏଜେନ୍ସି, କୃଷି ଇନପୁଟ କମ୍ପାନୀ, ବ୍ୟାଙ୍କ ଓ ବୀମା ଏଣ୍ଟରପ୍ରାଇଜେସ, ଯନ୍ତ୍ରିକ ଉପକରଣ କମ୍ପାନୀ, ସଂରକ୍ଷଣ, ଲଜିଷ୍ଟିକ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ଏଥିରେ ଉପସ୍ଥିତ ରହି ଡିଜିଟାଲ ଇକୋସିଷ୍ଟମକୁ ଚାଷୀ ଉପଯୋଗୀ କରିବା ପାଇଁ ନିଜ ବିଚାରର ଆଦାନ ପ୍ରଦାନ କରୁଛନ୍ତି ।

ଉନ୍ନତ କୃଷି ତଥ୍ୟରୁ ନିଷ୍ପତ୍ତି- Agri eGovernance, ଫାର୍ମ ଇନପୁଟ୍ ଏବଂ ଆଉଟପୁଟ୍ ନେଟୱାର୍କ ଓ ଯୋଗାଣ ଶୃଙ୍ଖଳା ଉଦ୍ଭାବନକୁ ଡିଜିଟାଇଜ୍ କରିବା, ଫସଲ ବୀମା- ଗ୍ଲୋବାଲ୍ ଟ୍ରେଣ୍ଡ୍, ଆହ୍ବାନ, ଇନୋଭେସନ୍ସ ଏବଂ ଟେକ୍ନୋଲୋଜି ଇଣ୍ଟରଭେନସନ୍, ଏକ ନୂତନ ଯୁଗର ଆଗ୍ରି ଫିନଟେକ ସିଷ୍ଟମ୍ ବିକାଶ ଆଦି ଏହି କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ବସ୍ତୁ ରହିଛି ।

ଓଡିଶାରେ ବିଶାଳ କୃଷି ମେଳାର ଆୟୋଜନ କରୁଛି କୃଷି ଜାଗରଣ

Millets Mission: ଓଡିଶାକୁ ଜାତୀୟ ସ୍ତରରେ ସର୍ବଶ୍ରେଷ୍ଠ ରାଜ୍ୟ ସମ୍ମାନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)