1. କୃଷି ଖବର

Millets Mission: ଓଡିଶାକୁ ଜାତୀୟ ସ୍ତରରେ ସର୍ବଶ୍ରେଷ୍ଠ ରାଜ୍ୟ ସମ୍ମାନ

ମିଲେଟ ମିଶନରେ ଓଡିଶାକୁ ବଡ ସଫଳତା । ଜାତୀୟ ସ୍ତରରେ ସମ୍ମାନିତ ହୋଇଛି ଓଡିଶା ।

Shuvanshu Kar
Shuvanshu Kar
Odisha Conferred with ‘Best State For Scaling Up Millet Mission’ Award by Centre

Odisha Conferred with ‘Best State For Scaling Up Millet Mission’ Award by Centre

ମିଲେଟ ମିଶନରେ ଓଡିଶାକୁ ବଡ ସଫଳତା । ଜାତୀୟ ସ୍ତରରେ ସମ୍ମାନିତ ହୋଇଛି ଓଡିଶା । ଓଡ଼ିଶା ମିଲେଟ ମିଶନ(Odisha Millet Mission) କ୍ଷେତ୍ରରେ ମିଲେଟ(Millet)ର ବ୍ୟାପକ ପ୍ରଚାର ପ୍ରସାର ପାଇଁ ରାଜ୍ୟକୁ ଜାତୀୟ ପୁରସ୍କାର ମିଳିଛି ।

ହାଇଦ୍ରାବାଦରେ ଆଇସିଏଆର ଓ ନ୍ୟୁଟ୍ରି ହବ୍ ପକ୍ଷରୁ ଆୟୋଜିତ ନ୍ୟାସନାଲ ନ୍ୟୁଟ୍ରି ସିରଲ କନଭେନସନରେ ଓଡିଶାକୁ ସମ୍ମାନିତ କରାଯାଇଛି । ମିଲେଟର ପ୍ରଚାର ପ୍ସାର ଦିଗରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଜାତୀୟସ୍ତରରେ ଏହି ସମ୍ମାନ ଲାଭ କରିଛି ଓଡିଶା ।

ଓଡିଶା ମିଲେଟ ମିଶନ ହେଉଛି କୃଷି ବିଭାଗର ଏକ ନିଆରା ପଦକ୍ଷେପ । ମିଲେଟକୁ ଦୈନଦିନ ଖାଦ୍ୟ ତାଲିକାରେ ସାମିଲ କରିବାକୁ ଓ ସେଥିରୁ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ କାମ କରୁଛି ଓଡିଶା ମିଲେଟ ମିଶନ ।

ନିକଟରେ ମିଲେଟ ମିଶନ(Millets Mission)ର ସଫଳ କାର୍ଯ୍ୟକାରୀତାକୁ ନେଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛି Niti Aayog । କୁପୋଷଣ ସମସ୍ୟାର ସମାଧାନ ଦିଗରେ ମଧ୍ୟ ମିଲେଟ ମିଶନ ସହାୟକ ହୋଇଛି ।

ଏପଟେ ମିଲେଟ ଭିତ୍ତିକ ସ୍ନାକ୍ସ(millet-based snacks)କୁ ସରକାରୀ ବୈଠକ ଏବଂ ସମ୍ମିଳନୀରେ ଅନ୍ତର୍ଭୁକ୍ତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କୃଷି ଓ କୃଷକ କଲ୍ୟାଣ ସଚିବ ଅରବିନ୍ଦ ପାଢୀ । କୃଷି ସଚିବ(Agriculture Secy) ଅରବିନ୍ଦ ପାଢୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ସେମାନଙ୍କ ବିଭାଗର ସରକାରୀ ବୈଠକରେ ପୁଷ୍ଟିକର ସମୃଦ୍ଧ ମିଲେଟ(Millet) ସ୍ନାକ୍ସକୁ ଅନ୍ତର୍ଭୁକ୍ତ କରିବା ଦିଗରେ ବିଚାର କରିବାକୁ ଅନୁରୋଧ କରିଛନ୍ତି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments