
India to work towards unlocking trade potential with Central Asia through Chabahar Port, Says Union Shipping Minister
କେନ୍ଦ୍ର ବନ୍ଦର, ନୌବାହନ ଏବଂ ଜଳମାର୍ଗମନ୍ତ୍ରୀ(Union Minister of Ports, Shipping & Waterways ) ସର୍ବାନନ୍ଦ ସୋନୋୱାଲ୍ ଇରାନ୍ରେ ଚାବାହାର ବନ୍ଦର(Chabahar Port)ର ବ୍ୟବହାର ମାଧ୍ୟମରେ ମଧ୍ୟ ଏସୀୟ କ୍ଷେତ୍ର ସହିତ ବ୍ୟବସାୟ ବାଣିଜ୍ୟ କ୍ଷମତାକୁ ଆରମ୍ଭ କରିବା ଦିଗରେ ଭାରତର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଛନ୍ତି ।
ଚାବାହାର ଦିବସ ଅବସରରେ, କେନ୍ଦ୍ର ବନ୍ଦର, ନୌବାହନ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ଇଣ୍ଡିଆନ୍ ପୋର୍ଟସ ଗ୍ଲୋବାଲ୍ ଲିମିଟେଡ୍ (ଆଇନିଜିଏଲ୍) ସହିତ, ଯାହା ଚାବାହାର ବିକାଶ ପ୍ରକଳ୍ପରେ ସାହିଦ ବେହେସ୍ତି ବନ୍ଦରରେ ଭାଗିଦାର ହେବା ନିମନ୍ତେ ଗଠିତ କରା ଯାଇଥିଲା, ଆଜି ମୁମ୍ବାଇ ଠାରେ ଏକ ସମ୍ମିଳନୀର ଆୟୋଜନ କରିଥିଲେ, ଯେଉଁଠାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୋନୋୱାଲ୍ ଏବଂ ବନ୍ଦର, ଜାହାଜ ଚଳାଚଳ, ଏବଂ ଜଳମାର୍ଗ ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ ମଧ୍ୟ ଏସୀୟ ଦେଶ ଗୁଡିକର ଉଚ୍ଚସ୍ତରୀୟ କୂଟନୈତିକ ପ୍ରତିନିଧି ମଣ୍ଡଳ ସହିତ ଭାବ ବିନିମୟ କରିଥିଲେ ।
‘ଚାବାହାର ଦିବସ’ ଆଇଏନ୍ଏସ୍ଟିସିର ଶୁଭାରମ୍ଭକୁ ଚିହ୍ନିତ କରିବା ନିମନ୍ତେ ପାଳନ କରା ଯାଇଥାଏ - ଭାରତ ଏବଂ ମଧ୍ୟ ଏସିଆ ମଧ୍ୟରେ ମାଲ ପରିବହନର ଖର୍ଚ୍ଚକୁ କମ୍ କରିବା ନିମନ୍ତେ ଏକ ଭାରତୀୟ ଦୃଷ୍ଟିକୋଣ । ଇରାନରେ ଅବସ୍ଥିତ ଚାବାହାର ବନ୍ଦର ହେଉଛି ଏହି ଅଂଚଳ ପାଇଁ ଏବଂ ବିଶେଷ ଭାବରେ ମଧ୍ୟ ଏସିଆ ନିମନ୍ତେ ଏକ ବ୍ୟବସାୟିକ ପାରଗମନ କେନ୍ଦ୍ର ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବନ୍ଦର, ନୌବାହାନ ଏବଂ ଜଳମାର୍ଗ ମନ୍ତ୍ରୀ କହିଥିଲେ ଯେ, "ଇରାନ୍ର ଚାବାହାରରେ ଚଳଚଂଚଳ ସାହିଦ ବେହେସ୍ତି ବନ୍ଦର ମାଧ୍ୟମରେ ଆଇଏନ୍ଏସ୍ଟିସିର ବିଚାର ଏକ ବହୁ ମାଧ୍ୟମିକ ଲଜିଷ୍ଟିକ୍ କରିଡର୍ ବ୍ୟବହାର କରି ଦୁଇ ବଜାରକୁ ଯୋଡିବାର ବିଚାର ରହିଛି । "ଏହା ଆମର ରସଦ ଖର୍ଚ୍ଚକୁ ଯୁକ୍ତିସଙ୍ଗତ କରିବ, ଯାହା ଦୁଇ ଅଂଚଳ ଗୁଡିକ ମଧ୍ୟରେ ବ୍ୟବସାୟର ମାତ୍ରାରେ ଯୋଗଦାନ ଦେବ, ବୋଲି ସେ କହିଥିଲେ । ଚାବାହାର ବନ୍ଦରର ବିକାଶ ନିମନ୍ତେ ସକ୍ରିୟ ସମର୍ଥନ ପ୍ରଦର୍ଶନ କରୁଥିବା ସମସ୍ତ ହିତାଧିକାରୀ ମାନଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ, ମିଳିତ ଉଦ୍ୟମ ଗୁଡିକ ମାଧ୍ୟମରେ, ଭାରତ ଏବଂ ମଧ୍ୟ ଏସୀୟ ଦେଶ ଗୁଡିକ ମଧ୍ୟରେ ବ୍ୟବସାୟ ଏବଂ ବାଣିଜ୍ୟକୁ ବଢ଼ାଇବା ନିମନ୍ତେ ସମ୍ପର୍କର ଏକ ବିନ୍ଦୁ ସଫଳତାର ସହିତ ବିକଶିତ କରା ଯାଇଛି ।
ସୋନେୱାଲ୍ ଆହୁରି ମଧ୍ୟ କହିଥିଲେ ଯେ, ଚାବାହାର ବନ୍ଦର ସମୃଦ୍ଧ ମଧ୍ୟ ଏସୀୟ କ୍ଷେତ୍ର ଗୁଡିକୁ ଦକ୍ଷିଣ ଏସୀୟ ବଜାର ସହିତ ଯୋଡୁଛି । ଏହା ବ୍ୟବସାୟ, ଆର୍ଥିକ ସହଯୋଗ ଏବଂ ଦୁଇ ଭୌଗୋଳିକ ଅଂଚଳ ମଧ୍ୟରେ ଲୋକ ମାନଙ୍କୁ ଯୋଡିବା ନିମନ୍ତେ ମହତ୍ୱପୂର୍ଣ୍ଣ ରୂପରେ ସୃଷ୍ଟି ହୋଇଛି । ମଧ୍ୟ ଏସୀୟ ବଜାରର ସାମର୍ଥ୍ୟ ଗୁଡ଼ିକ କାରଣରୁ, ଭାରତର ନେତୃତ୍ୱାଧୀନ ସଂଯୋଗ ମଧ୍ୟ ଏସୀୟ ଦେଶ ଗୁଡିକ ନିମନ୍ତେ ଭାରତ ମହାସାଗର କ୍ଷେତ୍ରରେ ଏକ ସୁରକ୍ଷିତ ଏବଂ ବ୍ୟବସାୟିକ ରୂପରେ ଉପଯୁକ୍ତ ବ୍ୟବହାର୍ଯ୍ୟ ପହଂଚ ପ୍ରଦାନ କରିଛି । ସେ ଯୋଗ କରିଥିଲେ ଯେ, ଏହି ସମ୍ପର୍କ କେବଳ ସଂଯୋଗ ପ୍ରଦାନ କରିବ ନାହିଁ, ବରଂ ଆମର ସାଂସ୍କୃତିକ ଏବଂ ରାଜନୈତିକ ସମ୍ପର୍କକୁ ସହାୟତା ପ୍ରଦାନ କରିବା ସହିତ ପୁଞ୍ଜିନିବେଶକୁ ଆଗକୁ ବଢ଼ାଇବ । ସେ କହିଥିଲେ ଯେ, ଏହା ମଧ୍ୟ ଏସୀୟ କ୍ଷେତ୍ରର ପାରଗମନ ଏବଂ ପରିବହନ କ୍ଷମତାକୁ ମଧ୍ୟ ବିକଶିତ କରିବ ।
Share your comments