1. କୃଷି ଖବର

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ପାଇଲଟଙ୍କ ମୃତ

ବିଜୟାଦଶମୀ ଦିନରେ ସାମ୍ନାକୁ ଆସିଲା ଏକ ଦୁଃଖଦ ଖବର । ଅରୁଣାଚଳ ପ୍ରଦେଶରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ ଚପର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ଅଧିକାରୀଙ୍କର ମୃତ୍ୟୁ ଘଟିଛି ।

Sudesna Nayak
Sudesna Nayak
indian army cheetah helicopter crashes in tawang arunachal pradesh officer killed

indian army cheetah helicopter crashes in tawang arunachal pradesh officer killed

ବିଜୟାଦଶମୀ ଦିନରେ ସାମ୍ନାକୁ ଆସିଲା ଏକ ଦୁଃଖଦ ଖବର । ଅରୁଣାଚଳ ପ୍ରଦେଶରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଅରୁଣାଚଳ ପ୍ରଦେଶ (arunachal pradesh) ରେ ଭାରତୀୟ ସେନାର ଏକ ଚପର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ଅଧିକାରୀଙ୍କର ମୃତ୍ୟୁ ଘଟିଛି ।

କହିବାକୁ ଗଲେ, ଏହି ଦୁର୍ଘଟଣା ସକାଳ ପାଖାପାଖି 10ଟା ସମୟରେ ହେଲିକପ୍ଟର ଉଡାଣ ଭରୁଥିବାବେଳେ ଘଟିଛି । ଏଥିରେ 2 ଜଣ ପାଇଲଟ୍ ଥିଲେ । ଦୁର୍ଘଟଣାରେ ଲେପ୍ଟେନାଣ୍ଟ କର୍ଣ୍ଣଲ ସୌରଭ ଯାଦବ (Lt Col Saurabh Yadav)ଙ୍କ ପରଲୋକ ହୋଇଥିବାବେଳେ ଅନ୍ୟ ପାଇଲଟଙ୍କର ଚିକିତ୍ସା ଚାଲିଥିବା ସେନା ଅଧିକାରୀ କହିଛନ୍ତି ।

ସେନା ପକ୍ଷରୁ କୁହାଯାଇଛି ଯେ, ଚିତା ଚପରରେ 2 ଜଣ ପାଇଲଟ୍ ଥିଲେ । ଦୁର୍ଘଟଣା ପରେ ଉଭୟଙ୍କୁ ନିକଟସ୍ଥ ସେନା ଡାକ୍ତରଖାନାକୁ ନିଆଯାଇଥିଲା । ଲେଫ୍ଟନାଣ୍ଟ କର୍ଣ୍ଣଲ ସୌରଭ ଯାଦବ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

ପ୍ରକାଶ ଥାଉ ଯେ, ଅରୁଣାଚଳପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜଣେ ପାଇଲଟ୍ ସହିଦ୍ Pilot Killed ଏବଂ ଅନ୍ୟଜଣେ ଗୁରୁତର । ଏ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ ।

ଫାଶରେ ଅଟକି ବାଘର ଗଲା ଜୀବନ, ଗିରଫ ହେଲେ 2 ଫାର୍ମ ମ୍ୟାନେଜର

ବର୍ଷା ପାଇଁ ଫିକା ଦଶହରା:12 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments