1. କୃଷି ଖବର

୧୦ମ ପାସ୍ କରିଥିଲେ ଡାକ ବିଭାଗରେ ଚାକିରି,ମାସକୁ ଦରମା ୬୩ ହଜାର ଟଙ୍କା

ବେକାର ଯୁବକ ଯୁବତୀଙ୍କ ପାଇଁ ଆସିଲା ଖୁସି ଖବର । ଭାରତୀୟ ଡାକ ବିଭାଗ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ଡାକ ଦିଲ୍ଲୀରେ ମେଲ ମୋଟର ସର୍ଭିସ ବିଭାଗ ଅଧିନରେ ଥିବା ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।

Sudesna Nayak
Sudesna Nayak
indian postal recruitment

indian postal recruitment

ବେକାର ଯୁବକ ଯୁବତୀଙ୍କ ପାଇଁ ଆସିଲା ଖୁସି ଖବର । ଭାରତୀୟ ଡାକ ବିଭାଗ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ଡାକ ଦିଲ୍ଲୀରେ ମେଲ ମୋଟର ସର୍ଭିସ ବିଭାଗ ଅଧିନରେ ଥିବା ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।

ସୂଚନା ଅନୁଯାୟୀ, ଭାରତୀୟ ଡାକ ବିଭାଗରେ ଚାକିରି । ଭାରତୀୟ ଡାକ ଦିଲ୍ଲୀରେ ମେଲ ମୋଟର ସର୍ଭିସ ବିଭାଗ ଅଧିନରେ ଷ୍ଟାଫ କାର ଡ୍ରାଇଭର ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଇଣ୍ଡିଆ ପୋଷ୍ଟର ଅଧିକାରକ ୱେବସାଇଟ indiapost.gov.in କୁ ଯାଇ ହିଁ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ ।

ଆବେଦନ କରିବା ପାଇଁ ସିଧାସଳଖ ଲିଙ୍କ https://www.indiapost.gov.in/vas/Pages/India ଏବଂ ନୋଟିଫିକେସନ ପାଇଁ ଚେକ୍‌ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୫ ମାର୍ଚ୍ଚ, ୨୦୨୨ ରହିଛି ।

ଭାରତୀୟ ଡାକ ବିଭାଗରେ ମୋଟ୍ ୨୯ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ବର୍ଗ ପାଇଁ ୧୫ଟି ପଦବୀ,ଅନୁସୂଚିତ ଜାତି ପାଇଁ ୩ଟି,ଓବିସି ପାଇଁ ୮ଟି,EWS ପାଇଁ ୩ଟି ପଦବୀ ରହିଛି ।

ପଦବୀ ପାଇଁ ଆବେଦନ ଶୁଳ୍କ,ଜାଣନ୍ତୁ...

ଏହିସବୁ ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସି ପୁରୁଷଙ୍କ ପାଇଁ ହିଁ ୧୦୦ ଟଙ୍କା ଶୁଳ୍କ ରହିଥିବା ବେଳେ ଏସସି/ଏସଟି ବର୍ଗ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା,ଜାଣନ୍ତୁ...

ପ୍ରକାଶ ଥାଉ କି, ଭାରତୀୟ ଡାକ ବିଭାଗରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କୁ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ବୋର୍ଡ ପରୀକ୍ଷା ବା ୧୦ମ ପାସ୍ କରିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ସ୍ଥାନୀୟ ଭାଷା ମଧ୍ୟ ଆସୁଥିବା ଜରୁରୀ । ଏହା ସହିତ ୩ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଥିବା ଜରୁରୀ। ଗ୍ରାମୀଣ ଡାକ ସେବକ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୭ ବର୍ଷ ହୋଇଥିବା ଆବଶ୍ୟକ । ମାସିକ ଦରମା ୬୩,୨୦୦ ଟଙ୍କା ରହିଛି ।

ଭାରତୀୟ ସେନାରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

ମନ୍ତ୍ରାଳୟରେ ଚାକିରି: ଦରମା ୬୦ ହଜାର,ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ