1. କୃଷି ଖବର

International Tiger Day: ଦ୍ରୁତ ଗତିରେ କମୁଛି ବାଘ ସଂଖ୍ୟା

ଆଜି ଶୁକ୍ରବାରସାରା ବିଶ୍ବ ପାଳିବ ବ୍ୟାଘ୍ର ଦିବସ । ପ୍ରତିବର୍ଷ ଜୁଲାଇ ମାସ 29 ତାରିଖକୁ ଏହି ଦିବସ ପାଳନ କରାଯାଉଛି । କିନ୍ତୁ ଏବେ ସାରା ବିଶ୍ବରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି ।

Sudesna Nayak
Sudesna Nayak
International Tiger Day

International Tiger Day

ଆଜି ଶୁକ୍ରବାର (Friday)ସାରା ବିଶ୍ବ ପାଳିବ ବ୍ୟାଘ୍ର ଦିବସ (International Tiger Day) । ପ୍ରତିବର୍ଷ ଜୁଲାଇ ମାସ 29 ତାରିଖକୁ ଏହି ଦିବସ ପାଳନ କରାଯାଉଛି । କିନ୍ତୁ ଏବେ ସାରା ବିଶ୍ବରେ ଦିନକୁ ଦିନ ବାଘ (Tigers)ଙ୍କ ସଂଖ୍ୟା ହ୍ରାସ ପାଉଛି ।

ସୂଚନା ଅନୁଯାୟୀ, ମହାବଳ ବାଘ ପାଇଁ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ (similipal)ଅଭୟାରଣ୍ୟ ଏବେ ବାଘ ଶୂନ୍ୟ ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି । କାରଣ ଅନୁଯାୟୀ ହିଁ ପ୍ରତିଥର ବାଘ ଗଣନା ବେଳେ ଅଭୟାରଣ୍ୟରେ ବାଘଙ୍କ ସଂଖ୍ୟା କମି କମି ଚାଲିଛି ।

ତେବେ ଆଜି ଶୁକ୍ରବାର (Friday)ବ୍ୟାଘ୍ର ଦିବସ (International Tiger Day) ଅବସରରେ ନନ୍ଦନକାନନ (Nandankanan) ପ୍ରାଣୀଉଦ୍ୟାନରେ ଆୟୋଜିତ ହେଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ନନ୍ଦନକାନନ (Nandankanan)ରେ ଏବେ ତିନି ପ୍ରଜାତିର ମୋଟ 27ଟି ବାଘ ଅଛନ୍ତି ।

2006 ମସିହାରେ ଶିମିଳିପାଳ (similipal) ଅଭୟାରଣ୍ୟରେ 101 ଟି ବାଘ (Tigers) ଥିଲେ । 2018 ମସିହା ରିପୋର୍ଟ ଅନୁଯାୟୀ ଶିମିଳିପାଳ (similipal)ରେ ବାଘ (Tigers)ସଂଖ୍ୟା 28 । ବାଘଙ୍କ ସଂଖ୍ୟା ଧିରେ ଧିରେ କମି କମି ଚାଲିଛି । ଏହାପର ଠାରୁ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇନି ।

ପ୍ରକାଶ ଥାଉ ଯେ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର (Central Government) ବର୍ଷକୁ 5 ରୁ 6 କୋଟି ଟଙ୍କା ଦେଉଛନ୍ତି । ‌ରାଜ୍ୟ ସରକାର (State Government)ବି ବାର୍ଷିକ 2 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଗତ ତିନି ବର୍ଷରେ ଭାରତ ହରାଇଛି 329 ବାଘ

ପୁଣି ଫେରିବେ ଚିତା, ଭାରତ-ନମ୍ବିଆ ମଧ୍ୟରେ ହେଲା ଚୁକ୍ତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments