News

୩୧ ମାର୍ଚ୍ଚ ପୂର୍ବରୁ ଏହି ଯୋଜନାରେ ନିବେଶ କରନ୍ତୁ, ମିଳିବ ଜବରଦସ୍ତ ଲାଭ

ଟଙ୍କା ଭବିଷ୍ୟତ ପାଇଁ ସମସ୍ତେ ସାଇତି ରଖିବା ପାଇଁ ଚେଷ୍ଟା କରନ୍ତି l କିଏ ପ୍ରତି ମାସ ତ ଆଉ କିଏ ପ୍ରତିବର୍ଷ ଜମା ରଖନ୍ତି ବ୍ୟଙ୍କରେ କିମ୍ବା କୌଣସି ସରକାରୀ ସ୍କିମରେ ଟଙ୍କା ଜମା ରଖନ୍ତି l କାରଣ ପିଲାଙ୍କ ଭବିଷ୍ୟତକୁ ଆଖିରେ ରଖି ବାପା ମା ଟଙ୍କା ରଖନ୍ତି ପାଠପଢା ଏବଂ ବିବାହ ପାଇଁ l

23 March, 2023 1:00 PM IST By: Tanushree Mahapatra

ଟଙ୍କା ଭବିଷ୍ୟତ ପାଇଁ ସମସ୍ତେ ସାଇତି ରଖିବା ପାଇଁ ଚେଷ୍ଟା କରନ୍ତି ( bank scheme )  l କିଏ ପ୍ରତି ମାସ ତ ଆଉ କିଏ ପ୍ରତିବର୍ଷ ଜମା ରଖନ୍ତି ବ୍ୟଙ୍କରେ କିମ୍ବା କୌଣସି ସରକାରୀ ସ୍କିମରେ ଟଙ୍କା ଜମା ରଖନ୍ତି l  କାରଣ ପିଲାଙ୍କ ଭବିଷ୍ୟତକୁ ଆଖିରେ ରଖି ବାପା ମା ଟଙ୍କା ରଖନ୍ତି ପାଠପଢା ଏବଂ ବିବାହ ପାଇଁ l ଆଉ ଏବେ ଏମିତି ଏକ ସୁଯୋଗ ଆସିଛି ଯାହା ଆପଣଙ୍କ ଅର୍ଥକୁ ଦ୍ଵିଗୁଣ କରିଦେବ l

ଆପଣ ସରକାରୀ ଏବଂ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଏବଂ ଯୋଜନାରେ ନିଜ ଟଙ୍କା  ବିନିଯୋଗ କରିବାକୁ ଯୋଜନା କରୁଛନ୍ତି କି , ତାହେଲେ ଆପଣଙ୍କ ପାଖରେ ମାତ୍ର ଆଉ କିଛି ଦିନ ହିଁ ବାକି ରହିଛି । ଆପଣ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ, ଆପଣ ସରକାରୀ ଯୋଜନା ଏବଂ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କରେ ନିବେଶ କରିପାରିବେ ନିଜ ଟଙ୍କା ଯାହା ଆପଣଙ୍କୁ ଲାଭ ଦେବ । ତେବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଠାରୁ ଆରମ୍ଭ କରି ଇଣ୍ଡିଆନ ବ୍ୟାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଗ୍ରାହକଙ୍କୁ ଧ୍ୟାନରେ ରଖି ସ୍ୱଳ୍ପ ସମୟ ପାଇଁ ସ୍ପେଶାଲ ଫିକ୍ସଡ ଡିପୋଜିଟ ସ୍କିମ ଆରମ୍ଭ କରାଯାଇଛି । ଆଉ ଏବେ ନିବେଶକ ଏହି ଯୋଜନାରେ ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟଙ୍କା ନିବେଶ କରିପାରିବେ । ଏହା ସହିତ କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ପାଇଁ ବୟ ବନ୍ଦନ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯାହା ବୟସ୍କ ଲୋକଙ୍କୁ ସାହାଯ୍ୟ କରିବ । ଏହି ଯୋଜନା ମାଧ୍ୟମରେ ନିବେଶକ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ନିବେଶ କରିପାରିବେ ନିଜ ପୁଞ୍ଜି  ।

ନିବେଶକ ଏସବିଆଇ ଅମୃତ କଳଶ ଫିକ୍ସଡ ଡିପୋଜିଟ ସ୍କିମ, ପଞ୍ଜାବ ଏବଂ ସିନ୍ଦ ବ୍ୟାଙ୍କ ପିଏସ ଫାବୁଲସ୍ ୩୦୦ ଡେଜ୍, ପିଏସ ଫାବୁଲୁସ ପ୍ଲସ ୬୦୧ ଡେଜ୍, ପିଏସ ଇ-ଆଡଭାନଟେଜ ଏଫଡି, ପିଏସ ଉତ୍କର୍ସ ୨୨୨, ଇଣ୍ଡିଆନ ବ୍ୟାଙ୍କ ଇଣ୍ଡ ଶକ୍ତି 555 ଦିନିଆ ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ୨୦୨୩, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିନିଯୋଗ କରିପାରିବେ ନିଜ ଟଙ୍କା  । ଅମୃତ କଳଶ ଫିକ୍ସଡ ଡିପୋଜିଟ ସ୍କିମ ଅଧୀନରେ ବ୍ୟାଙ୍କ ନିବେଶକଙ୍କୁ ୭.୧୦ ପ୍ରତିଶତ ହାରରେ ସୁଧ ଦେବ। ଏହା ବ୍ୟତୀତ ବ୍ୟାଙ୍କ ଏହି ଯୋଜନା ଅଧିନରେ ବରିଷ୍ଠ ନାଗରିକଙ୍କୁ ୭.୬୦ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବ। ଅନ୍ୟପଟେ ଏହି ଯୋଜନା କେବଳ ୪୦୦ ଦିନରେ ପୂରଣ ହୋଇଥାଏ ଯାହା ଖୁବ ଅଳ୍ପ ଦିନରେ ଆପଣଙ୍କ ଟଙ୍କାକୁ ଦ୍ବିଗୁଣିତ କରିବ । ଯଦି ଏହି ଯୋଜନା ଅଧୀନରେ ଜଣେ ନିବେଶକ ୧ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତାହେଲେ ସେ ବାର୍ଷିକ ୮୦୧୭ ଟଙ୍କା ସୁଧ ପାଇବେ ।

ଜାଣିଛନ୍ତି କି ପଞ୍ଜାବ ଏବଂ ସିନ୍ଦ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୩୦୦ ଦିନିଆ ଫିକ୍ସଡ ଡିପୋଜିଟ ପାଇଁ ୮.୩୫% ସୁଧ ଦେଇଥାଏ । ଅନ୍ୟପକ୍ଷରେ ବରିଷ୍ଠ ନାଗରିକଙ୍କୁ ୮ ପ୍ରତିଶତ ହାରରେ ସୁଧ ମିଳିଥାଏ । ସେହିପରି ପିଏସ ଫାବୁଲସ୍ ପ୍ଲସ୍ ୬୦୧ ଦିନର ଫିକ୍ସଡ୍ ଡିପୋଜିଟ ଅଧିନରେ ବରିଷ୍ଠ ନାଗରିକଙ୍କୁ ୭.୮୫ ପ୍ରତିଶତ ହାରରେ ସୁଧ ମିଳିଥାଏ । ଏହା ସହିତ ବରିଷ୍ଠ ନାଗରିକ ଏହା ଉପରେ ୭.୭୫ ପ୍ରତିଶତ ସୁଧ ଏବଂ ସାଧାରଣ ନିବେଶକ ୭ ପ୍ରତିଶତ ହାରରେ ସୁଧ ପାଇଥାନ୍ତି ଏହାଦ୍ୱାରା ଅଳ୍ପ ଦିନ ମଧ୍ୟରେ ନିଜ ଟଙ୍କା ମଧ୍ୟ ଫେରି ପାଆନ୍ତି । ନିବେଶକ ୨୦୨୩, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ  ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା IND ଶକ୍ତି ଫିକ୍ସଡ ଡିପୋଜିଟ ସ୍କିମ ଅଧିନରେ ନିବେଶ କରିପାରିବେ । ୫୫୫ ଦିନର ଏହି ଫିକ୍ସଡ ଡିପୋଜିଟ ପାଇଁ ନିବେଶକ ୫ ହଜାର ଟଙ୍କାରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ । ବ୍ୟାଙ୍କ ଏହା ଉପରେ ୭.୫୦ ପ୍ରତିଶତ ସୁଧ ପ୍ରଦାନ କରୁଛି ।

ଅବସର ପରେ ଯଦି ଆପଣ ଆପଣଙ୍କର ଆର୍ଥିକ ଆବଶ୍ୟକତା ପୂରଣ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ପାଇଁ ବୟ ବନ୍ଦନ ଯୋଜନା ଏକ ଉତ୍ତମ ବିକଳ୍ପ ହୋଇପାରେ ତେବେ ଡେରି ନ କରି ଶୀଘ୍ର ଏହି ଯୋଜନାରେ ଟଙ୍କା ବିନିଯୋଗ କରି ଲାଭବାନ ହୁଅନ୍ତୁ । ୬୦ ବର୍ଷ ବୟସରୁ ଅଧିକ ବର୍ଷର ଲୋକ ମଧ୍ୟ ଏହି ଯୋଜନା ମାଧ୍ୟମରେ ଲାଭ ଉଠାଇ ପାରିବେ । ବୟ ବନ୍ଦନ ଯୋଜନା ବରିଷ୍ଠ ନାଗରିକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । ଏହା ଏକ ପ୍ରକାର ବୀମା ପଲିସି ସହିତ ଏକ ପେନ୍ସନ୍ ଯୋଜନା ମଧ୍ୟ ଯାହା ଚାକିରୀ ଗଲା ପରେ ମନଧ୍ୟା ଆପଣଙ୍କୁ ସାହାଯ୍ୟ କରିବ । ବୟ ବନ୍ଦନ ଯୋଜନା ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ନିବେଶକ, ମାନେ ରଖନ୍ତୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିନିଯୋଗ କରିପାରିବେ ।

ଆସନ୍ତା ୨୪ ଘଣ୍ଟା ରାଜ୍ୟ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ..

ୟୁ ଟର୍ଣ୍ଣ ନେଲା ମୌସୁମୀ, ବଦଳିଲା ପାଗ..

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)