1. କୃଷି ଖବର

ଆସନ୍ତା ୨୪ ଘଣ୍ଟା ରାଜ୍ୟ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ..

Priyambada Rana
Priyambada Rana
Odisha Weather Update

Odisha Weather Update

ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ରହିଛି। ପ୍ରଚଣ୍ଡ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ(Orange Warning) ଜାରି କରାଯାଇଛି।

ଉକ୍ତ ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, କଟକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ସମ୍ବଲପୁର ଏବଂ ଦେବଗଡ । ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।ପ୍ରଚଣ୍ଡ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ସେହିପରି କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ ୨୯, ନୟାଗଡ଼ର ରଣପୁରରେ ୨୫ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପବନ ବହିବା ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ,  ୨୩ ତାରିଖରେ ଆଉ ଏକ ପଶ୍ଚିମା ଝଡ଼ ଆସୁଛି । ଏହା ପ୍ରଭାବରେ କାଳବୈଶାଖିର ତାଣ୍ଡବ ଲାଗିରହିବ । ୨୫ ଯାଏଁ ସାରା ରାଜ୍ୟରେ ବର୍ଷା ଜାରି ରହିବ । ମଧ୍ୟାହ୍ନରେ ତାପମାତ୍ରା ବଢିଲେ ବି ଅପରାହ୍ନରେ ବର୍ଷା ହେବ । କାଲିଠାରୁ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ବଢିବ ।  ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁର ରେ ସର୍ବାଧିକ ୩୩.୪ ମିମି ବର୍ଷା ରେକର୍ଡ କରାଯାଇଛି। ଖୋର୍ଦ୍ଧା, କଟକ, ଯାଜପୁର, ବଲାଙ୍ଗୀର, ମୟୁରଭଞ୍ଜ, ବାଲେଶ୍ୱର, ରାୟଗଡା, କୋରାପୁଟରେ କୁଆପଥର ବୃଷ୍ଟି ରେକର୍ଡ ହୋଇଛି।

ୟୁ ଟର୍ଣ୍ଣ ନେଲା ମୌସୁମୀ, ବଦଳିଲା ପାଗ..

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News