1. କୃଷି ଖବର

ରାଜ୍ୟରେ ଆଜି ରାତିରୁ ଥଣ୍ଡା ପଡ଼ିବ

ଓଡିଶା ରାଜ୍ୟରେ ଜାରି ରହିଛି ଶୀତ ଲହରୀ l ଥଣ୍ଡା ରେ ଘରୁ ବାହାରିବା କଷ୍ଟ ହୋଇ ପଡିଛି l ତେବେ ଉପାନ୍ତ ଅଂଚଳରେ ଲୋକେ ଶୀତ ବଢିବା ଯୋଗୁଁ ହଇରାଣ ହେଉଛନ୍ତି l ସୂଚନା ଅନୁଯାୟୀ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ ।

Tanushree Mahapatra
Tanushree Mahapatra
It will be cold from tonight

It will be cold from tonight

ଓଡିଶା ରାଜ୍ୟରେ ଜାରି ରହିଛି ଶୀତ ଲହରୀ ( cold wave )  l ଥଣ୍ଡା ରେ ଘରୁ ବାହାରିବା କଷ୍ଟ ହୋଇ ପଡିଛି l ତେବେ ଉପାନ୍ତ ଅଂଚଳରେ ଲୋକେ ଶୀତ ବଢିବା ଯୋଗୁଁ ହଇରାଣ ହେଉଛନ୍ତି l  ସୂଚନା ଅନୁଯାୟୀ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ । ପରବର୍ତ୍ତୀ ୨ରୁ ୪ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ ବୋଲି ଆଶା କରାଯାଉଛି । ଫଳରେ ଆଜି ରାତିରୁ ରାଜ୍ୟରେ ଶୀତ ବଢ଼ିବ ।

ଏବେ ବିଶେଷ ଶୀତ ନଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପାମାତ୍ରା କୋରାପୁଟରେ ୧୧.୫ ଡିଗ୍ରି ଓ କେନ୍ଦୁଝରରେ ୧୩.୮ ଡିଗ୍ରି ରେକର୍ଡ ହୋଇଛି । ଆସନ୍ତାକାଲିଠାରୁ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବା ନେଇ ସମ୍ଭାବନା ରହିଛି । ଅନ୍ୟପଟେ ରାଜ୍ୟରେ ୭ ତାରିଖ ପର୍ଯ୍ୟନ୍ତ ଥଣ୍ଡା ପଡ଼ିବ ଓ ୮ ତାରିଖ ପରଠାରୁ ଥଣ୍ଡା କମିଯିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରି କହିଛନ୍ତି ।

ପାଣିପାଗ  ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ସପ୍ତାହ ମଧ୍ୟରେ ରାଜ୍ୟରେ ପ୍ରଥମେ ଶୀତ ବଢ଼ିବ ଓ ପରେ କମିବ । ଶୀତଦିନିଆ ପନିପରିବା ପାଇଁ ପାଗ ପ୍ରତିକୂଳ ରହିବ। କେନ୍ଦ୍ରୀୟ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ୭ ତାରିଖ ପର୍ଯ୍ୟନ୍ତ ରହିବ। ୮ ତାରିଖରେ ଉତ୍ତରା ଥଣ୍ଡା ପବନ ପରିବର୍ତ୍ତେ ଉତ୍ତର-ପୂର୍ବ ଦିଗରୁ ପବନ ବହିବ। ୯ରୁ ୧୧ ତାରିଖ ମଧ୍ୟରେ ବଙ୍ଗୋପସାଗୀୟ ପୂର୍ବା ପବନ ବହିବା ଯୋଗୁଁ ସାରା ରାଜ୍ୟରେ ଶୀତ କମିବାର ସମ୍ଭାବନା ରହିଛି।

ଆକଳନ କରାଯାଉଛି ଯେ, ଦକ୍ଷିଣ ଉପକୂଳ ଜିଲ୍ଲାରେ ଡିସେମ୍ବର ୩ରୁ ୫ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୧ରୁ ୧.୫ ଡିଗ୍ରି, ଉତ୍ତର ଉପକୂଳ ଓ ଆଭ୍ୟନ୍ତର ଉତ୍ତରରେ ୩ରୁ ୬ ତାରିଖ ମଧ୍ୟରେ ୨ ଡିଗ୍ରି ଓ ଦକ୍ଷିଣ ଆଭ୍ୟନ୍ତର, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୩ରୁ ୭ ତାରିଖ ଭିତରେ ୪ରୁ ୫ ଡିଗ୍ରି କମିପାରେ। ଏଣୁ ରାଜ୍ୟରେ ଶୀତ ୭ ତାରିଖ ଯାଏ ରହିବ।

୮ ଓ ୯ ତାରିଖ ଦୁଇ ଦିନରେ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି, ଦକ୍ଷିଣ ଆଭ୍ୟନ୍ତରରେ ୯ରୁ ୧୧ ତାରିଖ ଭିତରେ ୬ ଡିଗ୍ରି ଓ ଉତ୍ତର ଆଭ୍ୟନ୍ତରରେ ୯ ତାରିଖରେ ୪ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଶୀତ କମିବ।

ଶୀତଋତୁରେ ଗରମ ପାଣି: ତ୍ୱଚାକୁ କରିଥାଏ ଉଜ୍ଜ୍ୱଳ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ