1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶୀତଋତୁରେ ଗରମ ପାଣି: ତ୍ୱଚାକୁ କରିଥାଏ ଉଜ୍ଜ୍ୱଳ

ଶୀତ ଋତୁରେ ଅଧିକାଂଶ ଲୋକ ଗରମ ପାଣି ପିଇବା ଉଚିତ ମନେ କରନ୍ତି । ଏହା ଗାଧୋଇବା ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଶୀତଦିନେ ଉଷୁମ ପାଣି ପିଇବା ଦ୍ୱାରା ଥଣ୍ଡା ଏବଂ କାଶ ହେବାର ଆଶଙ୍କା କମିଯାଏ ।

Tanushree Mahapatra
Tanushree Mahapatra
Importance of hot water in winter season

Importance of hot water in winter season

ଶୀତ ଋତୁରେ ଅଧିକାଂଶ ଲୋକ ଗରମ ପାଣି ( hot water) ପିଇବା ଉଚିତ ମନେ କରନ୍ତି । ଏହା ଗାଧୋଇବା ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଶୀତଦିନେ ଉଷୁମ ପାଣି ପିଇବା ଦ୍ୱାରା ଥଣ୍ଡା ଏବଂ କାଶ ହେବାର ଆଶଙ୍କା କମିଯାଏ । ଏହା ସହିତ ଗରମ ପାଣି ଗଳାକୁ ଜୀବାଣୁ ଆକ୍ରମଣରୁ ରକ୍ଷା ମଧ୍ୟ କରିଥାଏ ।

ଶୀତଦିନେ ଗରମ ପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ( health ) ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ରହିଥାଏ ଏବଂ ଅନେକ ଲାଭ ମଧ୍ୟ ମିଳିଥାଏ ।  ଯଦି ଦିନକୁ ୩ ରୁ ୪ ଥର ଗରମ ପାଣି ଆମ୍ଭେମାନେ ପଈଥାଉ ତେବେ, ତାହା ଆମ ଶରୀରକୁ ବହୁତ ବେମାରି ଠାରୁ ଦୂରରେ ରଖିଥାଏ । ଗରମ ପାଣି ସେବନ ଦ୍ଵାରା ବହୁତ ଉପକାର ହୋଇଥାଏ ।

ଯଦି ଆମେ ସକାଳୁ ଉଠିବା ପରେ ଏବଂ ରାତିରେ ଶୋଇବାର ୧ ଘଣ୍ଟା ଆଗରୁ ଗରମ ପାଣିର ସେବନ କରିଥାଉ, ତେବେ ତାହା ଆମ ଶରୀରକୁ ଡିଟୋକ୍ସିଫାୟ କରିଥାଏ । କାରଣ ଯେତେବେଳେ ଆମେ ଗରମ ପାଣି ସେବନ କରିଥାଉ ଆମ ଶରୀରର ଉତାପକୁ ବୃଦ୍ଧି କରାଇ ଆମ ଶରୀରରେ ଝାଳ ବୋହିବା ଆରମ୍ଭ କରିଦେଇଥାଏ । ସକାଳେ ଗରମ ପାଣି ସହିତ ଲେମ୍ବୁ ଚିପୁଡି ମଧ୍ୟ ସେବନ କରି ପାରନ୍ତି । ଏପରି ସେବନ କରିବା ଦ୍ଵାରା ଆମ ଶରୀରକୁ ଭିଟାମିନ-ସି ମିଳିଥାଏ । ଏହା ପେଟର ସମସ୍ୟାକୁ ଦୂର କରିଥାଏ । ଗରମ ପାଣି ଆମ ଶରୀରର ବ୍ଲଡ଼ ସରକୁଲେସନକୁ ଇମ୍ପୃଭ କରିଥାଏ । ଏହାର ଅର୍ଥାତ ଆମ ଶରୀରରେ ରକ୍ତ ସଂଚାଳନ ସଠିକ ଭାବେ ହୋଇଥାଏ ।

ଏହା ଶରୀରର ଚର୍ବିକୁ ଘଟାଇବାରେ ସହାୟ ହୋଇଥାଏ । ଯଦି ଆପଣ ଅତ୍ୟଧିକ ମୋଟା ଅଛନ୍ତି ତେବେ ଆପଣ ସକାଳୁ ଉଠି ୨ ଗିଲାସ ଗରମ ପାଣିରେ ଲେମ୍ବୁ ଚିପୁଡି ପିଅନ୍ତୁ । ଆପଣ ନୀତିଦିନ ଏହିଭଳି ସେବନ କଲେ ୩ ମାସ ମଧ୍ୟରେ ଆପଣଙ୍କୁ ଏହାର ସୁଫଳ ମିଳିବ ।  ବନ୍ଧୁଗଣ ଯଦି ଆପଣ ଗରମ ପାଣି ପିଉଛନ୍ତି ତେବେ, ଆପଣଙ୍କୁ ନିଜର ତ୍ୱୋଜା ଅତ୍ୟନ୍ତ ସୁନ୍ଦର ଦେଖିବାର ମିଳିବ । କାରଣ ଗରମ ପାଣି ସେବନ ଦ୍ଵାରା ଏହା ସ୍କିନର ଗ୍ଲୋକୁ ମେଣ୍ଟେନ କରିଥାଏ । ଏହା ଶରୀରର ବ୍ଲଡ଼ ସର୍କୁଲେସନକୁ ସଠିକ ଭାବେ ସଞ୍ଚାଳିତ କରିଥାଏ । ଯାହା ଫଳରେ ଆମ ଶରୀର ଉଜ୍ବଳ କରିଥାଏ ।

ଗରମ ପାଣି ଆମର କେଶକୁ ( hair ) ଅଧିକ ଗହଳ କରିଥାଏ । ଯଦି ଆପଣ ନୀତିଦିନ ଗରମ ପାଣି ସେବନ କରୁଛନ୍ତି ତେବେ, ଏହା ଆପଣଙ୍କ କେଶକୁ ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କ ଶରୀରର କୌଣସି ଅଙ୍ଗରେ ଦରଦ ହେଉଅଛି । ତେବେ ଆପଣ ନୀତିଦିନ ଗରମ ପାଣିର ସେବନ କରନ୍ତୁ । ଏହା କ୍ରମଶ ଶରୀରର ପୀଡା ତଥା ବ୍ୟଥାକୁ କମାଇଥାଏ । ଯଦି ଆପଣଙ୍କୁ ଥଣ୍ଡା-ଜର ଲାଗି ରହିଛି, କିମ୍ବା ଆପଣଙ୍କ ତଣ୍ଟି ଦରଜ ରହୁଅଛି ତେବେ, ଆପଣ ଗରମ ପାଣିର ସେବନ କରିବା ଦ୍ଵାରା ଏହି ବେମାରିରୁ ବଞ୍ଚିତ ରହିପାରିବେ । ଯଦି ଆପଣଙ୍କର କୌଣସି ଖାଦ୍ଯ ହଜମ ହେଉନାହିଁ, ତେବେ ଆପଣ ଗରମ ପାଣିର ସେବନ କରନ୍ତୁ ଆରାମ ମିଳିବ । ମାତ୍ର ବନ୍ଧୁଗଣ ଏହା ଉଚିତ ଭାବେ ସେବନ କଲେ ଆପଣଙ୍କୁ ଏହାର ସୁଫଳ ପ୍ରାପ୍ତ ହେବ । ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ଉଷୁମ ପାଣି ପିଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ଠିକ ରହିଥାଏ । ଏହା ସହିତ ଶରୀରରେ ଗଚ୍ଛିତ ଅତିରିକ୍ତ ଚର୍ବି ମଧ୍ୟ ଶୀଘ୍ର କମ ହେବା ଆରମ୍ଭ କରେ । ଗରମ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ଶୀଘ୍ର ହୋଇଥାଏ । ଗରମ ପାଣି କିଡନୀର କାର୍ଯ୍ୟ କରିବାର କ୍ଷମତା ବଢାଇଥାଏ । ଏହା କୋଷ୍ଠକାଠିନ୍ୟରୁ ମଧ୍ୟ ମୁକ୍ତି ଦେଇଥାଏ । ଯଦି ଆପଣ ପ୍ରତିଦିନ ଗରମ ପାଣି ପିଅନ୍ତି ତେବେ ଏହା ଆପଣଙ୍କ ତ୍ୱଚାର ଶୁଷ୍କତାକୁ ଦୂର କରିଥାଏ ଏବଂ ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ । ତେବେ ଆପଣଙ୍କ ତ୍ୱଚା ପୁଣି ଚମକିବା ଆରମ୍ଭ କରେ । ଏହା ଶରୀରରେ ନଷ୍ଟ ହୋଇଥିବା କୋଷଗୁଡ଼ିକର ମରାମତି କରିବାରେ ସାହାଯ୍ୟ କରେ । ଗରମ ପାଣି ପେଟରେ ଥିବା ଏସିଡିଟି ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ ।

ଯଦି ଆପଣ ପ୍ରତିଦିନ ଉଷୁମ ପାଣିରେ ଗାଧୋଉଛନ୍ତି ତେବେ ଶରୀରର ରକ୍ତ ସଞ୍ଚାଳନ ଠିକ୍ ରହିଥାଏ ଏବଂ ଶରୀରର ହରମୋନ୍ ସନ୍ତୁଳନ ବଜାୟ ରହିଥାଏ । ଏହା ସହିତ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ ଏବଂ ଚିନ୍ତାରୁ ମୁକ୍ତି ମିଳିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଗରମ ପାଣି କେଶ ବୃଦ୍ଧି ପାଇଁ ଭଲ ଏବଂ କେଶକୁ ଉଜ୍ଜ୍ୱଳ କରିଥାଏ ।

ସାବଧାନ! ବାସି ଚା’ପିଉଛନ୍ତି କି?

ଦୈନନ୍ଦିନ ଜୀବନରେ ଲୁଣ ର ଆବଶ୍ୟକତା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments