1. କୃଷି ଖବର

ଆସନ୍ତାକାଲି ଆୟୋଜିତ ହେବ ITOTY ଆଓ୍ବାର୍ଡ 2022

ଆସନ୍ତାକାଲି ଅର୍ଥାତ 20 ଜୁଲାଇରେ ଆୟୋଜିତ ହେବାକୁ ଯାଉଛି ITOTY ଆଓ୍ବାର୍ଡ 2022 । ITOTY 2022 ପାଇଁ ଏକ୍ସକ୍ଲୁସିଭ୍ ଏଗ୍ରି ମିଡିଆ ପାର୍ଟନର ରହିଛି କୃଷି ଜାଗରଣ ।

Shuvanshu Kar
Shuvanshu Kar
ITOTY Awards 2022 Will be held on 20th july 2022

ITOTY Awards 2022 Will be held on 20th july 2022

ଆସନ୍ତାକାଲି ଅର୍ଥାତ 20 ଜୁଲାଇରେ ଆୟୋଜିତ ହେବାକୁ ଯାଉଛି ITOTY ଆଓ୍ବାର୍ଡ 2022Indian Tractor of the year Awards ର ଏହା ତୃତୀୟ ସଂସ୍କରଣ । ଅପରାହ୍ନ 4ଟାରେ ଦିଲ୍ଲୀର ପଲମନ ଏରୋସିଟି ହୋଟେଲରେ ହେବ ଏହି କାର୍ଯ୍ୟକ୍ରମ । ITOTY 2022 ପାଇଁ ଏକ୍ସକ୍ଲୁସିଭ୍ ଏଗ୍ରି ମିଡିଆ ପାର୍ଟନର ରହିଛି କୃଷି ଜାଗରଣ ।

ଟ୍ରାକ୍ଟର ଶିଳ୍ପ ବିଶେଷଜ୍ଞଙ୍କ ଦ୍ବାରା ITOTY ଟ୍ରାକ୍ଟର ପୁରସ୍କାର ଚୟନ କରାଯାଏ । ITOTY ଜୁରି ସଦସ୍ୟଙ୍କ ଦ୍ବାରା ଭୋଟ୍ ପ୍ରକ୍ରିୟାରେ ସବୁଠାରୁ ଯୋଗ୍ୟ ବିଜେତା ବଛାଯାଏ । ITOTY ବିଜେତାମାନେ ସେମାନଙ୍କର ଗୁଣାତ୍ମକ ଉତ୍ପାଦ ମାଧ୍ୟମରେ କୃଷକମାନଙ୍କୁ ସନ୍ତୁଷ୍ଟ କରିବାରେ ସେମାନଙ୍କର ଅସାଧାରଣ କାର୍ଯ୍ୟ ପାଇଁ ପୁରସ୍କାର ପାଇଥାନ୍ତି । 2021ରେ ସୋନାଲିକା ଟାଇଗର 55(Sonalika Tiger 55) ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା ।

ITOTY ଆଓ୍ବାର୍ଡ 2022 ପାଇଁ 8 ଜଣ ଜୁରୀ ସଦସ୍ୟ ରହିଛନ୍ତି । ଜୁରୀ ସଦସ୍ୟଙ୍କ ମଧ୍ୟରେ ଏଲ ପି ଗିତେ, ଅରିନ୍ଦମ ମୌଲିକ, ୟଶ ଜାଟ, ପିକେ ବର୍ମା, ହେମନ୍ତ ଯୋଶୀ, ଆଶିଷ ଭରଦ୍ବାଜ, ସିଆର ମେହେଟ୍ଟା ଓ ପଲ ରାଜ ସାମିଲ ରହିଛନ୍ତି ।

ଟ୍ରାକ୍ଟର ଜଙ୍କସନ(TractorJunction) ପକ୍ଷରୁ 2019ରେ ଦିଲ୍ଲୀରେ ITOTY (ଇଣ୍ଡିଆନ୍ ଟ୍ରାକ୍ଟର ଅଫ୍ ଦି ଇୟର) ଲଞ୍ଚ କରଯାଇଥିଲା। ଟ୍ରାକ୍ଟର ଜଙ୍କସନର ପ୍ରତିଷ୍ଠାତା ରଜତ ଗୁପ୍ତା ଏହି ଅଭିନବ ଚିନ୍ତାଧାରା ଆଣିଥିଲେ । ITOTY ପଛରେ ଥିବା ଧାରଣା ହେଉଛି ଟ୍ରାକ୍ଟର କମ୍ପାନୀଗୁଡିକର କଠିନ ପରିଶ୍ରମକୁ ଚିହ୍ନଟ କରିବା ।

ପ୍ରିମିୟମ ଷ୍ଟାଇଲିଂରେ ବଜାରକୁ ଆସିଲା କୁଵତା ଟ୍ରାକ୍ଟର

ସୋନାଲିକାର ଉନ୍ନତ ଟେକ୍ନୋଲୋଜି, ଚାଷକୁ କରିବ ସହଜ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments