
Jharsuguda airport under agriculture aviation scheme
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କୃଷି ଉଡାନ୍ ଯୋଜନା ୨.୦ରେ ( krushi udaan yojana 2.0 ) ଝାରସୁଗୁଡ଼ା ବିମାନବନ୍ଦରକୁ ସାମିଲ୍ କରିଛନ୍ତି। ଏହାଦ୍ବାରା ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ କୃଷି ଯାତ ସାମଗ୍ରୀ, ଉଦ୍ୟାନ କୃଷି ଫସଲ, ପ୍ରକ୍ରିୟାକୃତ ଖାଦ୍ୟ, ଫୁଲ, ମଧୁର ମାଛ ଆଦି ଦେଶର ବିଭିନ୍ନ ରାଜ୍ୟକୁ ଏବଂ ବିଦେଶକୁ ରତ୍ପାନି ହୋଇପାରିବ।
ଝାରସୁଗୁଡ଼ାରେ ( jharsuguda ) ଅଧିକ କଖାରୁ ଏବଂ ତରଭୁଜ ଅମଳ ହେଉଥିବା ବେଳେ ଏଠାକର ଚାଷୀ ଆଉ ଅଭାବୀ ବିକ୍ରି ସମସ୍ୟାର ସମ୍ମୁଖୀନ ହେବେନି। ଚାଷୀମାନେ କମ୍ ମୂଲ୍ୟରେ ଏଠାରୁ ବିଭିନ୍ନ ସାମଗ୍ରୀ ବାହାରକୁ ପଠାଇପାରିବେ। ସେହିପରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆମ୍ବ, ଲିଚୁ, ଆତ ଆଦି ଅଧିକ ଉତ୍ପାଦନ ହେଉଥିବାବେଳେ ସେଗୁଡ଼ିକୁ କମ୍ ସମୟରେ ବିଭିନ୍ନ ରାଜ୍ୟ ଓ ବିଦେଶକୁ ପଠାଯାଇପାରିବ। ଯେଉଁ ଫସଲ କମ୍ ଦିନରେ ନଷ୍ଟ ହେବାର ଆଶଙ୍କା ଥିବ ସେଗୁଡ଼ିକୁ ଚାଷୀ ବିମାନରେ କମ୍ ଭଡ଼ାରେ ରତ୍ପାନି କରିପାରିବେ। କେନ୍ଦ୍ର ସରକାର ଏଥିପାଇଁ ସ୍ବତନ୍ତ୍ର କାର୍ଗୋ ବିମାନ ଏବଂ କାର୍ଗୋ ପରିବହନ ସୁବିଧା ଥିବା ଯାତ୍ରୀବାହୀ ବିମାନ ଚଳାଇବାକୁ ଯୋଜନା କରିଛନ୍ତି।
ଏଥିରେ କେନ୍ଦ୍ର ସରକାର ବିମାନ ଲ୍ୟାଣ୍ଡିଂ, ପାର୍କିଂ, ଟର୍ମିନାଲ ନାଭିଗେସନ୍ ଲ୍ୟାଣ୍ଡିଂ ଶୁଳ୍କ, ରୁଟ୍ ନାଭିଗେସନ୍ ସୁବିଧା ଶୁଳ୍କର ସମ୍ପୂର୍ଣ୍ଣ ଛାଡ଼ କରିବେ। ଚାଷୀ କେବଳ ବିମାନ ଭଡ଼ା ବାବଦକୁ ସ୍ବଳ୍ପ ଅର୍ଥ ଦେବେ। କୃଷି ଉଡାନ୍ ଯୋଜନାରେ ଝାରସୁଗୁଡ଼ା ବିମାନବନ୍ଦର ସାମିଲ୍ ହେବା ନେଇ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି.କେ ସିଂହ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।
ଏହି ଯୋଜନାରେ ପ୍ରାରମ୍ଭରେ ୫୩ଟି ବିମାନବନ୍ଦର ଗୁଡିକୁ ଛଅ ମାସ ଅବଧିର ପାଇଲଟ୍ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରା ଯାଇଥିଲା। ଏହା ପରେ, ମୂଲ୍ୟାଙ୍କନ ସମୟରେ, ଆହୁରି ପାଂଚଟି ବିମାନ ବନ୍ଦରକୁ ଏଥିରେ ଯୋଡା ଯାଇଥିଲା। ଏହି ଭଳି ଭାବେ ଆଦମପୁର, ଅଗରତାଲା, ଆଗତୀ, ଆଗ୍ରା, ଅମୃତସର, ବାଗଡୋଗ୍ରା, ବରେଲି, ଭୁଜ, ଭୁଂଟୁର, ଚଣ୍ଡିଗଡ଼, କୋଏମ୍ବାଟୁର, ଡେରାଡୁନ୍, ଦିବ୍ରୁଗଡ, ଡିମାପୁର, ଗଗଲ, ଗୋଆ , ଗୋରଖପୁର, ହିନ୍ଦନ, ଇମ୍ଫାଲ, ଇନ୍ଦୋର, ଜୈସଲମେର, ଜାମ୍ମୁ, ଜାମନଗର, ଯୋଧପୁର, ଜୋରହାଟ, କାନପୁର, କୋଲକାତା, ଲେହ, ଲେଙ୍ଗପୁଇ, ଲିଲାବାରୀ, ନାଶିକ, ପାକିଙ୍ଗ, ପନ୍ତନଗର, ପଠାନକୋଟ, ପାଟନା, ପିଥୋରାଗଡ, ପୋର୍ଟ – ବନ୍ଦର , ପ୍ରୟାଗରାଜ, ପୁନେ, ରାୟପୁର, ରାଜକୋଟ, ରାଂଚି, ରୂପସି, ଶିଲୋଙ୍ଗ, ଶିମଲା, ସିଲଚର, ଶ୍ରୀନଗର, ତେଜପୁର, ତେଜୁ, ଥିରୁଅନନ୍ତପୁରମ୍, ତିରୁଚିରାପଲ୍ଲୀ, ବାରାଣାସୀ, ବିଶାଖାପାଟନମ୍, ବେଲାଗାଭି, ଭୋପାଳ, ଦରଭଙ୍ଗା, ଜବଲପୁର ଏବଂ ଝାରସୁଗୁଡା ସମେତ ୫୮ଟି ବିମାନ ବନ୍ଦରକୁ ଏଥିରେ ସାମିଲ୍ କରା ଯାଇଥିଲା।
କୃଷି ଉଡାଣ ଯୋଜନା ହେଉଛି ଏକ ସମ୍ମିଶ୍ରଣ ଯୋଜନା , ଯେଉଁଠାରେ ଆଠଟି ମନ୍ତ୍ରଣାଳୟ / ବିଭାଗ ଯଥା: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, କୃଷି ଏବଂ କୃଷକ କଲ୍ୟାଣ ବିଭାଗ, ପଶୁ ପାଳନ ଏବଂ ଦୁଗ୍ଧ ବିଭାଗ, ମତ୍ସ୍ୟ ବିଭାଗ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ, ବାଣିଜ୍ୟ ବିଭାଗ, ଜନଜାତୀୟ ବ୍ୟାପାର ମନ୍ତ୍ରଣାଳୟ, ଉତ୍ତର- ପୂର୍ବାଂଚଳ ବିକାଶ ମନ୍ତ୍ରଣାଳୟ ସେମାନଙ୍କ ବିଦ୍ୟମାନ ଯୋଜନା ଗୁଡିକୁ କୃଷି – ଉତ୍ପାଦର ପରିବହନ ପାଇଁ ସାମଗ୍ରୀକୁ ମଜଭୁତ କରିବା ନିମନ୍ତେ ନିଜର ରହିଥିବା ଯୋଜନା ଗୁଡିକୁ ଉପଯୋଗ କରିବେ। କୃଷି ଉଡାଣ ଯୋଜନା ଅଧୀନରେ କୌଣସି ନିର୍ଦ୍ଦିଷ୍ଟ ବଜେଟ୍ ଆବଂଟନ ହୋଇ ନାହିଁ।
ଇଟାଲୀର ରୋମସ୍ଥିତ ଫାଓ ମୁଖ୍ୟାଳୟ ଠାରେ ଅନ୍ତର୍ଜାତୀୟ ମିଲେଟ୍ ବର୍ଷର ଉଦଘାଟନୀ ସମାରୋହ
Share your comments