News

ବିନା ପରୀକ୍ଷାରେ ରେଳବାଇରେ ଚାକିରି; ଶୀଘ୍ର କରନ୍ତୁ ଆବେଦନ

ଆପଣ ରେଳବାଇ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଯେଉଁମାନେ ଭାରତୀୟ ରେଳବାଇରେ ଚାକିରିର ସନ୍ଧାନରେ ଅଛନ୍ତି, ସେମାନଙ୍କ ପାଇଁ ଏକ ଭଲ ଖବର ରହିଛି ।

18 April, 2022 5:26 PM IST By: Sudesna Nayak

ଆପଣ ରେଳବାଇ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଯେଉଁମାନେ ଭାରତୀୟ ରେଳବାଇରେ ଚାକିରିର ସନ୍ଧାନରେ ଅଛନ୍ତି, ସେମାନଙ୍କ ପାଇଁ ଏକ ଭଲ ଖବର (GOOD NEWS) ରହିଛି ।

ସୂଚନା ଅନୁଯାୟୀ, ଏଥିପାଇଁ ଉତ୍ତର ପୂର୍ବାଞ୍ଚଳ ରେଳବାଇ ଗ୍ରୁପ୍-ସିର ବିଭିନ୍ନ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ରେଳବାଇର ଅଫିସିଆଲ୍ ୱେବସାଇଟ୍ ner.indianrailways.gov.in ଭିଜିଟ କରି ଆବେଦନ କରିପାରିବେ । ଏହି ନିଯୁକ୍ତି ସ୍ପୋର୍ଟ୍ସ କୋଟା ଅଧୀନରେ କରାଯିବ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୨୫ ଏପ୍ରିଲ୍ ରହିଛି ।

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://ner.indianrailways.gov.in/ ମାଧ୍ୟମରେ ସିଧାସଳଖ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆହୁରି ମଧ୍ୟ, ଏହି ଲିଙ୍କ୍ ମାଧ୍ୟମରେ https://ner.indianrailways.gov.in/uploads/files/1648033125339-RRC%20 ମାଧ୍ୟମରେ ଆପଣ ସରକାରୀ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ । ଏହି ନିଯୁକ୍ତି ଅଭିଯାନ ଅଧୀନରେ ସମୁଦାୟ ୨୧ ଟି ପଦବୀ ପୂରଣ ହେବ ।

ଗୁରୁତ୍ୱପୂର୍ଣ୍ଣ ତାରିଖ ,ଜାଣନ୍ତୁ...

ଆବେଦନ କରିବାର ଆରମ୍ଭ ତାରିଖ - ୨୬ ମାର୍ଚ୍ଚ
ଆବେଦନ କରିବାର ଶେଷ ତାରିଖ - ୨୫ ଏପ୍ରିଲ୍

ପଦବୀ ସଂଖ୍ୟା,ଜାଣନ୍ତୁ...

ସମୁଦାୟ ପଦବୀ ସଂଖ୍ୟା- ୨୧

ବୟସ ସୀମା,ଜାଣନ୍ତୁ...

ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ୍ ।

ଯୋଗ୍ୟତା ମାନଦଣ୍ଡ,ଜାଣନ୍ତୁ...

GP- ₹ ୧୯୦୦/୨୦୦୦ ପଦବୀ: ପ୍ରାର୍ଥୀମାନେ ଯକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ୧୦ +୨ କିମ୍ବା ଏହାର ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଉଚିତ୍ ।
GP- ₹ ୨୪୦୦ (ଟେକନିକାଲ) ପଦବୀ: ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡର ବିଷୟ ଭାବରେ ଗଣିତ କିମ୍ବା ପଦାର୍ଥ ବିଜ୍ଞାନ ସହିତ ଦ୍ୱାଦଶ ପାସ୍ କରିବା ଉଚିତ୍ ।
GP- ₹ ୨୮୦୦ ପଦବୀ: ଯେକୁନାସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ କିମ୍ବା ଏହାର ସମାନ ଯୋଗ୍ୟତା ହାସଲ କରିଥିବା ଉଚିତ୍ ।

ଆବେଦନ ଶୁଳ୍କ,ଜାଣନ୍ତୁ...

ଏସସି, ଏସଟି, ଏକ୍ସ-ସର୍ଭିସେନ, ବେଞ୍ଚମାର୍କ ଅକ୍ଷମତା ଥିବା ବ୍ୟକ୍ତି (PWBD), ମହିଳା, ସଂଖ୍ୟାଲଘୁ ଏବଂ ଅର୍ଥନୈତିକ ପଛୁଆ ଶ୍ରେଣୀର ପ୍ରାର୍ଥୀ ବ୍ୟତୀତ ସମସ୍ତ ପ୍ରାର୍ଥୀଙ୍କୁ ₹ ୫୦୦ ଦେବାକୁ ପଡିବ ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, କ୍ରୀଡ଼ା ଏବଂ ଶିକ୍ଷାଗତ ଯୋଗ୍ୟତା ପରୀକ୍ଷାରେ ପ୍ରଦର୍ଶନ ଏବଂ ମୂଲ୍ୟାଙ୍କନ ଆଧାରରେ ପ୍ରାର୍ଥୀ ଚୟନ କରାଯିବ ।

Job:ପୂର୍ବତଟ ରେଳବାଇରେ ନିଯୁକ୍ତି, ଖାଲିପଡିଛି ୭୫୬ଟି ପଦବୀ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସିଖବର: IFFCOରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)