1. କୃଷି ଖବର

SEBIରେ ଖାଲି ପଡିଛି ପଦବୀ ; ମାସକୁ ଦରମା ୬୦ ହଜାର ଟଙ୍କା, ତୁରନ୍ତ କରନ୍ତୁ ଆବେଦନ

ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (SEBI)ଆପଣମାନଙ୍କ ପାଇଁ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ ।

Sudesna Nayak
Sudesna Nayak
Job vacancies in SEBI please apply

Job vacancies in SEBI please apply

ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (SEBI)ଆପଣମାନଙ୍କ ପାଇଁ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । SEBI ପକ୍ଷରୁ ସିକ୍ୟୁରିଟିଜ ମାର୍କେଟ୍‌ ଅପରେସନ୍ସ (SMO), ଆଇନ, ରିସର୍ଚ୍ଚ ଏବଂ ଆଇଟି ବିଭାଗରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (SEBI)ର ଅଫିସିଆଲ୍ ୱେବସାଇଟକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ ।

ସୂଚନା ଅନୁଯାୟ, ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (SEBI) ଖାଲିପଡିଛି ପଦବୀ । । ସିକ୍ୟୁରିଟିଜ ମାର୍କେଟ୍‌ ଅପରେସନ୍ସ (SMO), ଆଇନ, ରିସର୍ଚ୍ଚ ଏବଂ ଆଇଟି ବିଭାଗରେ ଭର୍ତ୍ତି ପାଇଁ ପଦବୀ ଖାଲି ପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଆବେଦନ କରିପାରିବେ । ତେବେ ଆବେଦନ କରିବାର ଶେଷ ତାରିଖ ୨୫ ଜାନୁଆରୀ ୨୦୨୨ ହିଁ ରଖା ଯାଇଛି ।

ସେବି ଦ୍ୱାରା ୟଙ୍ଗ ପ୍ରଫେସନାଲ ପ୍ରୋଗ୍ରାମ ଅଧିନରେ ପ୍ରାର୍ଥୀମାନଙ୍କୁ ଚୟନ ୧ ବର୍ଷ ପାଇଁ କରାଯିବ । ଏହା ପରେ ଅବଧିକୁ ଅଧିକ ଦିନ ପର୍ଯ୍ୟନ୍ତ ବଢାଇ ଦିଆଯିବ । ଏହା ପ୍ରାର୍ଥୀମାନଙ୍କ କାମ ପ୍ରଦର୍ଶନକୁ ଦେଖି ହିଁ କରାଯିବ । ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌ sebi.gov.in କୁ ଯାଇ ଆପଣମାନେ ଆପ୍ଲାଏ କରିପାରିବେ ।

ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (SEBI)ର ବିଜ୍ଞପ୍ତି ଅନୁଯାୟୀ, ମୋଟ୍ ୩୮ ଟି ପଦବୀ ପାଇଁ ହିଁ ଆବେଦନ କରିପାରିବେ । ସିକ୍ୟୁରିଟିଜ ମାର୍କେଟ୍‌ ଅପରେସନ୍ସ (SMO) ପଦବୀ ପାଇଁ ୧୬ଟି, ୟଙ୍ଗ ପ୍ରଫେସନାଲ (ଆଇନ) ପଦବୀ ପାଇଁ ୧୦ ଟି, ୟଙ୍ଗ ପ୍ରଫେସନାଲ (ରିସର୍ଚ୍ଚ)ପଦବୀ ପାଇଁ ୬ଟି, ୟଙ୍ଗ ପ୍ରଫେସନାଲ ( ଆଇଟି) ପାଇଁ ୬ ଟି ପଦବୀ ଖାଲି ରହିଛି ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (SEBI) ରେ ଏହି ପଦବୀରେ ଆବେଦନ କରିବାକୁ ପଦବୀକୁ ନେଇ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି । ପ୍ରାର୍ଥୀମାନଙ୍କ ନିକଟରେ ମ୍ୟାନେଜମେଣ୍ଟ (ଫାଇନାନ୍ସ) ଡିଗ୍ରୀ ରହିଥିବା ଆବଶ୍ୟକ ଅଟେ କିମ୍ବା ସିଏ/ସିଏମ୍‌ଏରେ ଅତିକମରେ ୫୦ ପ୍ରତିଶତ ମାର୍କ ସହିତ CFA ରେ ୩ ଟି ଲେବଲ ଉତ୍ତୀର୍ଣ୍ଣ ହୋଇଥିବା ଜରୁରୀ ମଧ୍ଯ ଅଟେ । ଏହାସହିତ ପ୍ରାର୍ଥୀମାନଙ୍କ ପାଖରେ ୧ ବର୍ଷର ଚାକିରି ଅଭିଜ୍ଞତା ମଧ୍ଯ ରହିଥିବା ନିହାତି ଭାବେ ଦରକାର । ପ୍ରଫେସନାଲ (ଆଇନ) ପଦବୀ ପାଇଁ ପ୍ରାର୍ଥୀ ଲ’ରେ ଡିଗ୍ରୀ କରିଥିବା ସହିତ ବର୍ଷକର ଅଭିଜ୍ଞତା ଥିବା ମଧ୍ଯ ଜରୁରୀ ଅଟେ ।

ପଦବୀ ପାଇଁ ବୟସ ସୀମା ଓ ଦରମା,ଜାଣନ୍ତୁ...

ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (SEBI)ରେ ପଦବୀ ପାଇଁ ପ୍ରାର୍ଥୀମାନେ କେବଳ ଗୋଟେ ପଦବୀ ପାଇଁ ଆବେଦନ କରିପାରିବେ । ଜଣେ ପ୍ରାର୍ଥୀ ଭିନ୍ନ ଭିନ୍ନ ପଦବୀ ପାଇଁ ଆବେଦନ କରିପାରିବେ ନାହିଁ । ପ୍ରାର୍ଥୀମାନଙ୍କ ବୟସ ୩୦ ବର୍ଷରୁ ଅଧିକ ହେବା ଜରୁରୀ ନୁହେଁ । ୟଙ୍ଗ ପ୍ରଫେସନାଲ ପଦବୀରେ ଚୟନ ହେବା ପ୍ରାର୍ଥୀମାନଙ୍କୁ ପ୍ରତି ମାସକୁ ୬୦ ହଜାର ଟଙ୍କା ଦରମା ରହିଛି ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

ଇଣ୍ଟରଭ୍ୟୁ ଆଧାରରେ ପ୍ରାର୍ଥୀମାନଙ୍କ ହିଁ ଚୟନ କରାଯିବ । ଚୟନ ପ୍ରକ୍ରିୟାରେ ଦୁଇଟି ରାଉଣ୍ଡ ଇଣ୍ଟରଭ୍ୟୁ ହେବ । ପ୍ରଥମ ଇଣ୍ଟରଭ୍ୟୁରେ ପାସ୍‌ ହେବା ପରେ ପ୍ରାର୍ଥୀମାନଙ୍କୁ ଫାଇନାଲ ଇଣ୍ଟରଭ୍ୟୁ ପାଇଁ ଡକାଯିବ।

ଧ୍ଯାନରେ ରଖନ୍ତୁ, ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (SEBI)ରେ ପଦବୀ ଖାଲି ପଡିଛି, ତୁରନ୍ତ ହିଁ କରନ୍ତୁ ଆବେଦନ ।

ଗ୍ରାଜୁଏସନ କରିଥିଲେ ESICରେ କରନ୍ତୁ ଚାକିରି ; ଖାଲି ପଡିଛି ୩୬୦୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ

Post Office ରେ ବାହାରିଲା ବମ୍ଫର Vacancy, ଦ୍ୱାଦଶ ପାସ୍ କରଥିଲେ କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments