1. କୃଷି ଖବର

UPSCରେ କରନ୍ତୁ ଚାକିରି ; ଖାଲିପଡିଛି ୮୬୧ ପଦବୀ,ଶୀଘ୍ର କରନ୍ତୁ ଆବେଦନ

ସଂଘ ଲୋକ ସେବା ଆୟୋଗ (UPSC)ରେ ଚାକିରି ସୁଯୋଗ । UPSC ପକ୍ଷରୁ ୮୬୧ ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।

Sudesna Nayak
Sudesna Nayak
jobs at upsc 41 vacancies apply immediately

jobs at upsc 41 vacancies apply immediately

ସଂଘ ଲୋକ ସେବା ଆୟୋଗ (UPSC)ରେ ଚାକିରି (Job) ସୁଯୋଗ । UPSC ପକ୍ଷରୁ ୮୬୧ ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।

ପଦବୀ ଆବେଦନ ପାଇଁ ଜରୁରୀ ତାରିଖ,ଜାଣନ୍ତୁ...

ଆଦେବନ ପ୍ରକ୍ରିୟା ଆସନ୍ତା ୨୨ ଫେବୃଆରୀ ସନ୍ଧ୍ୟା ୬ ଟାରେ ଆରମ୍ଭ ହେବ । ୟୁପିଏସସି (UPSC) ସିଭିଲ ସର୍ଭିସର ପ୍ରିଲିମ୍ସ ପରୀକ୍ଷା ଆସନ୍ତା ଜୁନ ୫ ତାରିଖରେ ଆୟୋଜିତ ହେବ । ଯେଉଁମାନେ ପ୍ରିଲିମ୍ସ କ୍ୱାଲିଫାଏ କରିବେ ସେମାନେ ମେନ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ ହେବେ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନଙ୍କ ବୟସ ସୀମା ୨୧ ରୁ ୩୨ ବର୍ଷ ହେବା ଆବଶ୍ୟକ ଅଟେ ।

ସଂଘ ଲୋକ ସେବା ଆୟୋଗ(UPSC) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ସଂଘ ଲୋକ ସେବା ଆୟୋଗ(UPSC) ସିଭିଲ ସର୍ଭିସ ସେବା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏ ନେଇ ଆବେଦନ କରିପାରିବେ ।

କିପରି ହେବ ପରୀକ୍ଷା,ଜାଣନ୍ତୁ...

-ପ୍ରିଲିମ୍ସ ପରୀକ୍ଷା ପାଇଁ ପେପର ୧ ଏବଂ ପେପର ୨ ସାମିଲ ରହିବ ।

-ମଲ୍ଟିପୁଲ ଚଏସ୍‌ ପ୍ରଶ୍ନ ଆସିବ ।

-ଏହା ମୋଟ ୪୦୦ମାର୍କର ଆସିବ ।

-ପେପର ୨ରେ ପରୀକ୍ଷାର୍ଥିଙ୍କୁ ୩୩% ଅଙ୍କ ମାର୍କ ସହ କ୍ୱାଲିଫାଏ କରିବାକୁ ହେବ ।

-ପରୀକ୍ଷାରେ ମାଇନସ୍‌ ମାର୍କିଂ ମଧ୍ୟ ରହିଛି ।

-ଏଥିରେ ୧/୩ ନମ୍ବର ନେଗେଟିଭ ମାର୍କିଂରେ ଲାଗୁ ହେବ ।

-ଏଥର ମୋଟ ୮୬୧ଟି ପଦବୀ ପାଇଁ ସିଟ୍ ରହିଛି ।

-ଅଧିକ ତଥ୍ୟ ଜାଣିବାକୁ ୟୁପିଏସସି (UPSC)ର ଅଫିସିଆଲ୍ ୱେବସାଇଟକୁ ଚେକ୍ କରନ୍ତୁ ।

NLCରେ କରନ୍ତୁ ଚାକିରି : ଖାଲିପଡିଛି ୫୫୦ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଦ୍ୱାଦଶ ପାସ କରିଥିଲେ CISFରେ କରନ୍ତୁ ଚାକିରି ; ଖାଲିପଡିଛି ୧୧୪୯ ପଦବୀ,ଶୀଘ୍ର ଆବେଦନ କରନ୍ତୁ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments