1. କୃଷି ଖବର

NLCରେ କରନ୍ତୁ ଚାକିରି : ଖାଲିପଡିଛି ୫୫୦ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ବେକାର ଯୁବକମାନଙ୍କ ଏବଂ ଯୁବତୀମାନଙ୍କ ପାଇଁ ଆସିଲା ଖୁସି ଖବର । NLC ଇଣ୍ଡିଆ ଲିମିଟେଡ୍‌ ଆଣି ଦେଇଛି ସବର୍ଣ୍ଣ ସୁଯୋଗ ।

Sudesna Nayak
Sudesna Nayak
NLC india recruitment 2022

NLC india recruitment 2022

ବେକାର ଯୁବକମାନଙ୍କ ଏବଂ ଯୁବତୀମାନଙ୍କ ପାଇଁ ଆସିଲା ଖୁସି ଖବର (Good news) । NLC ଇଣ୍ଡିଆ ଲିମିଟେଡ୍‌ ଆଣି ଦେଇଛି ସବର୍ଣ୍ଣ ସୁଯୋଗ । ଏଣିକି NLC ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ୫୫୦ ଆପରଣ୍ଟିସ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀରେ ଆବେଦନ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

NLC ଇଣ୍ଡିଆ ଲିମିଟେଡ୍‌ ତରଫରୁ ୫୫୦ ଆପରଣ୍ଟିସ ପଦବୀ ଖାଲି ପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ nlcindia.inକୁ ଯାଇ ଅନଲାଇନ ଆବେଦନ କରିପାରିବେ । ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଫେବୃଆରୀ ୨ ଠାରୁ ଆରମ୍ଭ ହେଉଛି । ଆବେଦନ କରିବାର ଶେଷ ତାରିଖ ହେଉଛି ୧୦ ଫେବୃଆରୀ ୨୦୨୨

ସୂଚନା ଅନୁଯାୟୀ, NLC ଇଣ୍ଡିଆ ଲିମିଟେଡରେ ମୋଟ ପଦବୀ ସଂଖ୍ୟା ୫୫୦ଟି ରହିଛି । ଗ୍ରାଜୁଏଟ ଆପରଣ୍ଟିସ ପାଇଁ ୨୫୦ଟି ପଦବୀ, ଟେକ୍ନିସିଆନ (ଡିପ୍ଲୋମା) ଆପରଣ୍ଟିସ ପାଇଁ ୩୦୦ ଟି ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ କରିବାର ଶେଷ ତାରିଖ ୧୦ ଫେବୃଆରୀ ୨୦୨୨ ହିଁ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା,ଜାଣନ୍ତୁ...

NLC ଇଣ୍ଡିଆରେ ଏହି ଭର୍ତ୍ତି ପାଇଁ ଆବେଦନ କରିବା ପାଇଁ ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରହିଛି । ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ଧାର୍ଯ୍ୟ କରାଯାଇଛି । ପ୍ରାର୍ଥୀମାନଙ୍କ ଚୟନ ମେରିଟ୍ ଲିଷ୍ଟ ଏବଂ ଅଭିଜ୍ଞତା ଆଧାରରେ କରାଯିବ ।

କିପରି କରିବେ ଆବେଦନ,ଜାଣନ୍ତୁ...

-ପ୍ରଥମେ NLC ଇଣ୍ଡିଆର ଅଫିସିଆଲ ଓ୍ବେବସାଇଟ nlcindia.inକୁ ଯାଆନ୍ତୁ ।

-ତାପରେ ହୋମପେଜରେ ଥିବା career ଟାବ୍‌କୁ ଯାଆନ୍ତୁ ।

-ଏଠାରେ ଏକ ନୂଆ ପେଜ ଖୋଲିବ, ସେଠାରେ ଥିବା ‘Trainees and Apprentices’ ଲିଙ୍କ ଉପରେ ହିଁ କ୍ଲିକ କରନ୍ତୁ ।

-ଏହାପରେ କ୍ଲିକ ଅନ୍‌ ଆପ୍ଲାଏ ଅନଲାଇନ ‘Engagement of Graduate and Technician Apprentices କରିବା ପରେ ଆବେଦନକାରୀ ସିଧାସଳଖ ଲିଙ୍କ ଉପରେ କ୍ଲିକ କରି ରେଜିଷ୍ଟ୍ରେସନ କରିପାରିବେ ।

ଦ୍ୱାଦଶ ପାସ କରିଥିଲେ CISFରେ କରନ୍ତୁ ଚାକିରି ; ଖାଲିପଡିଛି ୧୧୪୯ ପଦବୀ,ଶୀଘ୍ର ଆବେଦନ କରନ୍ତୁ

OPSCରେ ଖାଲିପଡିଛି ସହାୟକ କୃଷି ଅଧିକାରୀ ପଦବୀ, ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments