କୃଷି ଜାଗରଣରେ Tefla କିଙ୍ଗ କୈଳାସ ସିଂ:
ଆଜି କୃଷି ଜାଗରଣର ପରିବାରର ଅତିଥି ଥିଲେ ଜଣାଶୁଣା ଟେଫ୍ଲା କମ୍ପାନୀର ନିର୍ଦେଶକ ତଥା ଓଡିଆ ପୁଅ କୈଳାସ ସିଂ | ଶ୍ରୀଯୁକ୍ତ ସିଂ ଆଜି କୃଷି ଜାଗରଣରେ ଯୋଗ ଦେଇ ନିଜ ଜୀବନୀ ସହ ଜଡିତ ଅନେକ କିଛି କଥା କୃଷି ଜାଗରଣ ସହ ବାଣ୍ଟି ଥିଲେ | ଶ୍ରୀଯୁକ୍ତ ସିଂଙ୍କ ଆଗମନରେ କୃଷି ଜାଗରଣରେ ଏକ ଖୁଶି ଓ ଉତ୍ସାହର ବାତା ବରଣ ସୃଷ୍ଟି ହୋଇଥିଲା |
କୃଷି ଜାଗରଣରେ କୈଳାସ ସିଂ:
ଟେଫ୍ଲା କମ୍ପାନୀର ନିର୍ଦେଶକ କୈଳାସ ସିଂ କୃଷି ଜାଗରଣ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ କୃଷି ଜାଗରଣର ପ୍ରତିଷ୍ଠାତା ତଥା ସମ୍ପାଦକ ଏମ.ସି ଡୋମିନିକ୍ | ଶ୍ରୀଯୁକ୍ତ ଡୋମିନିକ୍ ଟେଫ୍ଲା କିଙ୍ଗଙ୍କୁ ସ୍ୱାଗତ କରି କହିଥିଲେ କି , ମୁଁ ବହୁତ ଲୋକଙ୍କୁ ଦେଖିଛି କିନ୍ତୁ ଶ୍ରୀଯୁକ୍ତ ସିଂ ଏମିତି ଜଣେ ବ୍ୟକ୍ତି ବିଶେଷ ଯାହାଙ୍କଠୁ ଆମେ ସମସ୍ତେ ପ୍ରରଣା ନେବା ଆବଶ୍ୟକ | ଏହାପରେ କୈଳାସ ସିଂ ନିଜର ଅନୁଭୂତି ବାଣ୍ଟି କହିଥିଲେ କି, ଟେଫ୍ଲା କମ୍ପାନୀ ପ୍ରାରମ୍ଭ ବହୁତ ମଜାଦାର ଘଟଣାରୁ ଆରମ୍ଭ ହୋଇଥିଲା | ତେବେ ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ କୈଳାସ ସିଂ ଦିଲ୍ଲୀ JNUରେ ଅଧ୍ୟୟନ କରୁଥିଲେ
କୈଳାସ ସିଂ ମଜାଦାର କାହାଣୀ :
କୃଷି ଜାଗରଣରେ ନିଜ ଜୀବନର କିଛି ମଜାଦାର ଅନୁଭୂତି ବାଣ୍ଟି କୈଳାସ ସିଂ କହିଥିଲେ କି , JNUରେ ଅଧ୍ୟୟନ କରୁଥିବା ସମୟରେ ଏକଦା ଜଣେ ସାମ୍ବାଦିକ ତାଙ୍କ ହାତର କବାବର ସ୍ୱାଦ ଚାଖିଥିଲେ | ତହିଁ ପରଦିନ ସେ ଖବର କାଗଜରେ ଏମିତି କିଛି ଲେଖିଥିଲେ ଯାହା ହାସ୍ୟସ୍ପଦ ଥିଲା | ସାମ୍ବାଦିକ ଜଣଙ୍କ ନିଜ ଖବର କାଗଜରେ ଲେଖିଥିଲେ "କୈଳାସ ସିଂ ,କବାବ କିଙ୍ଗ " ଯାହା ପରବର୍ତୀ ମୁହୂର୍ତରେ ତାଙ୍କ ପାଇଁ ପ୍ରେରଣା ସାଜିଥିଲା |
ଟେଫ୍ଲାର ଆରମ୍ଭ :
କୈଳାସ ସିଂ ପ୍ରଥମେ ଟେମ୍ପିଂ ଟିଫିନ୍ ସେବା ନାମରେ JNUରେ ହିଁ ଟିଫିନ ସେବା ଆରମ୍ଭ କରିଥିଲେ | JNUର ଛାତ୍ରନ୍କ ଠୁ ନେଇ ପ୍ରଫେସର ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ଟିଫିନ ସେବା ଯୋଗାଉଥିଲେ | JNUକୁ ମନେ ପକାଇ ସେ କହିଥିଲେ କି ,JNUଏମିତି ଏକ ବିଶ୍ୱବିଦ୍ୟାଳୟ ଯେଉଁ ଠାରେ ପଢ଼ୁଥିବା ବ୍ୟକ୍ତିଙ୍କର କିଛି କରିବା ପାଇଁ ଭିନ୍ନ ଉତ୍ସାହ ଥାଏ , ଯେଉଁଥିପାଇଁ ସେ ଏହି ଟିଫିନ ସେବା ଆରମ୍ଭ କରିଥିଲେ |
କୃଷି ଜାଗରଣ ଓ ଟେଫ୍ଲା ସମ୍ବଦ୍ଧ :
କୃଷି ଜାଗରଣ ଓ ଟେଫ୍ଲା ଆଗକୁ କୃଷି କ୍ଷେତ୍ରରେ କିଛି ନୂତନ ପ୍ରାରମ୍ଭିକ ସହ ଭବିଷ୍ୟତରେ କୃଷି କ୍ଷେତ୍ରରେ କିଛି ବିପ୍ଳବ ଆଣିବା ପାଇଁ କୃଷି ଜାଗରଣର ସମସ୍ତ ସଦସ୍ୟ ଟେଫ୍ଲା ସହ ହାତ ମିଳାଇଥିଲେ | ଏହି କାର୍ଯ୍ୟକ୍ରମରେ କୃଷି ଜାଗରଣର ଡିରେକ୍ଟର ଶ୍ରୀମତୀ ସାଇନି ଡୋମିନିକ ,ସିନିୟର ଭାଇସ ପ୍ରେସିଡେଣ୍ଟ ପି.ଏସ ସେନି ,ଡ଼ିଜିଏମ ମୄଦୁଲ ଉରପ୍ରୀତ ସାମିଲ ହୋଇଥିଲେ | ଏହି ସମାବେଶକୁ ସମାପ୍ତ କରି କୃଷି ଜାଗରଣର ସିଓଓ ଡ଼ଃ.ପନ୍ତ ମଧ୍ୟ JNUରେ ଥିବା ତାଙ୍କର ଅନୁଭୂତି ସମସ୍ତଙ୍କ ସହ ବାଣ୍ଟି ଥିଲେ |
ଟେଫ୍ଲା ଏଣ୍ଟରଟେନମେଣ୍ଟ : -
ଟେଫ୍ଲା ସମ୍ମିଳନୀ ,ପଦର୍ଶନ ଏମିତି କିଛି କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ବ୍ୟବସାୟ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରି ପାରିଛି | ଟେଫ୍ଲା ସହ ବହୁ ବ୍ୟବସାୟ ମଧ୍ୟ ଜଡିତ ଅଛି , ଯେମିତି କି ଗ୍ଲୋବାଲ ଇଣ୍ଡିଆ,ଗ୍ଲୋବାଲ ଦିଲ୍ଲୀ,ଗ୍ଲୋବାଲ ଇଣ୍ଟରନ୍ୟାସନାଲ,ସୁଗାର ସମିଟ ଇତ୍ୟାଦି ନିର୍ଦ୍ଦିଷ୍ଟ ଶିଳ୍ପ ସହିତ ସହଭାଗିତା ଅଛି
କୃଷି ଜାଗରଣକୁ ଆମନ୍ତ୍ରଣ : -
କୈଳାସ ସିଂ କୃଷି ଜାଗରଣର ସମସ୍ତ ସଦସ୍ୟଙ୍କୁ "ଗ୍ଲୋବାଲ ଇଣ୍ଡିଆ ଆଗ୍ରା ସଂସ୍କରଣ" କୁ ଆସିବାକୁ ନିମନ୍ତ୍ରଣ କରିଥିଲେ | ଏବଂ ଆଗକୁ କୃଷି ଜାଗରଣ ସହ ଟେଫ୍ଲା ମିଳିତ ଭାବରେ କାମ କରିବାକୁ ଆହ୍ୱାନ ଦେଇଥିଲେ |
Share your comments