1. କୃଷି ଖବର

ଘରେ ଘରେ କୃଷି, ବିକାଶ ପଥେ ଚାଷୀ

ଜୟ ଯବାନ, ଜୟ କିଷାନ । ଏହାର ଅର୍ଥ ଦେଶକୁ ସୁରକ୍ଷା ଦେଉଥିବା ଯବାନର ଜୟ ଓ ଦେଶର ଅନ୍ନଦାତା କୃଷକ କିଷାନର ଜୟ ।

Sudesna Nayak
Sudesna Nayak
ଘରେ ଘରେ କୃଷି, ବିକାଶ ପଥେ ଚାଷୀ

ଘରେ ଘରେ କୃଷି, ବିକାଶ ପଥେ ଚାଷୀ

ଜୟ ଯବାନ, ଜୟ କିଷାନ । ଏହାର ଅର୍ଥ ଦେଶକୁ ସୁରକ୍ଷା ଦେଉଥିବା ଯବାନର ଜୟ ଓ ଦେଶର ଅନ୍ନଦାତା କୃଷକ କିଷାନର ଜୟ ।

ଦେଶରେ କୃଷକମାନଙ୍କ ଅବଦାନକୁ ଉଜ୍ଜିବିତ କରି ରଖିବା ପାଇଁ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ନିଜ ଜନ୍ମ ଦିନକୁ ରାଷ୍ଟ୍ରୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ସେବେଠାରୁ ପ୍ରତି ଡିସେମ୍ବର 23 ତାରିଖକୁ ରାଷ୍ଟ୍ରୀୟ କୃଷକ ଦିବସ ରୂପେ ପାଳନ କରାଯାଉଛି । ଜୀବନ ଧାରଣର ମୁଖ୍ୟ ଆବଶ୍ୟକତା ହେଇଛି କୃଷି ।

ଘରେ ଘରେ କୃଷି, ବିକାଶ ପଥେ ଚାଷୀ

ଘରେ ଘରେ କୃଷି, ବିକାଶ ପଥେ ଚାଷୀ

ପ୍ରଧାନମନ୍ତ୍ରୀ ଚରଣ ସିଂ ନିଜ କାର୍ଯ୍ୟକାଳରେ ଦେଶର କୃଷକମାନଙ୍କର ରୋଜଗାର ବୃଦ୍ଧି, କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର, ଉନ୍ନତ ମାନର ବିହନ ଓ ଚାଷ ପ୍ରଣାଳୀର ପରିବର୍ତ୍ତନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଥିଲେ । ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ବହୁତ କମ ଦିନ କାର୍ଯ୍ୟ କରିଛନ୍ତି । ହେଲେ କୃଷକ ଓ କୃଷି କ୍ଷେତ୍ରରେ ସେ ଯେଭଳି ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ତାହାକୁ ନଜରରେ ରଖି ୨୦୦୧ ମସିହା ଠାରୁ ଆଜିର ଦିନକୁ କୃଷକ ଦିବସ ଭାବେ ପାଳନ କରାଯାଉଛି ।

 

କୃଷକ ବଞ୍ଚିଲେ ଦେଶ ବଞ୍ଚିବ । କୃଷକମାନେ ହିଁ ଦେଶର ମେରୁଦଣ୍ଡ । ସମଗ୍ର ବିଶ୍ୱକୁ ଖାଦ୍ୟ ଯୋଗାଇ କ୍ଷୁଧାମୁକ୍ତ ସମାଜ ଗଠନରେ ସେମାନଙ୍କ ଅବଦାନ ଅତୁଳନୀୟ। ସମଗ୍ର ବିଶ୍ୱକୁ ଖାଦ୍ୟ ଯୋଗାଇ କ୍ଷୁଧାମୁକ୍ତ ସମାଜ ଗଠନରେ କୃଷକଙ୍କ ଅବଦାନ ଅତୁଳନୀୟ। କୃଷକମାନଙ୍କ ଉନ୍ନତି ଆମର ସର୍ବଦା ପ୍ରାଥମିକତା ରହିଛି ।

କୃଷକ ଦିବସ ଦିନଟି ବହୁତ ମହତ୍ୱପୂର୍ଣ୍ଣ ଅଟେ । କାରଣ ଆଜିର ଦିନଟି କୃଷି କ୍ଷେତ୍ରରେ ପରିବର୍ତ୍ତନ ସହ କୃଷକ ମାନଙ୍କୁ ସଶକ୍ତ କରିବାର ବିଚାର ଆମ ମାନଙ୍କ ମନକୁ ଆସିଥାଏ । ଏନେଇ ଆୟୋଜିତ ହେଉଥିବା ସମାରୋହ ମାନଙ୍କରେ କୃଷିକ୍ଷେତ୍ର ଓ କୃଷକ ମାନଙ୍କ ପାଇଁ ଥିବା ସଂକଟ ଉପରେ ଆଲୋଚନା କରାଯାଏ । ଏହା ସହ ସେମାନେ କିଭଳି ବିଭିନ୍ନ ସଂକଟରୁ ମୁକ୍ତି ପାଇବେ ସେନେଇ ସେମାନଙ୍କୁ ଶିକ୍ଷା ଦିଆଯାଇଥାଏ । ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ‘ଛୋଟୁରାମ ବିରାସତ’ ନାମରେ ଏକ ସଂଗଠନ ଗଠନ କରିଥିଲେ । ଏହାସହ ସେ ୨୩ ଡିସେମ୍ବର ୧୯୭୮ ମସିହାରେ କିଷାନ ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ  କରିଥିଲେ । ଯେଉଁ ଟ୍ରଷ୍ଟ ଏବେ ବି କୃଷକ ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବା ସହ କୃଷକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ସରକାରଙ୍କ ପାଖରେ ଉପସ୍ଥାପନ କରୁଛି ।

 

ଓଡିଶାକୁ ଏକ କୃଷି ପ୍ରବଣ ରାଜ୍ୟ ଭାବେ ବିବେଚନା କରାଯାଏ । ଆମ ରାଜ୍ୟର ମୋଟ ଜନସଂଖ୍ୟାର ଦୁଇ ତୃତୀୟାଂଶ ଲୋକ କୃଷି ଉପରେ ନିର୍ଭରଶୀଳ । ତେବେ ଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳର ଅଭାବ ସାଙ୍ଗକୁ ଉନ୍ନତ ପଦ୍ଧତିର ଚାଷ ପ୍ରଣାଳୀକୁ ଉପଲ୍ଲବ୍ଧ କରାଇବା ସହିତ ଉତ୍ପାଦିତ ସାମଗ୍ରୀକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରାଇବାର ବ୍ୟବସ୍ଥାର ଅଭାବ ଯୋଗୁଁ ଚାଷୀଙ୍କ ପରିସ୍ଥିତି ଏବେ ସଙ୍ଗିନ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ସରକାର ବିଭିନ୍ନ ପ୍ରକାର ଶସ୍ୟ , ପନିପରିବା ଉତ୍ପାଦନ ସାଙ୍ଗକୁ କୃଷି ଆନୁଷଙ୍ଗିକ ବୃତ୍ତି ପ୍ରତି ଗୁରୁତ୍ୱାରୋପ କରି କୃଷି ବିକାଶ ପ୍ରକ୍ରିୟା କୁ ତ୍ବରାନିତ କଲେ ଏଭଳି ସମସ୍ୟାର ସମାଧାନ ହେବା ନେଇ ସମ୍ଭାବନା ରହିଛି ।

ପରମ୍ପରାଗତ କୃଷି ବିକାଶ ଯୋଜନା କୃଷକ ମାନଙ୍କୁ ମିଳିବ ତାଲିମ୍

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments