1. କୃଷି ଖବର

Kisan Diwas 2021: ଅନ୍ନଦାତାଙ୍କ ପାଇଁ ଦିନଟିଏ...

"ଜୟ ଯବାନ, ଜୟ କିଷାନ । ଏହାର ଅର୍ଥ ଦେଶକୁ ସୁରକ୍ଷା ଦେଉଥିବା ଯବାନର ଜୟ ଓ ଦେଶର ଅନ୍ନଦାତା କୃଷକ କିଷାନର ଜୟ" ।

Sudesna Nayak
Sudesna Nayak
Kisan Diwas: A Day to Honour and Thank Our Farmers for Their Relentless Service

Kisan Diwas: A Day to Honour and Thank Our Farmers for Their Relentless Service

"ଜୟ ଯବାନ, ଜୟ କିଷାନ । ଏହାର ଅର୍ଥ ଦେଶକୁ ସୁରକ୍ଷା ଦେଉଥିବା ଯବାନର ଜୟ ଓ ଦେଶର ଅନ୍ନଦାତା କୃଷକ କିଷାନର ଜୟ" ।

ଦେଶରେ କୃଷକମାନଙ୍କ ଅବଦାନକୁ ଉଜ୍ଜିବିତ କରି ରଖିବା ପାଇଁ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ନିଜ ଜନ୍ମ ଦିନକୁ ରାଷ୍ଟ୍ରୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ସେବେଠାରୁ ପ୍ରତି ଡିସେମ୍ବର 23 ତାରିଖକୁ ରାଷ୍ଟ୍ରୀୟ କୃଷକ ଦିବସ ରୂପେ ପାଳନ କରାଯାଉଛି । ଜୀବନ ଧାରଣର ମୁଖ୍ୟ ଆବଶ୍ୟକତା ହେଇଛି କୃଷି ।

କୃଷି ଦେଶ ଭାରତରେ ପ୍ରତିବର୍ଷ 23 ଡିସେମ୍ବରରେ ଜାତୀୟ କୃଷକ ଦିବସ(National Farmers Day) ପାଳନ କରାଯାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କୃଷକଙ୍କ ମସିହା କୁହାଯାଉଥିବା ଚୌଧରୀ ଚରଣ ସିଂଙ୍କ(fifth Prime Minister of India, Chaudhary Charan Singh) ଜନ୍ମଦିନରେ ଜାତୀୟ କୃଷକ ଦିବସ ପାଳନ କରାଯାଏ । କୃଷକମାନଙ୍କର ଜଣେ ଜଣାଶୁଣା ନେତା ଚୌଧରୀ ଚରଣ ସିଂ 23 ଡିସେମ୍ବର 1902 ରେ ଉତ୍ତରପ୍ରଦେଶର ମେଟର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରରେ ଅର୍ଥମନ୍ତ୍ରୀ ଭାବରେ ଚୌଧରୀ ଚରଣ ସିଂ ଗ୍ରାମ ଓ ଚାଷୀଙ୍କୁ ପ୍ରାଥମିକତା ଦେଇ ଏକ ବଜେଟ ପ୍ରସ୍ତୁତ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୃଷି କ୍ଷେତ୍ରର ଉନ୍ନତିରେ ଚୌଧୁରୀ ଚରଣ ସିଂ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ କୃଷକମାନଙ୍କ ସୁବିଧା ପାଇଁ ଅନେକ କୃଷକ ଅନୁକୂଳ ନୀତି ପ୍ରସ୍ତୁତ କରିଥିଲେ । ସେ ହୁଏତ ଖୁବ କମ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବେ, କିନ୍ତୁ ସେ ଭାରତୀୟ କୃଷକମାନଙ୍କ କଲ୍ୟାଣ ପାଇଁ ଅନେକ ପରିଶ୍ରମ କରିଛନ୍ତି । ସେ ବିଶ୍ବାସ କରୁଥିଲେ ଯେ, ଦେଶର କୃଷକମାନଙ୍କୁ କୃତଜ୍ଞତାର ସହ ବ୍ୟବହାର କରାଯିବା ଉଚିତ ଏବଂ ସେମାନେ ସେମାନଙ୍କର ପରିଶ୍ରମର ପୁରସ୍କାର ପାଇବା ଉଚିତ । ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ କୃଷକମାନଙ୍କୁ ଦେଶର ଶାସକ ଭାବରେ ବିବେଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଚରଣ ସିଂ ନିଜ କାର୍ଯ୍ୟକାଳରେ ଦେଶର କୃଷକମାନଙ୍କର ରୋଜଗାର ବୃଦ୍ଧି, କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର, ଉନ୍ନତ ମାନର ବିହନ ଓ ଚାଷ ପ୍ରଣାଳୀର ପରିବର୍ତ୍ତନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଥିଲେ । ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ବହୁତ କମ ଦିନ କାର୍ଯ୍ୟ କରିଛନ୍ତି । ହେଲେ କୃଷକ ଓ କୃଷି କ୍ଷେତ୍ରରେ ସେ ଯେଭଳି ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ତାହାକୁ ନଜରରେ ରଖି ୨୦୦୧ ମସିହା ଠାରୁ ଆଜିର ଦିନକୁ କୃଷକ ଦିବସ ଭାବେ ପାଳନ କରାଯାଉଛି ।

ଆଜି ଜାତୀୟ କୃଷକ ଦିବସ ପାଳନ କରାଯାଉଥିବାରୁ ଭାରତର କୃଷକମାନଙ୍କ ପାଇଁ ଆଜି ଏକ ବିଶେଷ ଦିନ । ଏହି ଦିନ କୃଷି ଉପରେ ବିଭିନ୍ନ କାର୍ଯ୍ୟକ୍ରମ, ସେମିନାର, ଉତ୍ସବ ଏବଂ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ତେବେ ସବୁବର୍ଷ ଠାରୁ ଏବର୍ଷର ପରିସ୍ଥିତି ଭିନ୍ନ । ଦୀର୍ଘ ୧ ବର୍ଷ ଧରି ଚାଲିଥିବା ଚାଷୀ ବିକ୍ଷୋଭର ଅନ୍ତ ହୋଇଛି । ସରକାର ଆଣିଥିବା ୩ଟି କୃଷି ଆଇନ ପ୍ରତ୍ୟାହୃତ ହୋଇଛି । ତିନୋଟି କୃଷି ଆଇନ ରଦ୍ଦ ହେବା ପରେ ଏବଂ ଚାଷୀଙ୍କ ଅନେକ ପ୍ରମୁଖ ଦାବି ଗ୍ରହଣ କରାଯିବା ପରେ କୃଷକମାନେ ଏହାକୁ ସେମାନଙ୍କର ବିଜୟ ବୋଲି କହିଛନ୍ତି । 

କୃଷକ ଦିବସ ଦିନଟି ବହୁତ ମହତ୍ୱପୂର୍ଣ୍ଣ ଅଟେ । କାରଣ ଆଜିର ଦିନଟି କୃଷି କ୍ଷେତ୍ରରେ ପରିବର୍ତ୍ତନ ସହ କୃଷକ ମାନଙ୍କୁ ସଶକ୍ତ କରିବାର ବିଚାର ଆମ ମାନଙ୍କ ମନକୁ ଆସିଥାଏ । ଏନେଇ ଆୟୋଜିତ ହେଉଥିବା ସମାରୋହ ମାନଙ୍କରେ କୃଷିକ୍ଷେତ୍ର ଓ କୃଷକ ମାନଙ୍କ ପାଇଁ ଥିବା ସଂକଟ ଉପରେ ଆଲୋଚନା କରାଯାଏ । ଏହା ସହ ସେମାନେ କିଭଳି ବିଭିନ୍ନ ସଂକଟରୁ ମୁକ୍ତି ପାଇବେ ସେନେଇ ସେମାନଙ୍କୁ ଶିକ୍ଷା ଦିଆଯାଇଥାଏ । ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ‘ଛୋଟୁରାମ ବିରାସତ’ ନାମରେ ଏକ ସଂଗଠନ ଗଠନ କରିଥିଲେ । ଏହାସହ ସେ ୨୩ ଡିସେମ୍ବର ୧୯୭୮ ମସିହାରେ କିଷାନ ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ କରିଥିଲେ । ଯେଉଁ ଟ୍ରଷ୍ଟ ଏବେ ବି କୃଷକ ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବା ସହ କୃଷକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ସରକାରଙ୍କ ପାଖରେ ଉପସ୍ଥାପନ କରୁଛି ।

ଅଧିକ ପଢନ୍ତୁ...

ଘରେ ଘରେ କୃଷି, ବିକାଶ ପଥେ ଚାଷୀ

ମହିଳାଙ୍କ ଆକାଉଣ୍ଟକୁ ୪ ହଜାର ଲେଖାଏଁ ଟଙ୍କା ଟ୍ରାନ୍ସଫର କଲେ ପିଏମ ମୋଦି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments