1. କୃଷି ଖବର

ARYA.AG: ଉଦ୍ଦେଶ୍ୟ,କୃଷିରେ ପରିବର୍ତ୍ତନ ଓ ଉତ୍ପାଦକୁ ସଠିକ ମୂଲ୍ୟ ପ୍ରଦାନ

୧୩ ବର୍ଷ ହେବ ଚାଷୀ , ବଜାର ଏବଂ ବିକ୍ରେତାଙ୍କ ମଧ୍ୟରେ ନିଜର ସମ୍ପର୍କ ସ୍ଥାପନ

Tanushree Mahapatra
Tanushree Mahapatra
Kj chaupal session at Krishi Jagran

Kj chaupal session at Krishi Jagran

କୃଷିଙ୍କୁ ଏବଂ କୃଷି ଜଗତ ଯେତିକି ସହଯୋଗ ମିଳିବ ପ୍ରତ୍ୟକ୍ଷ ଭାବେ ଦେଶର ଉନ୍ନତି ହେବ l ଦେଶର ମେରୁଦଣ୍ଡ କୃଷି ସହିତ ନିରନ୍ତର ଜଡ଼ିତ ଥିବା କୃଷି ଜାଗରଣ ଆଜିକୁ ୨୭ ବର୍ଷ ହେବ କାର୍ଯ୍ୟ କରୁଛି l ନୂଆଦିଲ୍ଲୀ ସ୍ଥିତ କୃଷି ଜାଗରଣ ସଂସ୍ଥା " କେଯେ ଚୌପଲ୍ " ଠାରେ ଅନେକ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ କରିଥାଏ l

ସେହିପରି ଭାବରେ ଆଜି ମଧ୍ୟ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା l ଯେଉଁଥିରେ ସହଯୋଗ କିମ୍ବା ସାମିଲ ହୋଇଥିଲେ ଶ୍ରୀଯୁକ୍ତ ପ୍ରସନ୍ନ ରାଓ ( Co-Founder and CEO of Arya.ag)  ଏବଂ ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର (Co-Founder & Executive Director at Arya.ag ) ସାମିଲ ହୋଇଥିଲେ l  ୨୦୧୩ ରୁ ପ୍ରତିଷ୍ଠିତ ଏହି କମ୍ପାନୀ ପ୍ରାୟତଃ ୧୩ ବର୍ଷ ହେବ ଚାଷୀ , ବଜାର ଏବଂ ବିକ୍ରେତାଙ୍କ ମଧ୍ୟରେ ନିଜର ସମ୍ପର୍କ ସ୍ଥାପନ କରିଛି l

ଆଜିର ଏହି କାର୍ଯ୍ୟକ୍ରମରେ କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଏମ ସି ଡୋମିନିକ ସ୍ୱାଗତ ସମ୍ବର୍ଦ୍ଧନା ଦେଇ କାର୍ଯ୍ୟକ୍ରମଟି ଆରମ୍ଭ କରିଥିଲେ l ସେ କହିଛନ୍ତି ଯେ ଆଜି ଦୁଇ ଯୁବ ଉଦ୍ୟୋଗୀଙ୍କୁ ସ୍ୱାଗତ କରି ମୁଁ ବହୁତ ଖୁସି, ଯେଉଁମାନେ କୃଷକଙ୍କ ଅଗ୍ରଗତି ଏବଂ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । ବଜାରର ଚାହିଦାକୁ ନଜରରେ ରଖି ଚାଷୀ ଓ ବିକ୍ରେତା ମଧ୍ୟରେ ଏକ ସୁ-ସମ୍ପର୍କ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି l ତେବେ ଶ୍ରୀଯୁକ୍ତ ଡୋମିନିକ କହିଥିଲେ ଯେ, କୃଷକଙ୍କ ସ୍ୱାର୍ଥରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ସତରେ ଖୁବ ପ୍ରଶଂସନୀୟ । ଯେଉଁଥିପାଇଁ ଦେଶର ବିଭିନ୍ନ ସ୍ତରରେ କୃଷକମାନଙ୍କୁ ସାହାଯ୍ୟ ମିଳିପାରୁଛି l କୃଷି ଏବଂ କୃଷକଙ୍କ ହିତରେ ବିକାଶ ଆମର ସର୍ବଦା ପ୍ରୟାସ ତେଣୁ,  କୃଷକଙ୍କ ସ୍ୱାର୍ଥକୁ ନଜରରେ ରଖି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ସହ ଆମେ କାର୍ଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ରହିଛୁ l ଶେଷରେ ଉଭୟଙ୍କ ଉଦ୍ୟମ ପାଇଁ  ଶୁଭେଚ୍ଛା ଏବଂ ଉପହାର ଦେଇ ସ୍ୱାଗତ ଜଣାଇଥିଲେ ଶ୍ରୀଯୁକ୍ତ ଡୋମିନିକ l

ତେବେ ଶ୍ରୀଯୁକ୍ତ ପ୍ରସନ୍ନ (ARYA.AG )  ପ୍ରଥମେ ନିଜର ବକ୍ତବ୍ୟ ରଖିଥିଲେ l ସେ କହିଥିଲେ ଯେ କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଆଖି ଆଗରେ ରଖି ସେମାନେ ଏହି ପଦକ୍ଷେପ ନେଇଛନ୍ତି l ଚାଷୀଙ୍କ ଉତ୍ପାଦ ଅମଳ ହେବ ଠାରୁ ବଜାରରେ ବିକ୍ରି ପର୍ଯ୍ୟନ୍ତ ସମସ୍ତ ସହାୟତା ତାଙ୍କ କମ୍ପାନୀ ଚାଷୀଙ୍କୁ ଯୋଗାଉଛି l ବେଳେବେଳେ ଚାଷୀ ଉଚିତ ମୂଲ୍ୟ ନ ପାଇ ବାଧ୍ୟ ହେଉଛନ୍ତି ଖୁବ କମ ମୂଲ୍ୟରେ ବଜାରରେ ବିକ୍ରି କରିବା ପାଇଁ l ଉଚିତ ଷ୍ଟୋରେଜ ସୁବିଧା ନ ମିଳିପାରୁଥିବାରୁ ସେମାନେ ତାହାକୁ ଶୀଘ୍ର ବଜାରରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି l ତେଣୁ ARYA.AG କମ୍ପାନୀ ସଂରକ୍ଷଣ ବ୍ୟବସ୍ଥା ପ୍ରଦାନ କରୁଛି ଯାହାଦ୍ୱାରା ଚାଷୀ ନିଜର ଉତ୍ପାଦ ସଂରକ୍ଷଣ କରି ରଖି ପାରୁଛି ଏବଂ କିଛି ମାସ ପରେ ତାହାକୁ ଉଚିତ ମୂଲ୍ୟରେ ବିକ୍ରି କରିପାରୁଛି l ବିଭିନ୍ନ ସମସ୍ୟାର ଆହ୍ୱାନରେ ଆମେ ଏହି ପଦକ୍ଷେପ ଗ୍ରହଣ କରିଥିଲୁ ଏବଂ ଖୁବ କମ ସୁଧ ଓ କମ ସମୟ ମଧ୍ୟରେ ଚାଷୀଙ୍କୁ ଆମେ ଋଣ ପ୍ରଦାନ କରିଥାଉ l

ସେହିପରି ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର କହିଥିଲେ ଯେ ଆମ କମ୍ପନୀର ପ୍ରାଥମିକ କାମ ହେଉଛି ଚାଷୀଙ୍କ ସମସ୍ୟାକୁ ଦେଖିବା ଏବଂ ଏହାକୁ ନଜରରେ ରଖି ତାଙ୍କ ପାଇଁ ନିଷ୍ପତ୍ତି ଗ୍ରହଣ କରିବା l ବଜାରରେ ଚାଷୀଙ୍କ ଉତ୍ପାଦ କୁ ନେଇ କି କି ଚ୍ୟାଲେଞ୍ଜ ରହିଛି ପାଣିପାଗ ପାଇଁ ତାହା ମଧ୍ୟ fpo ମାଧ୍ୟମରେ ଚାଷୀଙ୍କ ନିକଟରେ ତଥ୍ୟ ରଖିଥାନ୍ତି l ଯାହା ଚାଷୀଙ୍କୁ ପାଣିପାଗ ଅନୁଯାୟୀ ଚାଷ କରିବା ପାଇଁ ସହାୟତା ପ୍ରଦାନ କରିଥାଏ l ଆମେ ଚାଷୀଙ୍କୁ ନିଜ ଇଛାରେ ଉତ୍ପାଦ ବିକ୍ରି କରିବାରେ ମଧ୍ୟ ସହାୟତା ପ୍ରଦାନ କରିଥାଉ ଯେପରି ସେମାନେ କୌଣସି ଠକାମିର ଶିକାର ନ ହୁଅନ୍ତୁ l ଚାଷୀଙ୍କ ନିକଟତର ଅଞ୍ଚଳରେ ଷ୍ଟୋରେଜ ନିର୍ମାଣ ହୋଇଛି ଆମ କମ୍ପାନୀ ଦ୍ୱାରା ଯେଉଁଠି ଶସ୍ୟ ଅଧିକ ଦିନ ଧରି ସାଇତି ରଖିହେବ l ଶେଷରେ କୃଷି ଜାଗରଣର ସି.ଏମ.ଓ ମମତା ଜୈନ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରିଥିଲେ l

ARYA.AG ର ଉଦ୍ଦେଶ୍ୟ

ଏହି arya.ag ହେଉଛି ଭାରତର ସର୍ବ ବୃହତ ଇଣ୍ଟିଗ୍ରେଟେଡ୍ ଶସ୍ୟ ବାଣିଜ୍ୟ ପ୍ଲାଟଫର୍ମ l ଉତ୍ତରପ୍ରଦେଶ ନୋଏଡା ଠାରେ ଅବସ୍ଥିତ ଏହି କମ୍ପାନୀ ୨୦୧୩ ମସିହାରେ ପ୍ରତିଷ୍ଠା ହୋଇଛି l ପ୍ରାୟତଃ ୧୩ ବର୍ଷ ଧରି କୃଷି ଜଗତରେ ଜଡିତ ରହିଛି ଏହି କମ୍ପାନୀ l ଏହା ହେଉଛି ଚାଷୀଙ୍କ ପାଇଁ ଏକ ଅନଲାଇନ ପ୍ଲାଟଫର୍ମ ଯେଉଁଠି ଚାଷୀଙ୍କୁ ପ୍ରଦାନ କରାଯାଉଛି ବିଭିନ୍ନ ଅନଲାଇନ ସହାୟତା l ବିହନ ବୁଣିବା ଠାରୁ ଆରମ୍ଭ କରି ବଜାରରେ ଶସ୍ୟ ବିକ୍ରି ପର୍ଯ୍ୟନ୍ତ ସମସ୍ତ ଅନଲାଇନ ସୁବିଧା ଯୋଗାଉଛି arya.ag l arya.ag ପ୍ଲାଟଫର୍ମ ହେଉଛନ୍ତି ଭାରତର ଅଗ୍ରଣୀ ଏଗ୍ରିଟେକ୍ ଏହାର ଏକୀକୃତ ସେବା ମାଧ୍ୟମରେ କୃଷି ମୂଲ୍ୟ ଶୃଙ୍ଖଳାକୁ ମଜବୁତ କରିବା ପାଇଁ ଫାର୍ମଗେଟରେ କାର୍ଯ୍ୟ କରୁଛି l କ୍ରେତା ଏବଂ ବିକ୍ରେତାମାନେ ସେମାନଙ୍କ ଦ୍ରବ୍ୟ ପାଇଁ ସର୍ବୋତ୍ତମ ମୂଲ୍ୟ ଖୋଜିଥାନ୍ତି l ଏଭିଭଳି ସମସ୍ତ ଦିଗକୁ ଆଖି ଆଗରେ ରଖି ଏହି ପ୍ଲାଟଫର୍ମ ନିଜର ସେବା ଜାରି ରଖିଛି l

ଅଧିକ ପଢ଼ନ୍ତୁ

Kj Chaupal ରେ ସାମିଲ ହେବେ ଦୁଇ ବିଶିଷ୍ଟ ବ୍ୟକ୍ତି

ICAR ଓ କୃଷି ଜାଗରଣ ମଧ୍ୟରେ MOU ସ୍ଵାକ୍ଷର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments