1. କୃଷି ଖବର

ରୋଜଗାର ବଢାଇବ ଅଦା

ଯେକୌଣସି ଚାଷ ପାଇଁ ମୃତ୍ତିକା ଚୟନ ସବୁଠୁ ଗୁରୁତ୍ୱପୂର୍ଣ ହୋଇଥାଏ | ଅଦା (Ginger) ପାଇଁ ଉର୍ବର ନିଗିଡ଼ା ବାଲି ଦୋରସା ଓ ଲାଲ ଦୋରସା ମୃତ୍ତିକା ସର୍ବୋକୃଷ୍ଟ ହୋଇଥାଏ ଏବଂ ଦେଖିବାକୁ ଗଲେ ଲାଲ ଦୋରସା ମାଟିରେ ହିଁ ଅଦା ଚାଷ ଭଲ ହୋଇଥାଏ |

Rajashree
Rajashree
Know about ginger cultivation

Know about ginger cultivation

ଦୈନନ୍ଦୀନ କାର୍ଯ୍ୟରେ ଅଦା (Ginger )ବ୍ୟବାହାର କରାଯାଇଥାଏ | ମସଲାଠୁ ନେଇ ଚା ପର୍ଯ୍ୟନ୍ତ ସବୁଥିରେ ଅଦାକୁ ପ୍ରାଧାନ୍ୟ ଦିଆଯାଇଥାଏ | ଅଦାରେ ଔଷଧୀୟ ଗୁଣ ଅଧିକ ଥିବାରୁ ଜ୍ୱର ଥଣ୍ଡା ହେବା ମାତ୍ରେ ସେଥିରୁ ଉପଶମ ପାଇବା ପାଇଁ ଅଦାର ବ୍ୟବହାର କରାଯାଇଥାଏ | ତେବେ ଆଜି ଆସନ୍ତୁ ଜାଣିବା ଅଦା ଚାଷ (ginger cultivation)ବିଷୟରେ ସମ୍ପୂର୍ଣ ତଥ୍ୟ |

ମୃତ୍ତିକା :-
ଯେକୌଣସି ଚାଷ ପାଇଁ ମୃତ୍ତିକା ଚୟନ ସବୁଠୁ ଗୁରୁତ୍ୱପୂର୍ଣ ହୋଇଥାଏ | ଅଦା (Ginger) ପାଇଁ ଉର୍ବର ନିଗିଡ଼ା ବାଲି ଦୋରସା ଓ ଲାଲ ଦୋରସା ମୃତ୍ତିକା ସର୍ବୋକୃଷ୍ଟ ହୋଇଥାଏ ଏବଂ ଦେଖିବାକୁ ଗଲେ ଲାଲ ଦୋରସା ମାଟିରେ ହିଁ ଅଦା ଚାଷ ଭଲ ହୋଇଥାଏ |

ଲଗାଇବା ପ୍ରଣାଳୀ :-
ପ୍ରଥମେ ମାଟି କୁ ଭଲଭାବରେ ଗୁଣ୍ଡ ବା ହଳ କରି ହାତେ ଓସାରରେ ଲମ୍ବା ପଟାଳି ମାନ ତିଆରି କରନ୍ତୁ | ଦୁଇ ପଟାଳ ମଝିରେ ପାଣି ନିଷ୍କାସନ ପାଇଁ ନାଳ ର ସୁବୁଧା କରନ୍ତୁ କାରଣ ଅଦା ମୂଳରେ ପାଣି ଜମି ରହିଲେ ଅଦା ନଷ୍ଟ ହୋଇ ଯିବାର ସମ୍ଭାବନା ଯଥେଷ୍ଟ ଥାଏ ତେଣୁ ଅଦା (Ginger)ଚାଷ ସମୟରେ ପାଣି ନିଷ୍କାସନର ବ୍ୟବସ୍ଥା କରିବା ନିହାତି ଦରକାର | ଅଦା ଚାଷ (ginger cultivation)ରେ ପ୍ରତି ପଟାଳିରେ 30 ସେମି ଛାଡି ମନ୍ଦା କରନ୍ତୁ । ପ୍ରତିମନ୍ଦାରେ ଏକ କିଲେଗ୍ରାମ ଗୋବର ଖତ ବା କମ୍ପଷ୍ଟ ଦିଅନ୍ତୁ । ଏବଂ ଅଦା (Ginger Farmer) ଲଗାଇବା ପାଇଁ ମାଟିକୁ ପାଞ୍ଚ ସେମି ଗହିରରେ ଖୋଳନ୍ତୁ |

ଅଦା କିସମ :-
ଅଦାର ଉନ୍ନତ ମାନ କିସମ ବିହନ ମଧ୍ୟରେ ରହିଛି ସୁପ୍ରଭା, ସୁରୁଚି, ସୁରଭି । ମୃତ୍ତିକା (soil test)ପାଇଁ ଉନ୍ନତ ମାନର ବିହନ ଚୟନ କରିବା ପୂର୍ବରୁ ନିକଟସ୍ଥ କୃଷି ବୈଜ୍ଞାନିକ କେନ୍ଦ୍ରରେ ମାଟି ପରୀକ୍ଷା କରି ବିହନ ଚୟନର ପରାମର୍ଶ ନେଇପାରନ୍ତି |

ଅଦା ବିହନ ପରିମାଣ :-
ଏକର ପିଛା ୬-୭ କ୍ଲିଣ୍ଟାଲ ଅଦା ବିହନ ଆବଶ୍ୟକ ହୋଇଥାଏ । ପ୍ରଥମେ ବିହନ ଅଦାକୁ ଖଣ୍ଡ ଖଣ୍ଡ କରନ୍ତୁ | ଯେପରିକି ପ୍ରତ୍ୟେକ ଖଣ୍ଡରେ ୨ ରୁ ୩ଟି ଆଖୁ ଥୁବ ଏବଂ ଓଜନ ପ୍ରାୟ ୧୦ ରୁ ୧୫ ଗ୍ରାମ୍ ରହିବ | ମଞ୍ଜି ଲଗାଇବା ପୂର୍ବରୁ ୧ ଲିଟର ପାଣିରେ ୫ ଗ୍ରାମ୍ ମନକୋଜେବ ଏବଂ ୧ ଗ୍ରାମ୍ ପ୍ଲାଣ୍ଡେଣ୍ଟାମାଇସିନ୍ ମିଶାଇ ଏକ ଦ୍ରବଣ ତିଆରି କରନ୍ତୁ | ଏହି ଦ୍ରବଣରେ ଅଦା ଖଣ୍ଡଗୁଡିକୁ ୧ ଘଣ୍ଟା ପର୍ଯ୍ୟନ୍ତ ଚୁଡାଇ ଛାଇରେ ଶୁଖାଇ ଦିଅନ୍ତୁ। ପଟାଳୀ ଉପରେ ଧାଡ଼ିକୁ ଧାଡ଼ି ୨୫ ସେ.ମି ବ୍ୟବଧାନରେ ୭.୫-୧୦ ସେ.ମି ଗଭୀରରେ ସିଆର କରନ୍ତୁ | ଜୈବିକ ସାର ଓ ଗୋବର ଖତ କଞ୍ଜେଷ୍ଟ ଖତକୁ ଭଲ ଭାବରେ ମିଶାଇ ୭୨ ଘଣ୍ଟା ରଖି ତାହାକୁ ଏହି ସିଆର ମାନଙ୍କରେ ପ୍ରୟୋଗ କରିବା ପରେ ଅଦା ବିହନକୁ ୭.୫-୧୦ ସେ.ମି.) ଗଭୀରରେ ପଟାଳିରେ ଲଗାନ୍ତୁ | ଏକର ପିଛା ୫ ଟନ୍ ଗୋବର ଖତ ଓ ନିମ୍ବା ପିଡ଼ିଆ ଏକର ପିଛା ୧ ଟନ ପ୍ରୟୋଗ କରାଯାଏ | ଏକର ପିଛା ୫୦ କି.ଗ୍ରା, ଯବକ୍ଷାରଜାନ, ୪୦ କି.ଗ୍ରା ଫସଫରସ୍ ଓ ୪୦ କି.ଗ୍ରା ପଟାସ୍ ଆବଶ୍ୟକ |

ଦଶରୁ ବାର ଦିନରେ ଅଦା ଗଛ ବାହାରିପଡେ | ଅଦାଗଛ ଦୁଇମାସ ହେଲା ବେଳକୁ ପିଡିଆ ଦିଆଯାଏ | ଅଦା ଚାଷ ରେ ପାଣିନିଷ୍କାସନ ଓ ମାଟିରେ କମ୍ପୋଷ୍ଟ ବା ଖତର ପରିମାଣ ଆଦି ବିଷୟ ପ୍ରତି ଧ୍ୟାନ ଦେଲେ ଅଦାର ଅମଳ (ginger cultivation)ଦୁଇଗୁଣା ହୋଇ ଥାଏ | ଏକର ପିଛା (୬-୭) ଟନ୍ ଅଦା ଅମଳ ହୋଇଥାଏ |

ଅଦା ଚାଷ : ଜଣାନ୍ତୁ ସମ୍ପୂର୍ଣ ପ୍ରକ୍ରିୟା |

ଆମ୍ବ ଅଦା ଚାଷ କରନ୍ତୁ, ଭଲ ରୋଜଗାର କରନ୍ତୁ !!

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments