News

କୃଷି କ୍ଷେତ୍ରରେ କ୍ୟାରିଅର କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କଣ ଅଛି ସୁଯୋଗ

ଦ୍ୱାଦଶ ପାସ୍ କରିଥିବା ଛାତ୍ରମାନେ କୃଷି କ୍ଷେତ୍ରରେ ନିଜର କ୍ୟାରିଅର୍ କରନ୍ତୁ । ଏହି କ୍ଷେତ୍ରରେ ସେମାନଙ୍କ ପାଇଁ ଅପାର ସମ୍ଭାବନା ଅଛି ।

04 July, 2022 3:29 PM IST By: Shuvanshu Kar

ଭାରତ ଏକ କୃଷି ପ୍ରଧାନ ଦେଶ । କୃଷିରେ ବ୍ୟାପକ ସମ୍ଭାବନା ଓ ସୁଯୋଗ ରହିଛି । ଏଭଳିସ୍ଥଳେ ଆପଣ ମଧ୍ୟ କୃଷିକୁ ନିଜ କ୍ୟାରିଅର(Career in Agriculture) ଭାବରେ ଚୟନ କରିପାରିବେ । ଦ୍ୱାଦଶ ପାସ୍ କରିଥିବା ଛାତ୍ରମାନେ କୃଷି କ୍ଷେତ୍ର(Agriculture sector)ରେ ନିଜର କ୍ୟାରିଅର୍ କରନ୍ତୁ । ଏହି କ୍ଷେତ୍ରରେ ସେମାନଙ୍କ ପାଇଁ ଅପାର ସମ୍ଭାବନା ଅଛି । ଏହା ଏକ ଉତ୍ତମ ବିକଳ୍ପ ବୋଲି ମଧ୍ୟ ପ୍ରମାଣିତ ହୋଇପାରେ ।

ଯଦି ଆପଣ ଏହି କୃଷିକ୍ଷେତ୍ରରେ କ୍ୟାରିଅର ଗଢିବାକୁ ଚିନ୍ତା କରୁଛନ୍ତି, ତେବେ ଦ୍ବାଦଶ ପରେ ଆପଣ ସ୍ନାତକ, ସ୍ନାତକୋତ୍ତର, ପିଏଚଡି କିମ୍ବା କୃଷି କ୍ଷେତ୍ରରେ ଡିପ୍ଲୋମା କରିପାରିବେ । ଅଧ୍ୟୟନ ପରେ ଅନେକ ସୁଯୋଗ ପାଇବେ ।

କୃଷି କ୍ଷେତ୍ରରେ କେଉଁଠାରେ ଉନ୍ନତ କ୍ୟାରିୟର ବିକଳ୍ପ ହୋଇପାରିବ ଏଠାରେ ଜାଣନ୍ତୁ ...

କୃଷି ଅର୍ଥନୀତିଜ୍ଞ

ଛାତ୍ରଛାତ୍ରୀମାନେ କୃଷି ଅର୍ଥନୀତି ଅଧ୍ୟୟନ କରି କୃଷି ଅର୍ଥନୀତିଜ୍ଞ ହୋଇପାରିବେ । ଜଣେ ଅର୍ଥନୀତିଜ୍ଞ ଭାବରେ, ଆପଣ ଆର୍ଥିକ ନିଷ୍ପତ୍ତି ବିଷୟରେ ବୁଝାଇବା ପାଇଁ ମାଇକ୍ରୋ ଇକୋନୋମିକ୍ ଏବଂ ମାକ୍ରୋକ୍ନୋମିକ୍ ଧାରଣା ଓ ଥିଓରୀଗୁଡିକୁ ବିଶ୍ବ ସାମ୍ନାରେ ଉପସ୍ଥାପନ କରିପାରିବେ । ଏହା କେବଳ ଚାଷକୁ ସହଜ କରିବ ନାହିଁ ବରଂ ଏଥିରୁ ଅମଳ ମଧ୍ୟ ଭଲ ହୋଇପାରିବ ।

କୃଷି ଇଞ୍ଜିନିୟର

ଆପଣ କୃଷି ଇଞ୍ଜିନିୟର ଭାବରେ ନିଜ କ୍ୟାରିଅର୍ କରିପାରିବେ । କମ୍ପ୍ୟୁଟର ସହାୟକ ଟେକ୍ନୋଲୋଜି (CAD)ର ସାହାଯ୍ୟରେ, ଆପଣ ନୂତନ ଉପକରଣ, ଯନ୍ତ୍ରପାତି ଡିଜାଇନ୍ କରିପାରିବେ । ନୂତନ ପଦ୍ଧତି ସହିତ ଚାଷ ପ୍ରଯୁକ୍ତିକୁ ଉନ୍ନତ କରାଯାଇପାରିବେ । ଏହା ବ୍ୟତୀତ, ଆପଣ କୃଷି ନିର୍ମାଣ ପ୍ରକଳ୍ପର ତଦାରଖ କାର୍ଯ୍ୟ କରି ଏକ ଭଲ ବେତନ ପାଇବାକୁ ସକ୍ଷମ ହେବେ ।

ଫାର୍ମ ମ୍ୟାନେଜର

ଆପଣ ଫାର୍ମ ମ୍ୟାନେଜର ହୋଇ ଚାଷ ଫାର୍ମକୁ ସଠିକ୍ ଭାବରେ ପରିଚାଳନା କରିପାରିବେ । ଏହାକୁ ମନିଟରିଂ କରି, ଆପଣ ମ୍ୟାନେଜର ଭାବରେ ଉପକରଣର ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ମଧ୍ୟ ବ୍ୟବସ୍ଥା କରିପାରନ୍ତି । ଏହି କ୍ଷେତ୍ରରେ ଅନେକ କ୍ୟାରିୟର ସୁଯୋଗ ଏବଂ ଭଲ ଦରମା ମଧ୍ୟ ଅଛି ।

ସଂରକ୍ଷଣ ଯୋଜନାକାରୀ ଏବଂ ବାଣିଜ୍ୟିକ ଉଦ୍ୟାନ କୃଷି ବିଶେଷଜ୍ଞ

ଆପଣ କୃଷି କ୍ଷେତ୍ରରେ ଅଧ୍ୟୟନ କରି ସଂରକ୍ଷଣ ଯୋଜନାକାରୀ କିମ୍ବା ବ୍ୟବସାୟିକ ଉଦ୍ୟାନ କୃଷି ବିଶେଷଜ୍ଞ ହୋଇପାରିବେ । ସଂରକ୍ଷଣ ଯୋଜନାକାରୀମାନେ ଜମିର ପରିବେଶ ନିର୍ଣ୍ଣୟ କରୁଥିବାବେଳେ ଉଦ୍ୟାନ କୃଷି ବିଶେଷଜ୍ଞମାନେ ଯେକୌଣସି ଚାଷ ପ୍ରକ୍ରିୟାର ତଦାରଖ କରନ୍ତି ଯାହା ଏକ ଭଲ ବିହନ ଉତ୍ପାଦନରେ ସାହାଯ୍ୟ କରେ ।

କୃଷି ବିକ୍ରେତା

ଆପଣ କୃଷି ବିକ୍ରେତା ହୋଇ ଭଲ ଟଙ୍କା ରୋଜଗାର କରିପାରିବେ । ଏହି କ୍ଷେତ୍ରରେ ଅନେକ ସମ୍ଭାବନା ଅଛି । ଛାତ୍ରଛାତ୍ରୀମାନେ କୃଷି ବିକ୍ରେତା ହୋଇ ସେମାନଙ୍କ କ୍ୟାରିଅରରେ ଉନ୍ନତି କରିପାରିବେ । କୃଷି ବିକ୍ରେତାଙ୍କ କାମ ହେଉଛି ଯନ୍ତ୍ରପାତି, ପଶୁ ଖାଦ୍ୟ, ସାର ଏବଂ ମଞ୍ଜି ଚାଷୀଙ୍କୁ ବିକ୍ରି କରିବା ।

ନାରୀ ର କୃଷି ରେ ଭୂମିକା !...ଡଃ ସବିତା ମିଶ୍ର

ନୂତନ କୃଷି, ନୂତନ ପ୍ରଣାଳୀ: ଆକ୍ଵାପୋନିକ୍ସ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)