1. କୃଷି ଖବର

ରାସନକୁ ନେଇ ବଡ ଖବର! ଏଣିକି ସାରା ଦେଶରେ ଚାଲିବ ଆପଣଙ୍କର ରାସନ କାର୍ଡ,ଜାଣନ୍ତୁ...

କେନ୍ଦ୍ର ସରକାର ୱାନ୍ ନେସନ ୱାନ୍ ରାସନ କାର୍ଡ (One Nation One Ration Card:ONORC) ଯୋଜନା ହିଁ ଆରମ୍ଭ କରିଛନ୍ତି । ଏହି ଯୋଜନା ସେହି ଲୋକଙ୍କୁ ହିଁ ସାହାଯ୍ୟ କରିବ ଯେଉଁମାନେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ନୂତନ ସ୍ଥାନକୁ ନିଜ ଜୀବିକା ପାଇଁ ସ୍ଥାନାନ୍ତରିତ ହୁଅନ୍ତି ।

Sudesna Nayak
Sudesna Nayak
know about mera ration app under one nation one ration card plan

know about mera ration app under one nation one ration card plan

କେନ୍ଦ୍ର ସରକାର ୱାନ୍ ନେସନ ୱାନ୍ ରାସନ କାର୍ଡ (One Nation One Ration Card:ONORC) ଯୋଜନା ହିଁ ଆରମ୍ଭ କରିଛନ୍ତି । ଏହି ଯୋଜନା ସେହି ଲୋକଙ୍କୁ ହିଁ ସାହାଯ୍ୟ କରିବ ଯେଉଁମାନେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ନୂତନ ସ୍ଥାନକୁ ନିଜ ଜୀବିକା ପାଇଁ ସ୍ଥାନାନ୍ତରିତ ହୁଅନ୍ତି ।

ସୂଚନା ଅନୁଯାୟୀ, ଏହି ପଦକ୍ଷେପ ରାଜ୍ୟର ରାସନ (Ration) ସେବାକୁ ସୁଗମ କରିଥାଏ ଓ ରାସନ କାର୍ଡ (Ration Card) ଧାରକମାନଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ ଏକକ ରାସନ କାର୍ଡ ବ୍ୟବହାର କରିବାରେ ସାହାଯ୍ୟ କରେ । ଏହି ସେବା ପାଇଁ ଅଫିସିଆଲ୍ ଆପ୍ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋର (Google Play Store) ରେ ହିଁ ଉପଲବ୍ଧ ଅଛି ।

ରାସନ କାର୍ଡଧାରୀ ମାନେ PDS ଅର୍ଥାତ Public Distribution System ମାଧ୍ୟମରେ ଖାଦ୍ୟ ଶସ୍ୟ ଓ ଖାଦ୍ୟ ସାମଗ୍ରୀ ପାଆନ୍ତି । କିନ୍ତୁ ଯେତେବେଳେ ଜଣେ ରାସନ କାର୍ଡଧାରୀ (Ration card holders) ଅନେକ ରାଜ୍ୟ ଭ୍ରମଣ କରନ୍ତି, ସେତେବେଳେ ତାଙ୍କୁ PDS ସୁବିଧା ପାଇବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ବର୍ତ୍ତମାନ 'ମେରା ରାସନ' ଆପ୍ (Mera Ration App) ମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯିବ । ଯାହା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ସାରା ଦେଶରେ ରାସନ କାର୍ଡ ସେବା ମିଳିବ ।

ରାସନ କାର୍ଡ ଡାଉନଲୋଡ୍ ଓ ବ୍ୟବହାର କରିବାକୁ ଏହି ଟିପ୍ସକୁ ଅନୁସରଣ କରନ୍ତୁ,ଜାଣନ୍ତୁ...

-ପ୍ରଥମେ ଗୁଗୁଲ୍ ପ୍ଲେ ଷ୍ଟୋରକୁ ଯାଆନ୍ତୁ ।

-ସର୍ଚ୍ଚ ବଟନ୍ ଉପରେ ହିଁ କ୍ଲିକ୍ କରନ୍ତୁ ଓ ମେରା ରାସନ ଆପ୍ ଟାଇପ୍ (Mera Ration App)କରନ୍ତୁ ।

-କେନ୍ଦ୍ରୀୟ APDS ଦଳ ଦ୍ୱାରା ଅପଲୋଡ୍ ହୋଇଥିବା ଇନଷ୍ଟାଲ ବଟନ୍ ଉପରେ ହିଁ ଟ୍ୟାପ୍ କରନ୍ତୁ ।

-ଏବେ ଆପ୍ ଖୋଲନ୍ତୁ ଓ ଏଠାରେ ହିଁ ଆପଣଙ୍କୁ କୁହାଯିବ ଯେ ଏହି ଆପ୍ କିପରି କାମ କରେ ।

ମେରା ରାସନ ଆପର ବୈଶିଷ୍ଟ୍ୟଗୁଡିକ,ଜାଣନ୍ତୁ...

ପଞ୍ଜୀକରଣ: ୟୁଜର୍ସ ସବମିଟ୍ ବଟନ୍ ଉପରେ ହିଁ କ୍ଲିକ୍ କରି ରାସନ କାର୍ଡ (Ration Card) ନମ୍ବର ପ୍ରଦାନ କରି ପଞ୍ଜିକରଣ କରିପାରିବେ ।

ଯୋଗ୍ୟତା: ନିଜର ଯୋଗ୍ୟତା ଜାଣିବା ପାଇଁ ଦୁଇଟି ବିକଳ୍ପ ହିଁ ଦିଆଯାଇଛି । ରାସନ କାର୍ଡ ନମ୍ବର କିମ୍ବା ଆଧାର ନମ୍ବର ବିକଳ୍ପ ଚୟନ କରନ୍ତୁ ।

ନିକଟତମ ରାସନ ଦୋକାନଗୁଡିକ: ଉପଭୋକ୍ତାମାନେ ଫୋନରେ ସେମାନଙ୍କର ଲୋକେଶନ ଇନେବଲ କରି ନିଜ ନିକଟ ସ୍ଥିତ ରାସନ ଦୋକାନ ବିଷୟରେ ଜାଣିପାରିବେ ।

ପ୍ରକାଶ ଥାଉ ଯେ,ଉପଭୋକ୍ତାମାନେ ସମସ୍ତ ସୁବିଧା ପାଇବେ । ସେମାନେ ସେମାନଙ୍କର ସାମ୍ପ୍ରତିକ କାରବାର ଓ ସେମାନଙ୍କର ଅଧିକାର ବିବରଣୀ ଯାଞ୍ଚ କରିପାରିବେ । ପ୍ରାରମ୍ଭରେ, ଏହି ଆପରେ କେବଳ ଇଂରାଜୀ ଏବଂ ହିନ୍ଦୀ ଥିଲା, କିନ୍ତୁ ବର୍ତ୍ତମାନ ଏଥିରେ ଆହୁରି ୧୦ଟି ଭାଷା ଯୋଡ଼ା ଯାଇଛି ।

ବାତିଲ ହୋଇଯିବ ରାସନ କାର୍ଡ, ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ...

ଆପଣ ମଧ୍ୟ କରୁଛନ୍ତି କି ଏହି ଭୁଲ ? ରଦ୍ଦ ହୋଇଯିବ ରାସନ କାର୍ଡ, ଜାଣନ୍ତୁ ନୂଆ ନିୟମ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments