ଧାନ ରାଜ୍ୟର ଏକ ପ୍ରମୁଖ ଫସଲ । ବର୍ଷରକୁ ଦୁଇ ଥର ଧାନ ଅମଳ(Rice rice harvesting) କରାଯାଏ । ଅନେକ କାରଣରୁ ଧାନ ନଷ୍ଟ ହୋଇଥାଏ । ମୂଷା ଓ କୀଟ ଦ୍ଵାରା ଶତକଡ଼ା ୬ ଭାଗ ଧାନ ନଷ୍ଟ ହୁଏ । ସେହିପରି ଅମଳ ପରବର୍ତ୍ତୀ ତ୍ରୁଟି ପୂର୍ଣ୍ଣ ପଦ୍ଧତି ଯୋଗୁଁ ଶତକଡ଼ା ୧୦ ଭାଗ ଧାନ ବିଭିନ୍ନ ଭାବରେ ନଷ୍ଟ ହୋଇଥାଏ । ଏଣୁ ବର୍ଷ ସାରା ଧାନନର ସୁରକ୍ଷିତ ସଂରକ୍ଷଣ(Rice storage) ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ।
ମୂଷାଙ୍କ କବଳରୁ ଧାନ ରକ୍ଷା, ପୁରାତନ ଧାନ ସଂରକ୍ଷଣ ପଦ୍ଧତିର ଆଧୁନିକୀକରଣ, ଆଧୁନିକ ଧାନ ସଂରକ୍ଷଣ ପଦ୍ଧତି, ବୃହତ୍ତ ସଂରକ୍ଷଣ ଭଣ୍ଡାରରେ ଧାନ ସାଇତିବେ କିପରି ଓ ଧାନ ଅମଳ(rice harvesting) ପରବର୍ତ୍ତୀ ନଷ୍ଟକୁ କିପରି ରୋକାଯାଇପାରିବ, ସେ ସମ୍ବନ୍ଧରେ ଚାଷୀ ଅବଗତ ରହିବା ଜରୁରୀ ।
ବର୍ଷା ଦାଉରୁ ଧାନର କିଭଳି କରିବେ ଧାନ ସଂରକ୍ଷଣ
- କଟା ଧାନ ଅମଳ ପରେ ଖଳାରେ ଥିଲେ ସୁରକ୍ଷିତ ସ୍ଥାନକୁ ନେଇ ଯାଆନ୍ତୁ, କିମ୍ବା ପାଲ ଢାଙ୍କି ରଖନ୍ତୁ ।
- ଅମଳ ହୋଇଥିବା ଧାନକୁ ବେଙ୍ଗଳଆ କରି ଦିଅନ୍ତୁ ।
- ବେଙ୍ଗଳା ପରେ ଧାନକୁ ଖରାରେ ଶୁଖାଇ ଦିଅନ୍ତୁ । ଏହା କରିବା ଫଳରେ ଆଦ୍ରତାର ପରିମାଣ 12 ପ୍ରତିଶତକୁ ଖସିଆସିବ ।
- ଅମଳ ହୋଇଥିବା ଧାନ କିସମ ଅନୁସାରେ ଅଲଗା ଅଲଗା କରି ବଜାରରେ ମିଳୁଥିବା ସୁପରଗ୍ରେନ ବସ୍ତାରେ ଭର୍ତ୍ତି କରି ସାଇତି ରଖିଲେ ଏହାର ଗୁଣ, ରଙ୍ଗ, ବାସନା ଓ ସ୍ବାଦ ବହୁତ ଦିନ ଯାଏଁ ସୁରକ୍ଷିତ ରହିବ ।
ଧାନ କାଟିବା ସମୟର ପଦକ୍ଷେପ
ଜମିରେ ଶତକଡ଼ା ୮୦ ରୁ ୯୦ ଭାଗ ଧାନ ପାଚିଗଲେ ଏହାକୁ କାଟିବାର ଉଚିତ ସମୟ । ଧାନ କାଟିବାର ୧୦-୧୫ ଦିନ ପୂର୍ବରୁ ଜଳ ନିଷ୍କାସନ କରିବା ନିତାନ୍ତ ଆବଶ୍ୟକ । ପାଣିପାଗ ସୂଚନା କେନ୍ଦ୍ର ରୁ ମିଳୁଥିବା ସୂଚନା ଅନୁଯାୟୀ, ଶୁଖିଲା ପାଗ ଦେଖି ଧାନ କାଟନ୍ତୁ । ଦୁଇଦିନ ଟାଣ ଖରାରେ ବିଲରେ ଶୁଖାଇ ହଳାବାନ୍ଧି ଟ୍ରାକ୍ଟର ସାହାଯ୍ୟରେ ଧାନ ଅମଳ କରନ୍ତୁ । ପବନ ବହୁଥିବା ସମୟରେ କିମ୍ବା ଧାନ ଉଡ଼ାଇବା ଯନ୍ତ୍ର ସାହାଯ୍ୟରେ ଧାନ ଉଡ଼ାଇ ସଫା କରି ସଂରକ୍ଷଣ କରନ୍ତୁ ।
ଧାନ ସାଇତା କୀଟ
ଧାନ ସାଇତି ରଖିଥିବା ବସ୍ତା କିମ୍ବା କୋଠରୀରେ ପୋକ ଦେଖା ହେଲେ ଆଲୁମିନିୟମ ଫସଫାଇଡ ଟାବଲେଟ ଏକ ଟନ ଧାନ ପିଛା 3ଟି(ସମୁଦାୟ 9 ଗ୍ରାମ ଟାବଲେଟ) କନାରେ ଗୁଡାଇ ରଖନ୍ତୁ । ଏହା ପରେ ଭଲ ଭାବରେ ତରପୋଲିନ ଘୋଡାଇ ଦିଅନ୍ତୁ, ଯେପରିକି କିଛି ଫାଙ୍କ ଜାଗା ନରୁହେ । ଯଦି କୋଠୋରୀର ସନ୍ଧି ଜାଗା କିମ୍ବା କବାଟ ଫାଙ୍କ ଜାଗା ଥାଏ ତେବେ କାଦୁଅ କିମ୍ବା ସେଲୋଟେପ ଦେଇ ଭଲ ଭାବରେ ବନ୍ଦ କରନ୍ତୁ । ଯେପରିକି ବାଷ୍ପ ବାହାରକୁ ନଆସେ ।
ଧାନ ଚାଷ ବିଷୟରେ କିଛି ଉପାଦେୟ ତଥ୍ୟ
ମୂଷା କବଳରୁ ଧାନ ସଂରକ୍ଷଣ
ମୂଷାକୁ ବିଭିନ୍ନ ପ୍ରକାର ଯନ୍ତାରେ ଧରି କିମ୍ବା ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶାଇ ତାକୁ ମାରି ଦିଅନ୍ତୁ । ଛୋଟ ଛୋଟ ପକ୍ଷୀ, ପୋକ ଇତ୍ୟାଦିକୁ ମାରିବା ପାଇଁ ମିଥାଇଲ ବ୍ରୋମାଇଡ଼, କାର୍ବନ ଟେଟ୍ରା କ୍ଲୋରାଇଡ, ଏଥିଲିନ୍, ଅକ୍ସାଇଡ୍ କୁ ବାଷ୍ପ ଆକାରରେ ପ୍ରୟୋଗ କରନ୍ତୁ ।
ପୁରାତନ ଧାନ ସଂରକ୍ଷଣ ପଦ୍ଧତିରେ ଆଧୁନିକୀକରଣ
ଆମ ରାଜ୍ୟରେ ଭିନ୍ନ ଭିନ୍ନ ସ୍ନାନରେ ବେତ, ବାଉଁଶ, କାଠ, ଇଟା ଆଦିରେ ତିଆରି ପୁରୁଣାକାଳିଆ କୋଠି, ଅମାର, ଘୁମ, ନନ୍ଦ ଇତ୍ୟାଦିରେ ଧାନ ସଂରକ୍ଷଣ କରାଯାଏ । ଅନ୍ନ ଖର୍କରେ ହେଉଥିଲେ ମଧ୍ୟ ମୂଷା ଓ କୀଟ ଦାଉରୁ ଧାନକୁ ରକ୍ଷା କରିବା କଷ୍ଟକର ହୋଇପଡ଼େ । ସମୟେ ସମୟେ କୋଠି ଓ ଅମାର ତଳଭାଗରେ ଜଳୀୟ ଅଂଶ ଜମିଯିବାରୁ ଧାନ ଗମୁରା ହୋଇ ନଷ୍ଟ ହୋଇଯାଏ । ଏହି ପୁରୁଣାକାଳିଆ ଶସ୍ୟ ସଂରକ୍ଷଣ ଭଣ୍ଡାର ଗୁଡ଼ିକର ତଳ ପାଖରେ ସିମେଣ୍ଟ ପଲସ୍ତରା କିମ୍ବା ଟିଣ, ଦସ୍ତା ବ୍ୟବହାର କରି ଜଳୀୟ ଅଂଶକୁ ନିୟନ୍ତ୍ରଣ କରାଯାଇପାରିବ । ପୁନଶ୍ଚ ଏହି ପୋଡ଼ାଲି ବା କୋଠି ଗୁଡ଼ିକୁ ଭୂମି ପତ୍ତନରୁ ତିନି ଫୁଟ ଉଚ୍ଚରେ ରଖିଲେ ମୂଷାମାନେ ସହଜରେ ଏହା ମଧ୍ୟକୁ ଯାଇପାରିବେ ନାହିଁ । ଏହାଛଡ଼ା ଏଗୁଡ଼ିକରେ ମୁକ୍ତ ବାୟୁ ଚଳାଚଳ ପାଇଁ ବ୍ୟବସ୍ଥା କରାଯିବା ଦରକାର ।