1. କୃଷି ଖବର

କେମିତି ବନ୍ୟା ସମସ୍ୟା ଦୂର କରୁଛି ଅମୃତ ସରୋବର ? ଜାଣନ୍ତୁ...

ଅମୃତ ସରୋବର ଅଭିଯାନ ଆମର ଆଜିର ଅନେକ ସମସ୍ୟାର ସମାଧାନ କରିବା ସହ ଆମର ଆଗାମୀ ପିଢ଼ି ପାଇଁ ବିଶେଷ ଭାବେ ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Shuvanshu Kar
Shuvanshu Kar
Know how Amrit Sarovar Abhiyan solves many of our problems

Know how Amrit Sarovar Abhiyan solves many of our problems

ମନ କୀ ବାତରେ ଅମୃତ ସରୋବର ଉପକାରିତା ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi) । ମଧ୍ୟପ୍ରଦେଶ ମାଣ୍ଡଲା ସ୍ଥିତ ମୋଚା ଗ୍ରାମପଞ୍ଚାତରେ ତିଆରି ହୋଇଥିବା ଅମୃତ ସରୋବର(Amrit Sarovar) ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ଅମୃତ ସରୋବର କାହ୍ନା ଜାତୀୟ ଉଦ୍ୟାନ ନିକଟରେ ନିର୍ମାଣ କରାଯାଇଛି ଏବଂ ଏହା ଏହି ଅଞ୍ଚଳର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି ।

ଉତ୍ତରପ୍ରଦେଶର ଲଳିତପୁରଠାରେ ନବନିର୍ମିତ ଶହୀଦ୍ ଭଗତ୍ ସିଂ ଅମୃତ ସରୋବର ମଧ୍ୟ ଅନେକ ଲୋକଙ୍କୁ ଆକର୍ଷିତ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏଠାକାର ନିୱାରୀ ଗ୍ରାମପଞ୍ଚାୟତରେ ଅବସ୍ଥିତ ଏହି ସରୋବର ୪ ଏକର ଜାଗାରେ ପରିବ୍ୟାପ୍ତ । ସରୋବର କୂଳରେ କରାଯାଇଥିବା ବୃକ୍ଷରୋପଣ ଏହାର ଶୋଭା ବର୍ଦ୍ଧନ କରୁଛି । ସରୋବର ନିକଟରେ ସ୍ଥାପିତ ୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ତ୍ରିରଙ୍ଗାକୁ ଦେଖିବାକୁ ମଧ୍ୟ ଲୋକେ ଦୂର-ଦୂରାନ୍ତରୁ ଆସୁଛନ୍ତି ।

ଅମୃତ ସରୋବରର ଏହି ଅଭିଯାନ କର୍ଣ୍ଣାଟକରେ ମଧ୍ୟ ଜୋରସୋରରେ ଚାଲିଛି । ଏଠାକାର ବାଗଲକୋଟ୍ ଜିଲ୍ଲାର ବିଲ୍କେରୁର୍ ଗାଁରେ ଲୋକେ ବହୁତ ସୁନ୍ଦର ଅମୃତ ସରୋବର ନିର୍ମାଣ କରିଛନ୍ତି । ପ୍ରକୃତରେ ଏହି ଅଂଚଳରେ ପାହାଡ଼ରୁ ବାହାରିଥିବା ପାଣି ଯୋଗୁଁ ଲୋକଙ୍କୁ ବହୁତ ଅସୁବିଧା ହେଉଥିଲା । ଚାଷୀମାନଙ୍କ ଫସଲର ବହୁତ କ୍ଷତି ହେଉଥିଲା । ଅମୃତ ସରୋବର ନିର୍ମାଣ ପାଇଁ ଗାଁର ଲୋକେ ପାଣିକୁ ଚାନାଲାଇଜ୍ କରି ଗୋଟିଏ ପଟକୁ ନେଇଆସିଲେ । ଏହାଦ୍ୱାରା ଏହି ଅଂଚଳରେ ବନ୍ୟା ସମସ୍ୟା ମଧ୍ୟ ଦୂର ହୋଇଗଲା ।

ଅମୃତ ସରୋବର ଅଭିଯାନ ଆମର ଆଜିର ଅନେକ ସମସ୍ୟାର ସମାଧାନ କରିବା ସହ ଆମର ଆଗାମୀ ପିଢ଼ି ପାଇଁ ବିଶେଷ ଭାବେ ଜରୁରୀ । ଏହି ଅଭିଯାନ ଅଧୀନରେ ଅନେକ ସ୍ଥାନରେ ପୁରୁଣା ଜଳାଶୟଗୁଡ଼ିକର ମଧ୍ୟ କାୟାକଳ୍ପ କରାଯାଉଛି । ଅମୃତ ସରୋବରର ଉପଯୋଗ ପ୍ରାଣୀମାନଙ୍କ ତୃଷା ନିବାରଣ ସହ ଚାଷବାସ ପାଇଁ ମଧ୍ୟ ବ୍ୟବହୃତ ହେଉଛି । ଏହି ପୋଖରୀଗୁଡ଼ିକ ଯୋଗୁଁ ଆଖପାଖ ଅଞ୍ଚଳର ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିବା ବେଳେ ଏହାର ଚାରିପାଖରେ ସବୁଜିମା ମଧ୍ୟ ବୃଦ୍ଧି ପାଉଛି ।

କେବଳ ସେତିକି ନୁହେଁ, ଅନେକ ସ୍ଥାନରେ ଲୋକେ ଅମୃତ ସରୋବରରେ ମତ୍ସ୍ୟ ପାଳନର ପ୍ରସ୍ତୁତିରେ ମଧ୍ୟ ଲାଗିପଡ଼ିଛନ୍ତି । ଅମୃତ ସରୋବର ଅଭିଯାନରେ ଉତ୍ସାହର ସହିତ ଅଂଶଗ୍ରହଣ କରି ଜଳ ସଞ୍ଚୟ ଓ ସଂରକ୍ଷଣ ନିମନ୍ତେ ଉଦ୍ଦିଷ୍ଟ ଏହି ପ୍ରଚେଷ୍ଟାକୁ ଆହୁରି ଶକ୍ତିଶାଳି କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

Mann Ki Baat: ନୂଆଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରକୃତିର କରାଳ ରୂପ ଆଗରେ ଦିନେ ଧ୍ବସ୍ତ ହୋଇଥିଲା କଚ, ଆଜି ସ୍ମୃତିର ଆଲୋକକୁ କରିଛି ପୁନର୍ଜୀବୀତ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments