1. କୃଷି ଖବର

Mann Ki Baat: ନୂଆଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ମନ୍ କି ବାତ୍ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାଧୀନତା ଦିବସର ମହାନ୍ ପର୍ବ ସହିତ ଆଗାମୀ ଦିନରେ ଆହୁରି ଅନେକ ପର୍ବ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Shuvanshu Kar
Shuvanshu Kar
PM Modi greets people of Odisha before Nuakhai in Mann Ki Baat

PM Modi greets people of Odisha before Nuakhai in Mann Ki Baat

ମନ୍ କି ବାତ୍(Mann Ki Baat) କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ( Nuakhai)ର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ(PM Modi) । ସ୍ୱାଧୀନତା ଦିବସର ମହାନ୍ ପର୍ବ ସହିତ ଆଗାମୀ ଦିନରେ ଆହୁରି ଅନେକ ପର୍ବ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଇ କିଛିଦିନ ପରେ ହିଁ ଭଗବାନ ଗଣେଶଙ୍କ ଆରାଧନାର ପର୍ବ ଗଣେଶ ଚତୁର୍ଥୀ ପଡ଼ିବ । ଗଣେଶ ଚତୁର୍ଥୀ ମାନେ ଗଣପତିଙ୍କର ଆଶୀର୍ବାଦର ପର୍ବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି, ଗଣେଶ ଚତୁର୍ଥୀ ପୂର୍ବରୁ ଆଉ ଏକ ପର୍ବ ଓଣମ୍ ମଧ୍ୟ ଆରମ୍ଭ ହେବ । ବିଶେଷକରି କେରଳରେ ଶାନ୍ତି ଓ ସମୃଦ୍ଧିର ଭାବନା ସହିତ ଓଣମ୍ ପାଳନ କରାଯିବ । ଅଗଷ୍ଟ ୩୦ ତାରିଖ ଦିନ ହରିତାଳିକା ତୃତୀୟା ମଧ୍ୟ ପଡ଼ୁଛି ।

ସେହିପରି ଓଡ଼ିଶାରେ ସେପ୍ଟେମ୍ବର ୧ ତାରିଖ ଦିନ ନୂଆଖାଇ ପର୍ବ ମଧ୍ୟ ପାଳନ କରାଯିବ । ନୂଆଖାଇର ଉଦ୍ଦେଶ୍ୟ ହେଉଛି ନୂଆ ଖାଇବା । ଏହା ମଧ୍ୟ ଅନ୍ୟ ଉତ୍ସବମାନଙ୍କ ଭଳି ଆମ କୃଷି ପରମ୍ପରା ସହ ଜଡ଼ିତ ଏକ ପର୍ବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହାମଧ୍ୟରେ ଜୈନ ସମାଜର ସମ୍ବତ୍ସରୀ ପର୍ବ ମଧ୍ୟ ଆୟୋଜିତ ହେବ । ଆମର ଏହି ସମସ୍ତ ପର୍ବ ଆମର ସାଂସ୍କୃତିକ ସମୃଦ୍ଧି ଏବଂ ଜୀବନ୍ତତାର ପରିଚାୟକ । ମୁଁ ଆପଣ ସମସ୍ତଙ୍କୁ ଏହି ଉତ୍ସବ ଏବଂ ବିଶେଷ ଅବସରଗୁଡ଼ିକ ପାଇଁ ଶୁଭକାମନା ଜଣାଉଛି । ଏହି ପର୍ବଗୁଡ଼ିକ ସଙ୍ଗେ ସଙ୍ଗେ କାଲି ଅଗଷ୍ଟ ୨୯ ତାରିଖ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଜାତୀୟ ଖେଳଦିବସ ମଧ୍ୟ ପାଳିତ ହେବ ବୋଲି ମୋଦି କହିଛନ୍ତି ।

Mann Ki Baat: ମହୁ ଚାଷ ବିଷୟରେ କଣ କହିଲେ ମୋଦି ? ପଢନ୍ତୁ...

Mann Ki Baat: ଜଳ ସଂରକ୍ଷଣକୁ ନେଇ କଣ ବାର୍ତ୍ତା ଦେଲେ ମୋଦି ? ଜାଣନ୍ତୁ...

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments