ଦେଶରେ ଚାଲିଛି ମୌସୁମୀ ଋତୁ । ବର୍ଷାର ପୂର୍ନୁମାନକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆଡଭାଇଜରୀ(advisory) ଜାରି କରିଛି ଭାରତୀୟ କୃଷି ଅନୁସଂଧାନ ସଂସ୍ଥା । ପନିପରିବା ଫସଲରେ ଜଳ ନିଷ୍କାସନର ସଠିକ ପ୍ରାବଧାନ କରିବା ପାଇଁ ପରାମର୍ଶ ଦେଇଛନ୍ତି ବୈଜ୍ଞାନିକ । ବର୍ଷା ଯୋଗୁଁ କିଭଳି ପନିପରିବା ଫସଲ ନଷ୍ଟ ନ ହେବ ଏନେଇ ଧ୍ୟାନ ଦେବାକୁ କୁହାଯାଇଛି ।
ଯେଉଁ ଚାଷୀଙ୍କ ଧାନ ଚାଷର ରୋପଣ ସରିସାରିଛି ସେମାନେ ବକାନି ରୋଗ(bakanae disease) ପାଇଁ ଧ୍ୟାନ ଦେବା ଦରାକର । ଲକ୍ଷଣ ଦେଖାଦେଲେ କାର୍ବନଡିଜମ 2.0 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ଛିଞ୍ଚି ଦିଅନ୍ତୁ । ଧାନ ଫସଲରେ ଯଦି ପତ୍ରର ରଙ୍ଗ ହଳଦିଆ ପଡିଯାଉଛି, ତେବେ ଏଥିରେ ଲୌହ ତତ୍ତ୍ବ କମ ଥିବା ଦର୍ଶାଉଛି । ଅନ୍ୟପକ୍ଷେ ପତ୍ରର ଉପରଭାଗ ଯଦି ହଳଦିଆ ଓ ତଳ ଭାଗ ସବୁଜ ରହିଥାଏ, ତାହେଲେ 0.5 ପ୍ରତିଶତ ଫେରମ ସଲଫେଡ ସହିତ 0.25 ପ୍ରତିଶତ ଚୁନ ମିଶାଇ ଛିଞ୍ଚି ଦିଅନ୍ତୁ ।
ମୌସୁମୀ ସମୟରେ ଚାଷୀ ମକା(maize) ଫସଲର ବିହନ ବୁଣିବା ପାଇଁ ଚାଷ ଜମି ପ୍ରସ୍ତୁତ କରନ୍ତୁ । ସଙ୍କରଜାତୀୟ H-421 ଓ AH-58 ତଥା ଉନ୍ନତ କିସମର କମ୍ପୋଜିଟ-3, କମ୍ପୋଜିଟ-4 ମଞ୍ଜିକୁ କୌଣସି ପ୍ରମାଣିତ ସ୍ରୋତରୁ କିଣନ୍ତୁ ।
ମଞ୍ଜିର ମାତ୍ରା 20 କିଲୋଗ୍ରାମ/ହେକ୍ଟର ରଖନ୍ତୁ । ଧାଡି ଧାଡି ମଧ୍ୟରେ ଦୂରତା 60-75 ସେମି ତଥା ଚାରାରୁ ଚାରା ମଧ୍ୟରେ ଦୂରତା 18-25 ସେଣ୍ଟିମିଟର ରଖନ୍ତୁ । ମକାରେ ରୋଗ ନିୟନ୍ତ୍ରଣ ପାଇଁ ଏଟ୍ରାଜିନ 1ରୁ 1.5 କିଲୋଗ୍ରାମ/ହେକ୍ଟର 800 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
କୃଷି ବୈଜ୍ଞାନିକମାନେ କହିଛନ୍ତି, ଯଦି ଲଙ୍କା ଚାଷରେ ବିଜାଣୁ ରୋଗ ହେଉଛି ତେବେ ଏହାକୁ ଓପାଡି ମାଟିରେ ଚାପି ଦିଅନ୍ତୁ । ଫଳରେ ରୋଗ ଅନ୍ୟ ଚାରାକୁ ସଂକ୍ରମଣ ହେବ ନାହିଁ । ଏହାପରେ ଇମିଡାଇକ୍ଲୋରାଇଡ @ 0.3 ମିଲି ଲିଟର ଦରରେ ସିଞ୍ଚନ କରନ୍ତୁ ।
ଓଡିଶା ଛୁଇଁଛି ମୌସୁମୀ ବାୟୁ, ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା
କୃଷି ବିଜ୍ଞାନି କହିଛନ୍ତି, ଏହି ସମୟ ଲଙ୍କା, ବାଇଗଣ ଓ ଫୁଲକୋବି ପାଇଁ ଉପଯୁକ୍ତ । ଚାଷୀ ଭାଇ ନର୍ସରୀରେ କଟ ଅବରୋଧୀ ନାଇଲନ ଜାଲି ବ୍ୟବହାର କରନ୍ତୁ । ଫଳରେ ରୋଗ ବିସ୍ତାର କରୁଥିବା କୀଟରୁ ଫସଲକୁ ବଞ୍ଚାଯାଇପାରିବ ।
ନର୍ସରୀକୁ ଅତ୍ୟଧିକ ଖରାରୁ ବଞ୍ଚାଇବା ପାଇଁ ଛାଇପ୍ରଦାନ କରୁଥିବା ତାରଜାଲି କୁ 6.5 ଫୁଟ ଉଚ୍ଚତାରେ ଢାଙ୍କିପାରିବେ । ମଞ୍ଜିକୁ କେପ୍ଟାନ(2.0 ଗ୍ରାମ/କିଗ୍ରା ମଞ୍ଜି)ର ଉପଚାର ପରେ ନର୍ସରୀରେ ବୁଣନ୍ତୁ । ଯେଉଁ ଚାଷୀଙ୍କ ଲଙ୍କା, ବାଇଗଣ, ଫୁଲକୋବି ପ୍ରସ୍ତୁ ହୋଇସାରିଛି, ସେମାନେ ମୌସୁମୀକୁ ଦୃଷ୍ଟିରେ ରଖି ରୋପଣର ପ୍ରସ୍ତୁତି କରନ୍ତୁ ।