News

ପ୍ରକୃତି ଉପରେ କଣ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ? ଜାଣନ୍ତୁ...

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ମୁଁ ସେହି ଆଦିବାସୀ ପରମ୍ପରାରେ ଜନ୍ମ ହୋଇଛି ଯାହା ହଜାର ହଜାର ବର୍ଷ ଧରି ପ୍ରକୃତି ସହ ସହାବସ୍ଥାନ କରି ଆସିଛି । ମୁଁ ଜଙ୍ଗଲ ଓ ଜଳଉତ୍ସ ଗୁଡିକର ଗୁରୁତ୍ୱ କଣ ମୋ ଜୀବନରେ ବୁଝିଛି ।

26 July, 2022 5:48 PM IST By: Shuvanshu Kar

ଅଭିବୃଦ୍ଧି ଓ ଅଗ୍ରଗତି ଅର୍ଥ ହେଲା ସବୁବେଳେ ଆଗକୁ ଆଗକୁ ଯିବା । ମାତ୍ର ଅତୀତ ସମ୍ପର୍କରେ ସଚେତନତା ସବୁବେଳେ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ଆଜି ଯେତେବେଳେ ବିଶ୍ୱ ଦୀର୍ଘସ୍ଥାୟୀ ଓ ନିରନ୍ତର ପୃଥିବୀ ଉପରେ କହୁଛି ସେତେବେଳେ ଭାରତୀୟ ପ୍ରାଚୀନ ପରମ୍ପରା ଓ ଜୀବନଚର୍ଯ୍ୟା ଖୁବ ଗୁରୁତ୍ୱପୂର୍ଣ୍ଣ ମନେହୁଏ ବୋଲି ରାଷ୍ଟ୍ରପତି ପଦରେ ଶପଥ ନେବା ପରେ ପ୍ରଥମ ଅଭିଭାଷଣରେ କହିଛନ୍ତି ଦ୍ରୌପଦୀ ମୁର୍ମୁ(President of India Draupadi Murmu ) ।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President of India Draupadi Murmu) କହିଛନ୍ତି, ମୁଁ ସେହି ଆଦିବାସୀ ପରମ୍ପରାରେ ଜନ୍ମ ହୋଇଛି ଯାହା ହଜାର ହଜାର ବର୍ଷ ଧରି ପ୍ରକୃତି ସହ ସହାବସ୍ଥାନ କରି ଆସିଛି । ମୁଁ ଜଙ୍ଗଲ ଓ ଜଳଉତ୍ସ ଗୁଡିକର ଗୁରୁତ୍ୱ କଣ ମୋ ଜୀବନରେ ବୁଝିଛି ।

ଆମେ ଦରକାରୀ ସମ୍ବଳ ପ୍ରକୃତିରୁ ନେଉ ଓ ସମ ପରିମାଣରେ ପ୍ରକୃତି ଉପାସନା କରୁ । ଏହି ସମ୍ବେଦନଶୀଳତା ଆଜି ବିଶ୍ୱ ପାଇଁ ଅତ୍ୟାବଶ୍ୟକ ହୋଇପଡିଛି । ଭାରତ ବିଶ୍ୱକୁ ପରିବେଶ ସୁରକ୍ଷା ଉପରେ ମାର୍ଗଦର୍ଶନ ଦେଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଦ୍ରୌପଦୀ ମୁର୍ମୁ ।

ସୋମବାର ରାଷ୍ଟ୍ରପତି ପଦରେ ଶପଥ ଗ୍ରହଣ କରିଥିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିବା ପ୍ରଥମ ଆଦିବାସୀ ମହିଳା ହେଉଛନ୍ତି ଦ୍ରୌପଦୀ । ସେ ଦେଶର 15 ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ।

ପରିବେଶ ନଷ୍ଟ କାରଣରୁ ଜଳବାୟୁରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଋତୁଚକ୍ରରେ ଅନିୟମିତତା ସାଙ୍ଗକୁ ଅସହ୍ୟ ତାତି, ଥଣ୍ଡା ଭଳି ଅସ୍ବଭାବିକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ନଦୀ ଜଳ ଶୁଖିଯାଉଛି । ବିଳମ୍ବିତ ବର୍ଷା ଚାଷୀଙ୍କ ଚିନ୍ତା ବଢାଉଛି । ଓଡିଶଆରେ ମଧ୍ୟ ଦାନା ବାନ୍ଧୁଛି ଜଳବାୟୁ ପରିବର୍ତ୍ତନର ସଙ୍କଟ । ଜୈବ ବିବିଧତାର ପ୍ରାଚୁର୍ଯ୍ୟରେ ଭରା ଓଡିଶାରେ ପରିବେଶର ଉଦବେଗଜନକ ପରିସ୍ଥିତି ସୃଷ୍ଟି ହେଉଛି ।

ପରିବେଶ ସନ୍ତୁଳନ ବିଗିଡିବା ତଥା ଜଳବାୟ ପରିବର୍ତ୍ତନ ନେଇ ସାରା ବିଶ୍ବ ଆହ୍ବାନର ସମ୍ମୁଖୀନ ହେଉଥିବା ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା ସମସ୍ତଙ୍କୁ ପାଇଁ ମହତ୍ବପୂର୍ଣ୍ଣ ।

ବିଶ୍ବ ପରିବେଶ ଦିବସ: ମଣିଷ ପାଇଁ ଅଭିଷାପ ପାଲଟିଛି ପ୍ରକୃତି ଆଖିର ଲୁହ

ରାଷ୍ଟ୍ରପତି ପଦରେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)