1. କୃଷି ଖବର

ଭାରତରୁ କାହିଁକି ଚୀନ କିଣିବ ଏହି ତେଲ ? ଜାଣନ୍ତୁ...

ଭାରତରୁ ନଡିଆ ତେଲ ଆମଦାନୀ କରିବାରେ ଚୀନ ପ୍ରଥମ ଦେଶ ହେବାର ସମ୍ଭାବନା ରହିଛି । ଏନେଇ ସର୍ବଭାରତୀୟ ଖାଦ୍ୟ ତେଲ ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ମିଳିଛି ।

Shuvanshu Kar
Shuvanshu Kar
Know why china wants to import coconut oil from india

Know why china wants to import coconut oil from india

ଭାରତର ନଡିଆ ତେଲ(coconut oil) କିଣିବାକୁ ରୁଚି ଦେଖାଇଛି ଚୀନ । ତେବେ ଭାରତରୁ ନଡିଆ ତେଲ ଆମଦାନୀ(coconut oil import) କରିବାରେ ଚୀନ ପ୍ରଥମ ଦେଶ ହେବାର ସମ୍ଭାବନା ରହିଛି । ଏନେଇ ସର୍ବଭାରତୀୟ ଖାଦ୍ୟ ତେଲ ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯୟୀ, ନଡିଆ ତେଲ(coconut oil)ରେ ରହୁଥିବା ପୋଷକ ତତ୍ତ୍ବର ମହତ୍ବକୁ ଦୃଷ୍ଟିରେ ରଖି ଚୀନ ଏହାକୁ କିଣିବାରେ ରୁଚି ଦେଖାଉଛି । ହେଲେ ଦେଶୀ ତେଲ, ରାଶି ତେଲ ଉପର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ବ୍ୟବସାୟୀ ସଂଘ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ଜଣାପଡିଛି । କାରଣ ଆମ ଦେଶରେ ଉତ୍ପାଦନ ହେଉଥିବା ଦେଶୀ ତେଲରେ ଅନେକ ଗୁଣ ରହିଛି । ସ୍ବାସ୍ଥ୍ୟ ପାଇଁ ଏକା ଲାଭଦାୟକ । ବାହାରୁ ଆମଦାନୀ ହେଉଥିବା ତେଲ କ୍ଷତିକାର ।

ଦେଶ ହିତରେ ଖାଇବା ତେଲର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ ବୋଲି ବ୍ୟବସାୟୀ ସଂଘ କହିଛି । ବ୍ୟବସାୟୀ ସଂଘର କହିବାନୁଯାୟୀ, ଗୋଟିଏ ପକ୍ଷେ ଆମେ ପ୍ରଚୁର ମାତ୍ରାରେ ବିଦେଶୀ ତେଲର ଆମଦାନୀ କରୁଛନ୍ତି, ଯାହାକୁ ରିଫାଇନ କରି ହିଁ ଖିଆଯାଇାରିବ । ଅନ୍ୟପକ୍ଷେ ଆମେ ଆମ ଦେଶରେ ଉତ୍ପାଦିତ ତେଲ ରପ୍ତାନୀ କରୁଛେ ।

ବର୍ତ୍ତମାନ ଭାରତ ଓ ଏହାର ପ୍ରତିଦ୍ବନ୍ଦୀ ଦେଶ ଫିଲିପାଇନ୍ସ, ଇଣ୍ଡୋନେସିଆରେ ନଡିଆ ତେଲର ମୂଲ୍ୟ ପାଖାପାଖି ସମାନ ରହିଛି । ଚୀନ କିନ୍ତୁ ଏହାକୁ ଭାରତରୁ ଆମଦାନୀ କରିବା ପାଇଁ ବିଚାର କରୁଛି । ତେବେ ଚୀନକୁ ନଡିଆ ତେଲ ଦେବା ଉଚିତ ନୁହେଁ ବୋଲି ବ୍ୟବସାୟୀ ସଂଘ ଯୁକ୍ତି ରଖିଛି ।

ପାମ ତେଲର ରପ୍ତାନୀ ଅନୁମତି ଦେଲା ଇଣ୍ଡୋନେସିଆ

Edible Oil:ଶସ୍ତା ହେଲା ଖାଇବା ତେଲ ଦର; ଲିଟର ପିଛା ୧୫-୨୦ ଟଙ୍କାକୁ ହ୍ରାସ

ଅନ୍ତରାଷ୍ଟ୍ରୀୟ ବଜାରରେ ନଡିଆ ତେଲର ମୂଲ୍ୟ ପ୍ରତି ଟନ ପିଛା 1758 ଟଙ୍କା ରହିଛି । ତେବେ ଭାରତରେଏହାର ମୂଲ୍ୟ 1947 ଟଙ୍କା ଅଛି । ଯଦି ଚୀନ ଗୁଣାତ୍ମକ ଆଧାରରେ ଏହାକୁ ଭାରତରୁ ଆମଦାନୀ କରିବା ପାଇଁ ନିଷ୍ପତ୍ତି ନେଇଛି ତେବେ ନଡିଆ ତେଲର ଅନେକ ଉତ୍ପାଦନକାରୀ ଏହାକୁ ରପ୍ତାନୀ କରିବାକୁ ପ୍ରସ୍ତୁତ ହେଉଛନ୍ତି । ହେଲେ ରପ୍ତାନୀ ସେବେ ସମ୍ଭବ ହେବ, ଯେବେ ଏହା ଚୀନ ଅଧିକାରୀଙ୍କ କଡା ମାପଦଣ୍ଡ ପୁରା କରିବ । ଏହି ମାମଲାରେ ସ୍ପଷ୍ଟ ସୂଚନା ପାଇଁ କିଛି ସମୟ ଲାଗିପାରେ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments