News

ଫେସବୁକରେ ଚାକିରି କରିବ ଚାଷୀ ପୁଅ, ଜାଣନ୍ତୁ ମିଳିବ କେତେ ଦରମା

କୋଲକାତାର ବୀରଭୂମ ଜିଲ୍ଲାର ରାମପୁରହାଟର ଜଣେ ଚାଷୀର ପୁଅ ନିଜର ସ୍ବପ୍ନକୁ ସତ ପ୍ରମାଣିତ କରିପାରିଛି । ଣ୍ଡନରେ ବାର୍ଷିକ 1.8 କୋଟି ଟଙ୍କା ପ୍ୟାକେଜ୍ ସହିତ ଫେସବୁକରେ ପାଇଛନ୍ତି ଚାକିରି କରିବାର ସୁଯୋଗ ।

28 June, 2022 12:33 PM IST By: Shuvanshu Kar

ଆଜିକାଲି ଗୁଗଲ, ଆମାଜନ, ଫେସବୁକ ଭଳି ବଡ ବଡ କମ୍ପାନୀରେ ଚାକିରି କରିବାରସ ସ୍ବପ୍ନ ଦେଖୁଛନ୍ତି ଯୁବବର୍ଗ । ହେଲେ ନିଜର କଠିନ ପରିଶ୍ରମ ବଳରେ କିଛି ଜଣ ହିଁ ଏହି ସ୍ବପ୍ନ ପୁରା କରିପାରନ୍ତି । ହେଲେ କୋଲକାତା(Kolkata)ର ବୀରଭୂମ ଜିଲ୍ଲାର ରାମପୁରହାଟର ଜଣେ ଚାଷୀର ପୁଅ ନିଜର ଏହି ସ୍ବପ୍ନକୁ ସତ ପ୍ରମାଣିତ କରିପାରିଛି ।

  • କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ(Jadavpur University)ରେ ପଢୁଥିବା ଜଣେ ଚାଷୀଙ୍କ ପୁଅ ଲଣ୍ଡନରେ ବାର୍ଷିକ 1.8 କୋଟି ଟଙ୍କା ପ୍ୟାକେଜ୍ ସହିତ ଫେସବୁକରେ ପାଇଛନ୍ତି ଚାକିରି କରିବାର ସୁଯୋଗ । ବିଶ୍ୱବିଦ୍ୟାଳୟର ଚତୁର୍ଥ ବର୍ଷର କମ୍ପ୍ୟୁଟର ସାଇନ୍ସ ଛାତ୍ର ବିଶାଖ ମଣ୍ଡଳ ସେପ୍ଟେମ୍ବରରେ ଲଣ୍ଡନ ଯିବେ ।

ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶାଖ ମଣ୍ଡଳ ଫେସବୁକରେ ଏପରି ବଡ ପ୍ୟାକେଜରେ କାମ କରିବାର ସୁଯୋଗକୁ ନେଇ ଖୁସି ବ୍ୟକ୍ତ କରି କହିଛନ୍ତି । ମଙ୍ଗଳବାର ରାତିରେ ସେ ଏହି ଚାକିରି ଅଫର ପାଇଥିଲେ । ଗତ ଦୁଇ ବର୍ଷ ମଧ୍ୟରେ କୋଭିଡ ମହାମାରୀ ସମୟରେ ସେ ଅନେକ ସଂସ୍ଥାରେ ଇଣ୍ଟର୍ନସିପ୍ କରିବା କରିବାର ସୁଯୋଗ ପାଇଥିଲେ । ଏହା ତାଙ୍କୁ ଇଣ୍ଟରଭ୍ୟୁରେ ସଫଳତା ପ୍ରାପ୍ତ କରିବାରେ ସାହାଯ୍ୟ କରିଥିବା କହିଛନ୍ତି ବିଶାଖ ।

ଦେଶର ଖ୍ୟାତିସମ୍ପନ୍ନ କୋଟିପତି ବ୍ୟବସାୟୀଙ୍କ ପରଲୋକ

Job:ପୂର୍ବତଟ ରେଳବାଇରେ ନିଯୁକ୍ତି, ଖାଲିପଡିଛି ୭୫୬ଟି ପଦବୀ

ଗୁଗଲ୍(Google) ଏବଂ ଆମାଜନ(Amazon)ରୁ ମଧ୍ୟ ମଣ୍ଡଳଙ୍କୁ ଅଫର୍ ମିଳିଥିଲା, କିନ୍ତୁ ସେ ଫେସବୁକ(Facebook)ର ଚାକିରି ଅଫର୍ ବାଛିଥିଲେ । ଫେସବୁକ ବିଶାଙ୍କୁ ଅଧିକ ପ୍ୟାକେଜରେ ଅଫର ଦେଇଛି । ସେ ଏକ ସାକ୍ଷାତକାରରେ କହିଛନ୍ତି, ଏହି ଚାକିରି ଗ୍ରହଣ କରିବା ପୂର୍ବରୁ ଗୁଗଲ ଏବଂ ଆମାଜନରୁ ଅଫର ପାଇଥିଲି । ମୁଁ ଭାବିଲି ଫେସବୁକ ବାଛିବା ଭଲ ହେବ କାରଣ ସେମାନଙ୍କ ପକ୍ଷରୁ ପ୍ୟାକେଜ ବହୁତ ବଡ ଥିଲା । ଅନ୍ୟପକ୍ଷରେ, ସେ ଏପରି ପ୍ୟାକେଜରେ ଫେସବୁକରେ ଚାକିରି ପାଇଥିବାରୁ ତାଙ୍କ ପରିବାର ବହୁତ ଖୁସି ବୋଲି ମଣ୍ଡଳ କହିଛନ୍ତି ।

ବୀରଭୂମ ଜିଲ୍ଲାର ରାମପୁରହାଟର ବାସିନ୍ଦା ବିଶାଖ ମଣ୍ଡଳ ଏକ ସାଧାରଣ ଚାଷୀ ପରିବାରୁ ଆସିଛନ୍ତି । ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ତାଙ୍କ ମାଆ ଶିବାନୀ ମଣ୍ଡଳ ଅଙ୍ଗନୱାଡି କର୍ମୀ ଏବଂ ବାପା ଜଣେ ଚାଷୀ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)