News

ଆରମ୍ଭ ହେଲା ଦେଶ ପ୍ରଥମ FPO କଲ୍ ସେଣ୍ଟର, ଲାଭବାନ ହେବେ ଚାଷୀ

କୃଷକମାନଙ୍କ ପାଇଁ ପ୍ରତ୍ୟେକ ଆବଶ୍ୟକୀୟ ସୂଚନା ଉପଲବ୍ଧ କରାଇବା ଏବଂ ସେମାନଙ୍କ କାର୍ଯ୍ୟକୁ ସହଜ କରିବା ଲକ୍ଷ୍ୟରେ କୃଷି ଜାଗରଣ ଗତ ୨୬ ବର୍ଷ ଧରି କ୍ରମାଗତ ଭାବରେ କୃଷି କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି। ଏହାକୁ ଆଗକୁ ନେଇ କୃଷି ଜାଗରଣ ଜାନୁଆରୀ ୨୪ ତାରିଖ ମଙ୍ଗଳବାର ଦିନ ଦେଶର ପ୍ରଥମ FPO କଲ୍ ସେଣ୍ଟରର ଉଦଘାଟନ କରିଛି । ଏହି FPO କଲ୍ ସେଣ୍ଟରକୁ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିଜୟ ଲକ୍ଷ୍ମୀ ନାଡେଣ୍ଡଲା ଫିତା କାଟି ଉଦ୍ଘାଟନ କରିଛନ୍ତି ।

24 January, 2023 2:33 PM IST By: Priyambada Rana

କୃଷକମାନଙ୍କ ପାଇଁ ପ୍ରତ୍ୟେକ ଆବଶ୍ୟକୀୟ ସୂଚନା ଉପଲବ୍ଧ କରାଇବା ଏବଂ ସେମାନଙ୍କ କାର୍ଯ୍ୟକୁ ସହଜ କରିବା ଲକ୍ଷ୍ୟରେ କୃଷି ଜାଗରଣ ଗତ ୨୬ ବର୍ଷ ଧରି କ୍ରମାଗତ ଭାବରେ କୃଷି କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି। ଏହାକୁ ଆଗକୁ ନେଇ କୃଷି ଜାଗରଣ ଜାନୁଆରୀ ୨୪ ତାରିଖ ମଙ୍ଗଳବାର ଦିନ ଦେଶର ପ୍ରଥମ FPO କଲ୍ ସେଣ୍ଟରର ଉଦଘାଟନ କରିଛି । ଏହି FPO କଲ୍ ସେଣ୍ଟରକୁ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିଜୟ ଲକ୍ଷ୍ମୀ ନାଡେଣ୍ଡଲା ଫିତା କାଟି ଉଦ୍ଘାଟନ କରିଛନ୍ତି ।

ଆଇଏଏସ୍ ଡକ୍ଟର ବିଜୟ ଲକ୍ଷ୍ମୀଙ୍କ ବ୍ୟତୀତ ଉଦ୍ଘାଟନୀ ସମାରୋହରେ ମଶାର ଭେଲାପୁରଥ (ଏଫସି ଇଣ୍ଡିଆ ଲିମିଟେଡର ଏମଡି), ଏମସି ଡୋମିନିକ୍ (କୃଷି ଜାଗରଣ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍) ଏବଂ ଜ୍ୟୋତି ଡୋମିନିକ୍ (କୃଷି ଜାଗରଣପରିଚାଳନା ନିର୍ଦ୍ଦେଶକ) ମଧ୍ୟ ଯୋଗ ଦେଇଥିଲେ ଏଥି ସହ କୃଷି କ୍ଷେତ୍ର ସହ ଜଡିତ ଅନେକ ବିଶେଷଜ୍ଞ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

କୃଷକ ଉତ୍ପାଦକ ସଂଗଠନ (FPO) ଣ?

କୃଷକ ଉତ୍ପାଦକ ସଂଗଠନ (FPO) ହେଉଛି କୃଷକମାନଙ୍କର ଏକ ସ୍ୱୟଂ ସହାୟକ ଗୋଷ୍ଠୀକୃଷକମାନେ FPO ମାଧ୍ୟମରେ ପରସ୍ପର ସହିତ ସଂଯୋଗ ରିପାରିବେ, ଯାହାକି ସେମାନଙ୍କୁ ସେମାନଙ୍କର ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ ରାସ୍ତା ଦେଖାଇବ । ତେବେ FPOକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ମଧ୍ୟ ଆଗକୁ ପାଦ ବଢ଼ାଇଛନ୍ତି ।| FPO କାର୍ଯ୍ୟ ପାଇଁ ଏବଂ କୃଷି ପାଇଁ ଆବଶ୍ୟକ ଉପକରଣ ପାଇଁ ସରକାର ସବସିଡି ମଧ୍ୟ ଯୋଗାଇ ଦେଉଛନ୍ତିଯେଉଁଠାରେ ସ୍ୱଳ୍ପ ଆୟ ବର୍ଗର କୃଷକମାନେ ଟ୍ରାକ୍ଟର କିଣିବାକୁ ସକ୍ଷମ ନଥିଲେ, ବର୍ତ୍ତମାନ FPO ମାଧ୍ୟମରେ ସମସ୍ତ କୃଷକ କମ୍ ମୂଲ୍ୟରେ ମେସିନ୍ କିଣିପାରୁଛନ୍ତି କ୍ଷୁଦ୍ର ଏବଂ ଆର୍ଥିକ ଅନଗ୍ରସର କୃଷକମାନେ FPO ରୁ ସର୍ବାଧିକ ଲାଭ ପାଇଥିବା ଦେଖିବାକୁ ମିଳିଛି ।

FPO କଲ୍ ସେଣ୍ଟର ଗଠନର ଉଦ୍ଦେଶ୍ୟ:

ଏହି ପ୍ରକଳ୍ପ ମାଧ୍ୟମରେ, କୃଷି ଜାଗରଣ ଏବଂ ଏଫସି ସେମାନଙ୍କର ସଂଗଠନର ସୁଗମ କାର୍ଯ୍ୟ ପାଇଁ FPO ଗୁଡ଼ିକୁ ସର୍ବୋତ୍ତମ ସମାଧାନ ଖୋଜିବାରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତିଯଦି କୃଷକମାନେ FPO ସହ ଜଡିତ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ କୃଷି ଜାଗରଣ ଏହି କଲ୍ ସେଣ୍ଟର ମାଧ୍ୟମରେ ସେମାନଙ୍କ ସମସ୍ତ ସମସ୍ୟାର ସମାଧାନ କରାଯିବ । ଏହା ବ୍ୟତୀତ, FPO ପାଇଁ ଚାଲୁଥିବା ସରକାରୀ ଯୋଜନାର ଲାଭ ପାଇବା ସହ ଜଡିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏଠାରେ ଦିଆଯିବ

FPO କଲ୍ ସେଣ୍ଟର କିପରି କାମ ରେ?

- FPO କଲ୍ ସେଣ୍ଟର ଏକ ଟୋଲ୍ ଫ୍ରି ନମ୍ବର- 1800 889 0459 ସହିତ ସଂଯୁକ୍ତ ଏବଂ FPO ରୁ ସମସ୍ତ ଆସୁଥିବା କଲ୍ ଗ୍ରହଣ କରିବାକୁ ପ୍ରସ୍ତୁତ

-ଥରେ FPO / ଫେଡେରେସନ୍ / ସହଯୋଗ ଦ୍ୱାରା ନମ୍ବର ଡାଏଲ୍ ହୋଇଗଲେ, କଲ୍ କରୁଥିବା ଅଞ୍ଚଳ କିମ୍ବା ଭାଷାକୁ ସ୍ଥାନାନ୍ତରିତ ହେବଏହା ସହିତ କଲ୍ ଉପଯୁକ୍ତ ବିଶେଷଜ୍ଞଙ୍କ ନିକଟକୁ ସ୍ଥାନାନ୍ତରିତ ହେବ

-ଯଦି ଆପଣଙ୍କର ପଚରାଯାଇଥିବା ଜିଜ୍ଞାସା ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ, ସର୍ବୋତ୍ତମ ସମାଧାନ ପ୍ରଦାନ କରିବାକୁ ଆପଣଙ୍କୁ ଏଫସି ଏବଂ SAU ଜିଜ୍ଞାସା ରିଜୋଲ୍ୟୁସନ୍ କମିଟି ସଦସ୍ୟଙ୍କ ସହିତ ଯୋଗାଯୋଗ କରାଯିବ

-ଇଂରାଜୀ, ହିନ୍ଦୀ, ମାଲାୟାଲମ୍, କନ୍ନଡ, ଆସାମୀ, ତେଲୁଗୁ, ତାମିଲ, ମରାଠୀ, ଗୁଜୁରାଟୀ, ପଞ୍ଜାବୀ, ବଙ୍ଗାଳୀ ଏବଂ ଓଡିଆ ସହିତ ୧୨ଟି ଭାଷାରେ FPO କଲ୍ ସେଣ୍ଟର ସୁବିଧା ଉପଲବ୍ଧ

କୃଷି ଜାଗରଣ:

କୃଷକମାନଙ୍କୁ ସମସ୍ତ ଆବଶ୍ୟକୀୟ ସୂଚନା ପ୍ରଦାନ କରିବା ଏବଂ ସେମାନଙ୍କ କାର୍ଯ୍ୟକୁ ସହଜ କରିବା ଲକ୍ଷ୍ୟରେ କୃଷି ଜାଗରଣ ଗତ ୨୬ ବର୍ଷ ଧରି କୃଷି ପାଇଁ ଉତ୍ସର୍ଗୀକୃତ ହୋଇଆସିଛି ।ସଂଗଠନ ଦ୍ୱାରା ସମୟ ସମୟରେ ବିଭିନ୍ନ ପଦକ୍ଷେପ ନିଆଯାଏ, ଯେଉଁଥିରେ 'କୃଷକ ସାମ୍ବାଦିକ' (FTJ), କୃଷି ସାମ୍ବାଦିକ ସଂଘ ଆସୋସିଏସନ ଅଫ୍ ଇଣ୍ଡିଆ (AJAI), 'ମିଲେଟସ୍ ଉପରେ ସ୍ୱତନ୍ତ୍ର ସଂସ୍କରଣ' ଇତ୍ୟାଦି ବର୍ତ୍ତମାନ ଚାଲୁଥିବା କେତେକ ପ୍ରମୁଖ ପଦକ୍ଷେପ ନିଆଯାଇଥାଏ ।

ଦିଲ୍ଲୀର କୃଷି ଜାଗରଣରେ ଉଦଘାଟିତ ହେବ ଭାରତର ପ୍ରଥମ FPO କଲ୍ ସେଣ୍ଟର

old pension scheme: ସରକାରୀ କର୍ମଚାରୀଙ୍କ ପାଇଁ ଗୁଡନ୍ୟୁଜ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)