
Krishi jagran legal expert vijay sardana join hands first of its kind agri talk show
ଭାରତର ସର୍ବୋଚ୍ଚ ନ୍ୟାୟାଳୟ, ଦିଲ୍ଲୀ ହାଇକୋର୍ଟ ଏବଂ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ବରିଷ୍ଠ ଓକିଲ ବିଜୟ ସର୍ଦ୍ଦାନା ଓ କୃଷି ଜାଗରଣ ମିଳିତ ଭାବେ କୃଷି ଓ କୃଷକ ସମ୍ବନ୍ଧୀୟ ଏକ ଟକ୍ ସୋ ପାଇଁ ହାତ ମିଳାଇଛନ୍ତି । ଏହି ଟକ୍ ସୋ ରେ କୃଷି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ କୃଷି ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯିବା ନେଇ ଯୋଜନା କରାଯାଇଛି ।ବିଶେଷ କରି କୃଷି କ୍ଷେତ୍ରରେ କୃଷକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାକୁ ଏହି ସୋ ମାଧ୍ୟମରେ ଚିହ୍ନଟ କରାଯାଇ ସେଗୁଡ଼ିକର ସମାଧାନ ପାଇଁ ତୃଣମୂଳ ସ୍ତରରୁ ପ୍ରଚେଷ୍ଟା କରାଯାଇପାରିବ ।
ବୁଧବାର ନୂଆ ଦିଲ୍ଲୀରେ ଥିବା କୃଷି ଜାଗରଣ ଅଫିସରେ କୃଷି ଜାଗରଣ ସଂସ୍ଥାର ସମ୍ପାଦକ ଏମ.ସି ଡୋମନିକ୍ ଓ ‘ଆଚିଭର ରିସୋର୍ସେଜ’ର ଆସ୍ଥା ସରଦାନାଙ୍କ ମଧ୍ୟରେ ଏହି ସମ୍ବନ୍ଧରେ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ସହ ଏମୋୟୁ ସ୍ୱାକ୍ଷର ହୋଇଯାଇଛି । ଏହି ଏମୋୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଆମେ ବରିଷ୍ଠ ଓକିଲ ବିଜୟ ସରଦାନାଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜାଣିବାକୁ ପାଇଥିଲେ ବି ନିଶା ତାଙ୍କର କୃଷି ଓ କୃଷକଙ୍କ ଉନ୍ନତି, ଏଥି ପାଇଁ ସେ ନା କେବଳ ଭାରତ ବରଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖୁବ୍ ପ୍ରସିଦ୍ଧି ଲାଭ କରିଛନ୍ତି ବୋଲି ସମ୍ପାଦନ ଏମ.ସି ଡୋମନିକ୍ ଏହାର ସୂଚନା ଦେଇଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଯେ ‘ଏହି ଚାଟ୍ ସୋ’ର ଜରିଆରେ ଆମେ ଦେଶରେ କୃଷି କ୍ଷେତ୍ରର ଉନ୍ନତି ପାଇଁ କାର୍ଯ୍ୟ କରିବା ସହ ଏହା ଏକ କ୍ରାନ୍ତି ସୃଷ୍ଟି କରିବାରେ ସଫଳ ହେବ ।ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜ ସମ୍ବୋଧନରେ ବିଜୟ ସରଦାନା କୃଷି ସମ୍ବନ୍ଧରେ ନିଜ ମତ ରଖିଥିଲେ। ସେ କହିଥିଲେ ଯେ ‘ଆଜିର ଦିନ କୃଷକ ଓ କୃଷି ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜୋଡ଼ି ହୋଇଥିବା ଲୋକଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ, ସିଏ ଦେଶରୁ ହୁଅନ୍ତି ବା ଦେଶ ବାହାରୁ’ ।
‘ଏହି ନୂତନ ରପଦକ୍ଷେପ ପଛରେ ଆମର ଲକ୍ଷ ହେଉଛି କୃଷକଙ୍କ ସମେତ ଉଦ୍ୟୋଗପତି ଓ ଅନେକ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ଏହି ମଞ୍ଚ ଜରିଆରେ ଏକାଠି କରିବା ସହ ସେମାନଙ୍କ ଜ୍ଞାନ ଓ ପରିସରକୁ କୃଷିର ଉନ୍ନତି କ୍ଷେତ୍ରରେ ବ୍ୟବହାର କରିପାରିବା’ । ଯାହାକି କୃଷି କ୍ଷେତ୍ରରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିପାରିବ ।
Share your comments