1. କୃଷି ଖବର

ଦେଶବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ସ୍ବାଧିନତାର ଅମୃତ ମହୋତ୍ସବ ଅନ୍ତର୍ଗତ ଭାରତୀୟ ଜାତୀୟ ରାଜମାର୍ଗପ୍ରାଧିକରଣ 17 ଜୁଲାଇରେ କରିବ ଦେଶବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳନ । ସାରା ଦେଶରେ ଗୋଟିଏ ଦିନରେ ଏକ ଲକ୍ଷ ଚାରା ରୋପଣ କରିବାର ଲକ୍ଷ ରଖାଯାଇଛି ।

Rajashree
Rajashree

1 - ଖାଉଟିଙ୍କ ଉପରେ GST ମାଡ
2 - ଲୋକଙ୍କୁ ଅଶ୍ଵସ୍ତି ଦେବ ପିଆଜ ଦର
3 - ICAR-CIFA ରେ ଆରମ୍ଭ ହେଲା ଜାତୀୟ କର୍ମଶାଳା
4 - ଦେଶବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
5 - ମଙ୍କିପକ୍ସକୁ ନେଇ ଚିନ୍ତାରେ ସରକାର

1 - ବଢୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ସାଧାରଣ ଜନତା ପୁଣି ଆଉ ଏକ ଝଟକା ଖାଇବାକୁ ଯାଉଛନ୍ତି । କାରଣ ଆସନ୍ତା ୧୮ ତାରିଖରୁ ଆପଣମାନଙ୍କୁ ଅନେକ ଦୈନନ୍ଦିନ ଜିନିଷ ପାଇଁ ଅଧିକ ଦେୟ ଦେବାକୁ ପଡ଼ିବ । GSTର ୪୭ତମ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୧୮ ତାରିଖରୁ ଦହି, ଲସି ସମେତ ଅନେକ ସାମଗ୍ରୀ ମହଙ୍ଗା ହେବ । ଯାହାକୁ ନେଇ ଚିନ୍ତାରେ ଲୋକ । ଜୁଲାଇ 18 ରୁ କିଛି ନୂଆ ଉତ୍ପାଦ, ଆଉ କିଛି ଦ୍ରବ୍ୟ ଏବଂ ସେବା ଉପରେ GSTର ହାର ବୃଦ୍ଧି ପାଇବ । ପ୍ରି-ପ୍ୟାକେଜଡ କୃଷି ଉତ୍ପାଦ ମଧ୍ୟରେ ପନିର, ଲସି, ଛାଛ, ପ୍ୟାକେଜଡ ଦହି, ଗହମ ଅଟା, ମହୁ, ପାପଡ଼, ଖାଦ୍ୟାନ୍ନ, ମାଂସ, ମାଛ, ମୁରମୁରୀ, ଗୁଡ଼ ଆଦି ସମସ୍ତ ଜିନିଷ ମହଙ୍ଗା ହେବ ।

2 - ଅତୀତର ସବୁ ରେକର୍ଡ ଭଙ୍ଗିଲା କେନ୍ଦ୍ର । ୨୦୨୨-୨୩ ଆର୍ଥିକ ବର୍ଷରେ ଚାଷୀଙ୍କଠାରୁ ୨.୫୦ଲକ୍ଷ ଟନ୍ ପିଆଜ ସଂଗ୍ରହ କରିଛନ୍ତି କେନ୍ଦ୍ର ସରକାର । ଭବିଷ୍ୟତରେ ଆବଶ୍ୟକତା ପୂରଣ କରିବାକୁ ଏହି ପିଆଜକୁ ବଫର ଷ୍ଟକ ଜରିଆରେ ମହଜୁଦ ରଖାଯାଇଛି । ୨୦୨୧-୨୨ରେ ୨ଲକ୍ଷ ଟନ୍ ପିଆଜ ମହଜୁଦ ରଖିଥିଲେ କେନ୍ଦ୍ର ସରକାର । ଚଳିତବର୍ଷ ଏହାକୁ ଆଉ ୦.୫୦ଲକ୍ଷ ଟନ୍ ବୃଦ୍ଧି କରାଯାଇଛି । ଏଥର ରବି ଋତୁରେ ଅମଳ ହୋଇଥିବା ପିଆଜକୁ ସଂଗ୍ରହ କରି ସରକାର ଏହାର ମୂଲ୍ୟ ସ୍ଥିର ରଖିବାକୁ ଏହି ମହଜୁଦ ବ୍ୟବସ୍ଥା କରିଛନ୍ତି ।

3 - କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ସଂସ୍ଥା ଅଧିନସ୍ଥ ଏଆଇସିଆର୍‌ପି ପ୍ରକଳ୍ପ ପକ୍ଷରୁ ଉଦଘାଟିତ ହୋଇଛି ଦୁଇ ଦିନିଆ କର୍ମଶାଳା। ଏଫ୍‌ଆର୍‌ପି କୃଷି ଯନ୍ତ୍ରପାତିର ରୂପାଙ୍କନ ଓ ବିକାଶ ପ୍ରକ୍ରିୟା ଏହାର ଶୀର୍ଷକ ରହିଛି । ଓଡିଶା ସମେତ କର୍ଣ୍ଣାଟକ, ଝାଡ଼ଖଣ୍ଡ, ରାଜସ୍ଥାନ, ମେଘାଳୟ, ପଞ୍ଜାବ, ଉତରପ୍ରଦେଶ, ଗୁଜରାଟ, ଉତ୍ତରାଖଣ୍ଡ, ସିକିମ୍‌, ଛତିଶ ଗଡ଼ ଓ ଜାମ୍ମୁ କାଶ୍ମୀର ଆଦି ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୨୦ ଜଣ ପ୍ରଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଏଥି ନିମନ୍ତେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଲୁଧିଆନାସ୍ଥିତ ଏଆଇସିଆର୍‌ପି ପ୍ରକଳ୍ପ ସଂଯୋଜକ ଡଃ ଆର୍‌. କେ. ସିଂହ, ଆଇସିଏଆର୍‌- ଆଇଆଇଡବ୍ଲ୍ୟୁଏମ୍ ଅଧିନସ୍ଥ ସିଆର୍‌ପି ଅନ୍ ୱାଟର ର ପ୍ରକଳ୍ପ ସଂଯୋଜକ ଡଃ ଏସ୍‌. କେ. ଜେନା ଓ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଯୋଗଦାନ କରିଥିଲେ ।

4 - ସ୍ବାଧିନତାର ଅମୃତ ମହୋତ୍ସବ ଅନ୍ତର୍ଗତ ଭାରତୀୟ ଜାତୀୟ ରାଜମାର୍ଗପ୍ରାଧିକରଣ 17 ଜୁଲାଇରେ କରିବ ଦେଶବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳନ । ସାରା ଦେଶରେ ଗୋଟିଏ ଦିନରେ ଏକ ଲକ୍ଷ ଚାରା ରୋପଣ କରିବାର ଲକ୍ଷ ରଖାଯାଇଛି । ଏନଏଚଏଆଇ(NHAI)ର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ବୃକ୍ଷରୋପଣ ପାଇଁ 100 ଟି ସ୍ଥାନର ଚିହ୍ନଟ କରିଛନ୍ତି ଯାହାକି ଜାତୀୟ ରାଜପଥ ପାର୍ଶ୍ବ, ଏନଏଚଏଆଇ ଲ୍ୟାଣ୍ଡ ପାର୍ସଲ୍ ଓ ଟୋଲ୍ ପ୍ଲାଜା ନିକଟରେ ରହିଛି । ଭାରତ ସ୍ବାଧୀନତାର 75 ବର୍ଷ ପାଳନ ଅବସରରେ ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ଏନଏଚଏଆଇ 15 ଅଗଷ୍ଟ 2022 ସୁଦ୍ଧା 75 ଲକ୍ଷ ବୃକ୍ଷରୋପଣ କରିବାର ଲକ୍ଷ୍ୟ ରଖିଛି ।

5 - ମଙ୍କିପକ୍ସକୁ ନେଇ ଚିନ୍ତାରେ ସରକାର | ଦେଶରେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ ହେଲା ପରେ ଏହା ସରକାରଙ୍କ ଚିନ୍ତା ବଢ଼ାଇଛି | ମଙ୍କିପକ୍ସକୁ ନେଇ ସାମ୍ନାକୁ ଆସିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ | ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଗୃହ ପାଳିତ ପଶୁଙ୍କ ଠୁ ଦୂରତା ବଜାଇ ରଖିବା ସହ ବିଦେଶରୁ ଆସୁଥିବା ଲୋକଙ୍କଠୁ ମଧ୍ୟ ଦୂରତା ବଜାୟ ରଖିବାକୁ ହେବ | ଏହା ସହ ଜଙ୍ଗଲୀ ଜନ୍ତୁଙ୍କ ମାଂସ ନଖାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଣଜ୍ଞ |

6 - ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା | ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏ ହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସବୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଏବଂ କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଲାହାଣ୍ଡି, ବରଗଡ, ନୂଆପଡା, ବଲାଙ୍ଗିର, ଝାରସୁଗୁଡା, କେନ୍ଦୁଝର ଏବଂ ସୁନ୍ଦରଗଡ ଏହି ଜିଲ୍ଲା ମାନଙ୍କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତା କାଲି ପରଠାରୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments